-+91-9937148622 |

prerana_bgr@rediffmail.com |

  Thursday 18th April 2024 |

| | | |

R.N.I. Regd No. ODIODI/2010/46693

Breaking News

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   (17-Apr-2024)       ||      ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   (17-Apr-2024)       ||      ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   (17-Apr-2024)       ||      ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   (17-Apr-2024)       ||      ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   (17-Apr-2024)       ||      ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   (17-Apr-2024)       ||      ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   (16-Apr-2024)       ||      ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ    (16-Apr-2024)       ||      ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   (16-Apr-2024)       ||      ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   (16-Apr-2024)       ||      ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   (16-Apr-2024)       ||      ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   (16-Apr-2024)       ||      ବିଜେପି ର ମିଶ୍ରଣ ପର୍ବ : ଶତାଧିକ କର୍ମୀ ଙ୍କ ଯୋଗଦାନ   (15-Apr-2024)       ||      ବିଜେଡିମୁହାଁ ଯୁବକ ଓ କୃଷକ, ଖଗସୀକନା,ଅଏଁଲାପାଲିର ଦେଢଶହ ଲୋକ ବିଜେଡିରେ ସାମିଲ   (15-Apr-2024)       ||      ଛିଣ୍ଡୁନି କଣ୍ଟାବାଞ୍ଜିର ଅଛିଣ୍ଡାଗଣିତ... ନୀରୁପମା ମାଝିଙ୍କ ସପକ୍ଷରେ ବାହାରିଲା ଆଦିବାସୀକଲ୍ୟାଣସଂଘ   (15-Apr-2024)       ||      ହନୁମାନ ଜୟନ୍ତିରେ ରାଜନେତାଙ୍କ ପଣା ରାଜନୀତି   (15-Apr-2024)       ||      ସୋନପୁର ରେ ପ୍ରିୟବ୍ରତ ଓ ବୀରମହାରାଜପୁର ପାଇଁ କଂଗ୍ରେସ ର ପ୍ରାର୍ଥୀ ହେଲେ ପ୍ରଦୀପ   (15-Apr-2024)       ||      ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ   (15-Apr-2024)       ||      ସମ୍ରାଟ ଅଶୋକ,ମହାତ୍ମା ଫୁଲେ ଓ ଡଃ.ଅମ୍ଵେଦକର ଙ୍କ ଜୟନ୍ତୀ ପାଳିତ   (15-Apr-2024)       ||      ଜିଲ୍ଲା ଦଳିତ ବିକାଶ ମଞ୍ଚ, ବଲାଙ୍ଗୀର ଦ୍ୱାରା ଆମ୍ବେଦକର ଜୟନ୍ତୀ ପାଳିତ   (15-Apr-2024)       ||     

HOME   ବିଶେଷ

ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି, ତଥାପି ନନ୍ଦକିଶୋରଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା

26-Feb-2021



ଆସିକା:(ପ୍ରେରଣା ଖବର): କବି ଶଦ୍ଦକୁ ଶବ୍ଦରେ ଛନ୍ଦି ଦୁନିଆଁ ବୁକୁରେ ଆଙ୍କି ପାରନ୍ତି ଦୀନ ଦଳିତର କରୁଣ ଛବି। ଇନ୍ଦ୍ରଧନୁର ସପ୍ତ ରଙ୍ଗକୁ ତୋଳି ଲେଖି ପକାନ୍ତି କେତେ ପ୍ରକାର କବିତା।  ଏମିତି ଜଣେ ନିଆରା କବି ହେଲେ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ ଅନ୍ତର୍ଗତ ବି.ନୂଆଁପଲ୍ଲୀ ଗାଁର ନନ୍ଦକିଶୋର ପ୍ରଧାନ। ସେ ଜଣେ ସାଧାରଣ ମଣିଷ , ହେଲେ ଅସାଧାରଣ ପ୍ରତିଭାର ଅଧିକାରୀ। ସ୍କୁଲ ବାରଣ୍ଡା ମାଡ଼ି ନାହାନ୍ତି,ତଥାପି ତାଙ୍କ ଲେଖନୀରୁ ଝରିପଡ଼ୁଛି ଧାଡ଼ି ଧାଡ଼ି ଛନ୍ଦ କବିତା ।

ନନ୍ଦକିଶୋର ବୟସ ୫୪ । ଘରେ ହେଉ କି ବାହାରେ, ସାଙ୍ଗସାଥୀ ମେଳରେ ହେଉ କି ସଭାସମିତିରେ  କଥା କଥାରେ କବିତା ହି ତାଙ୍କ ସ୍ୱତନ୍ତ୍ର ପରିଚୟ। ସାଂପ୍ରତିକ ସମସ୍ୟା ହେଉ ଓ ଆଖି ଆଗରେ ପଡୁଥିବା ଘଟଣାବଳୀ ଗୁଡ଼ିକ ଛନ୍ଦକବିତା ଭାବେ ତାଙ୍କ ମୁହଁରୁ ବାହାରି ଆସେ । ନନ୍ଦକିଶୋରଙ୍କ କବିତା ଗୁଡ଼ିକ, ସଚେତନ, ସମାଲୋଚନା ଓ ବ୍ୟଙ୍ଗ ଶୈଳୀରେ ରଚିତ । ମାତ୍ର ୧୫ ବର୍ଷ ବୟସରୁ ସେ ଏହି କବିତା ପ୍ରତି ଆକୃଷ୍ଟ ହୋଇଥିଲେ । ହେଲେ ଶିକ୍ଷାର ଅଭାବ ଯୋଗୁଁ ଜଣେ ଶିକ୍ଷକ ଙ୍କ ପାଖରେ କିଛି ଦିନ ଟିଉସନ୍ ଯାଇ ଅକ୍ଷର ଶିଖିଲେ। ତାପର ଠାରୁ ସେ ନିଜର ସାହିତ୍ୟ ସାଧନା ଆରମ୍ଭ କଲେ। ଗୋଟିଏ ପରେ ଗୋଟିଏ  କବିତା ଲେଖିବା ସହ ଚାଷକାର୍ଯ୍ୟ କରି ପରିବାର ଚଳାଇଲେ। ଏବେ ସେ ଜଣେ ଚର୍ଚ୍ଚିତ କବି ଭାବେ ନିଜ ପରିଚୟ ସୃଷ୍ଟି କରିଛନ୍ତି ।

ଆଜି ପର୍ଯ୍ୟନ୍ତ ନନ୍ଦକିଶୋର , ୩୦୦୦ ରୁ ଉର୍ଦ୍ଧ୍ୱ  କବିତା ଲେଖିସାରିଲେଣି । ୧୮ ଛୋଟବଡ ବହି ସଂକଳନ କରିଛନ୍ତି । ହେଲେ ଗରୀବ ଅବସ୍ଥା ଓ ଅର୍ଥାଭାବ ଯୋଗୁ , ଲିଖିତ ପାଣ୍ଡୁଲିପି ଗୁଡ଼ିକୁ ଅଖାବସ୍ତା ଭିତରେ ବାନ୍ଧି ରଖିବାକୁ ପଡୁଛି ତାଙ୍କୁ । ତେବେ ନନ୍ଦକିଶୋର ଙ୍କ ଶିକ୍ଷାଗତ ଯୋଗ୍ୟତା କଥା ଜାଣିଲେ, ଯେକେହି ଘଡ଼ିଏ ଚିନ୍ତା କରିବାକୁ ବାଧ୍ୟ ହେବେ। କାରଣ ସେ କେବେ ପାଠ ପଢ଼ିବାକୁ ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି।

ନନ୍ଦକିଶୋର ଙ୍କ କବିତା “ ଚିଲିକା ଦର୍ଶନୀ କ୍ଷୋଭ “ ଉତ୍କଳ ବିଶ୍ୱବିଦ୍ୟାଳୟ ଠାରେ ଏକ ସାହିତ୍ୟ କାର୍ଯ୍ୟକ୍ରମ ରେ ଆଲୋଚନା ହେବାପରେ , ତାହାର ଇଂରାଜୀ ଅନୁବାଦ , ଉତ୍ତର କୋରିଆରେ ପହଞ୍ଚିଥିଲା ଏବଂ ଉତ୍ତର କୋରିଆ ଯିବାପାଇଁ ତାଙ୍କୁ ଡାକରା ଆସିଥିଲା । ହେଲେ ପାସପୋର୍ଟ ଓ ଭିସା ହୋଇନପାରିବାରୁ ନନ୍ଦକିଶୋରଙ୍କ ବିଦେଶଗସ୍ତ ଆଶା ମଉଳିଗଲା ।

ତେବେ ଅସାଧାରଣ ପ୍ରତିଭାବର ଅଧିକାରୀ ଏହି ମଣିଷ ଜଣକ ପାଇଁ କିଛି ଲୋଡ଼ା ନାହିଁ। ରହିଛି କେବଳ ଗୋଟିଏ ଦାବି । ବସ୍ତାରେ ବାନ୍ଧି ରଖିଥିବା ପାଣ୍ଡୁଲିପି ଗୁଡ଼ିକୁ ସାଇତି ରଖିବାକୁ, ଗୋଟିଏ ନିରାପଦ ସ୍ଥାନ ଓ ପାଠକଙ୍କ  ପାଇଁ ଏକ ପାଠାଗାର ପାଇଁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଏତକ ହୋଇଗଲେ , ସାରା ଜୀବନର ପରିଶ୍ରମ ସାର୍ଥକ ହୋଇଯିବ ବୋଲି କହନ୍ତି ନନ୍ଦକିଶୋର ।

ଅନ୍ୟପଟେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୂର୍ଯ୍ୟ ବଳଦେବ ରଥ ଙ୍କ ଆଶୀର୍ବାଦ ଓ ଦୈବୀକୃପା ଦ୍ବାରା ଏଭଳି ସାହିତ୍ୟ ସାଧନା ସମ୍ଭବ ହୋଇପାରିଥିଲା କହିଛନ୍ତି ନନ୍ଦକିଶୋର । ତାଙ୍କର ଏଭଳି ବିଚକ୍ଷଣ ପ୍ରତିଭାକୁ ସମସ୍ତେ ପ୍ରଶଂସା କରିବା ସହ , ଆସନ୍ତା ଦିନରେ ଏକ ପାଠାଗାରର ବ୍ୟବସ୍ଥା କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ। ନନ୍ଦକିଶୋରଙ୍କ ଭଳି ଜଣେ ବିରଳ ପ୍ରତିଭାଙ୍କୁ ସରକାରୀ ସ୍ତରରେ ପ୍ରତ୍ସୋହାନ ଯୋଗାଇ ଦିଆଗଲେ ଜଣେ କବି ଓ ତାଙ୍କ ସୃଜନଶୀଳତା ପ୍ରତି ଶ୍ରେଷ୍ଠ ସମ୍ମାନ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ପାଳିତ   17-Apr-2024
  ଜିଲ୍ଲା  
ଡାବୁଗାଁ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଅବସରରେ ଶୋଭାଯାତ୍ରା   17-Apr-2024
  ରାଜନୀତି  
ଫୋକସରେ ପଶ୍ଚିମଓଡିଶା.. କଣ୍ଟାବାଞ୍ଜି ଆସନରେ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଜେଡି ମହଲରେ ଖୁସିର ଲହରୀ, କୋସଲ ପ୍ରସଙ୍ଗ ଉଠିବାରୁ ମୁଖ୍ୟମନ୍ତ୍ରୀ ଭୟଭିତ-ନରସିଂହ   17-Apr-2024
  ଜିଲ୍ଲା  
ବିଜୁ ବାବୁଙ୍କ ତିରୋଧାନ ଦିବସ ରେ ନେତା ଓ କର୍ମୀ କଲେ ଶପଥ ପାଠ ବିଶାଳ ବାଇକ ଶୋଭାଯାତ୍ରା ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟକ ଶ୍ରୀ ପୂଜାରୀ   17-Apr-2024
  ଜିଲ୍ଲା  
ବଲାଙ୍ଗିର ସହର ଛାତି ଉପରେ ଅସହାୟ ଯୁବକର ଅନାହାର ମୃତ୍ୟୁ; ପଚା ଶବ ଟେକିବାକୁ ହାତ ବାନ୍ଧି ଦେଲା ପୌର ପ୍ରଶାସନ, ପିପିଇ କିଟ୍ ପିନ୍ଧି ଶବକୁ ଉଦ୍ଧାର କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ   17-Apr-2024
  ଜିଲ୍ଲା  
ଆମ୍ବଗାଁରେ ଜୋନ ସ୍ତରୀୟ ତୈଳିକ ସମାଜ ଗଠିତ, ବିଜୟ ସାହୁ ସଭାପତି ଓ ପ୍ରଭାତ ସାହୁ ସଂପାଦକ   17-Apr-2024
  ଜିଲ୍ଲା  
ବିଜେଡିର ଟାର୍ଗେଟରେ ସଦରବ୍ଲକ,ଖଲିଆପାଲିରେ ଯୁବସମାବେଶ   16-Apr-2024
  ଜିଲ୍ଲା  
ସୋନପୁର ବିଜେପି ରେ ବିଦ୍ରୋହ, ସ୍ଵାଧୀନ ସାଂସଦ ବଳରାମଙ୍କୁ ଦେବେ ସମର୍ଥନ   16-Apr-2024
  ଜିଲ୍ଲା  
ଟେରାକୋଟାରେ ଭୋଟରସଚେତନା କାର୍ଯ୍ୟକ୍ରମ   16-Apr-2024
  ଜିଲ୍ଲା  
ଆଦିବାସୀଙ୍କୁ ଜୀବିକା ଜଗାଉଛି କାଇ ବା "ଚାପଡ଼ା ଅଣ୍ଡା   16-Apr-2024
  ଜିଲ୍ଲା  
ବିଜେପି ପ୍ରାର୍ଥୀ ବାଇକ ଶୋଭାଯାତ୍ରାରେ ରେ ପ୍ରଚାର-ବ୍ଳକ ଉପାଧ୍ୟକ୍ଷ ସମେତ ୯ ସରପଞ୍ଚ ଓ ଜଣେ ସମିତିସଭ୍ଯ ସହ ଶହ ଶହ କର୍ମୀ ବିଜେପିରେ ଯୋଗଦାନ   16-Apr-2024
  ଜିଲ୍ଲା  
ସାମ୍ବାଦିକ ଙ୍କ ପିତୃ ବିୟୋଗ ସୋନପୁର ଅଞ୍ଚଳ ରେ ଶୋକ   16-Apr-2024

You Might Also Like