-+91-9937148622 |
prerana_bgr@rediffmail.com |
Friday 26th April 2024 |
R.N.I. Regd No. ODIODI/2010/46693
Breaking News
09-Mar-2021
ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) : ଭାରତୀୟ ଜନତା ପାର୍ଟି ବଲାଙ୍ଗୀର ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରାଜ ଖରୀଆର ଠାରେ ହେବାକୁ ଥିବା ସମାବେଶକୁ କଟୁ ସମାଲୋଚନା କରିଛନ୍ତି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଙ୍କ ସୁନ୍ଦରଗଡ଼ ଓ କଳାହାଣ୍ଡି ଗସ୍ତରେ ଘୋଷଣା କରାଯାଇଥିବା ୪ ହଜାର କୋଟି ଓ ୨ହଜାର କୋଟି ର ପ୍ରକଳ୍ପ ସବୁ କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମହାନ୍ତି l ବିଶେଷ କରି ବିଜେପୁର ବାଇଇଲେକ୍ସନ ରେ ଘୋଷଣା କରିଥିବା ଗଙ୍ଗାଧର ମେହେର ଜଳ ପ୍ରକଳ୍ପର କଣ ହେଲା ବୋଲି ସେ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହା ଯାଉଥିବା ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ର ସୁନେଲି ସ୍ବପ୍ନ ଜିଲ୍ଲାବାସୀଙ୍କୁ 5-ଟି ସଚିବଙ୍କ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ମାନ୍ୟବର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ ଯାହା କହିଲେ ତାହା ପ୍ରମାଣିତ କଲା ଯେ, ଏହା ଏକ ଧୁଆଁବଣ।
ସେହିପରି କଳାହାଣ୍ଡି ମେଡିକାଲ୍ କଲେଜ ର କଣ ହେଲା ? ଦୁଇ ଦୁଇଟି ଏମ୍ ଓ ୟୁ ସ୍ଵାକ୍ଷର କରି ଦୁଇ ଥର ଭୁଆଁ ବୁଲାଇଛନ୍ତି ମୁଖ୍ୟମନ୍ତ୍ରୀ।ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଆସନ୍ତା କାଲି ହେବାକୁ ଥିବା ସମାବେଶରେ ମଧ୍ୟ ସେ ଏଭଳି ମିଛ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଠକl ହେବ l ସରକାରୀ ତାହାବିଲ୍ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶତାଧିକ ବିଧାୟକ ଓ ଦୁଇ ଡଯନ୍ ମନ୍ତ୍ରୀ ଙ୍କୁ ଦୀର୍ଘ ଏକ ସପ୍ତାହ ହେଲା ସମାବେଶ କୁ ସଫଳ କରିବାକୁ ଲଗେଛନ୍ତି l ଏହାକୁ ବିଜେପି ଦୃଢ଼ ନିନ୍ଦା କରୁଛି ବୋଲି ବିଜେପି ନେତା ଶ୍ରୀ ମହାନ୍ତି କହିଛନ୍ତି l
ବିଧାନ ସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଚାଷୀ ଉତ୍ପାଦନ କରିଥିବା ସମସ୍ତ ଧାନ କିଣିବାକୁ ପ୍ରତିଶ୍ରୁତି ଦେଲେ ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ଯେମିତି କୁ ସେମିତି ପଡି ରହିଛି।ଏହାକୁ ବିରୋଧ କରି ଆସନ୍ତା କାଲି ଚାଷୀ ବିଜେପି ସଙ୍ଗେ ମିଶି ରାସ୍ତାରୋକ କରିବ ବୋଲି ବିଜେପି ପକ୍ଷରୁ କଡା ଚେତାବନୀ ଦିଆଯାଇଛି l