-+91-9937148622 |
prerana_bgr@rediffmail.com |
Tuesday 5th July 2022 |
R.N.I. Regd No. ODIODI/2010/46693
Breaking News
13-Mar-2021
ମୃତ୍ୟୁ
ହଜିଯାଇଥିବା ଅପଣାପଣର
ବ୍ୟବଚ୍ଛେଦରେ
ମୃତ୍ୟୁର ଅବସ୍ଥିତି ଖୁବ ସୁନ୍ଦର
ଶୋକବିହୀନ
ପରିସଂଖ୍ୟାନ ଦରକାର କରୁନଥିବା ଅବସ୍ଥିତି।
ସଂପର୍କକୁ
ପରିହାସ କରିବାରେ ବ୍ୟସ୍ତ
କି ଦୁସ୍ତର ଦାମ୍ଭିକତା
ଜୀବନ ଯେତେ ପାକଳ
ମୃତ୍ୟୁ ସେତେ ନିକଟବର୍ତ୍ତୀ
ପ୍ରଛନ୍ନ ବିସ୍ମୟରେ ପରିପୂର୍ଣ୍ଣ
କିଛି ଆହତ ବିଫଳ ଶବ୍ଦମାଳ
ଆତ୍ମିୟତାର ଫମ୍ପା ଆବରଣେ
ସୁରକ୍ଷା ବଳୟ ଗୋଟେ ପ୍ରଶ୍ନ
ଆକ୍ରମଣର ଅନ୍ତରାଳେ
ଲୁକାୟିତ ଲୋଲୁପ ଦୃଷ୍ଟି
ବାରମ୍ବାର ଧରାଶାୟୀ କରେ।
ସମସ୍ତ ଆଶା ଓ ଆକାଂକ୍ଷା
ଅସ୍ପଷ୍ଟ ସ୍ୱରରେ ଗୁଞ୍ଜରିତ ହେଉଥାଏ
ମୃତ୍ୟୁ ।
©️®️
ସୁପ୍ରିୟା ପଣ୍ଡା
ରସୁଲଗଡ଼, ଭୁବନେଶ୍ୱର