-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
13-Mar-2021
ସମ୍ବଲପୁର(ସଂଜୀବ କୁମାର ପାଣିଗ୍ରାହୀ) : ବିଶିଷ୍ଟ କବି ଓ ପ୍ରାବନ୍ଧିକ ଡ. ପ୍ରଦୀପ କୁମାର ପଣ୍ଡା ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଚେୟାର ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍. ନାଗାର୍ଜୁନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାକ୍ଷାତକାରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କାଳିଦାସ ମିଶ୍ର ଓ ପ୍ରଫେସର କାମଦେବ ସାହୁ ବିଶେଷଜ୍ଞ ଭାବରେ ଯୋଗଦେଇ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦ ପାଇଁ ଡ଼. ପଣ୍ଡାଙ୍କୁ ମନୋନୀତ କରିଥିଲେ।
ଓଡ଼ିଆ ସାହିତ୍ୟର ନବ ଜାଗରଣରେ ସନ୍ଥକବି ଭୀମ ଭୋଇଙ୍କ ଭୂମିକା, ଭକ୍ତି ଆନ୍ଦୋଳନରେ ମହିମା ଧର୍ମ ଏବଂ ଭୀମ ଭୋଇଙ୍କ ବିରଳ ପୋଥି ପାଣ୍ଡୁଲିପି ଆଦିର ସନ୍ଧାନ ତଥା ପ୍ରକାଶନ ଏହି ଚେୟାରର ଆଭିମୁଖ୍ୟ ବୋଲି ଡ. ପଣ୍ଡା ସୂଚନା ଦେଇଛନ୍ତି ।