-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
23-Feb-2021
କେନ୍ଦୁଝର (ପ୍ରେରଣା ଖବର) : ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ରଙ୍ଗମାଟିଆ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି । ବଡ଼ଭାଇର ଟାଙ୍ଗିଆ ଚୋଟରେ ସାନଭାଇର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ରଙ୍ଗମାଟିଆ ସାହିର ଲୁନ୍ଧା ମୁଣ୍ଡା ସାନଭାଇ ଦେବେନ ମୁଣ୍ଡାଙ୍କ ଘରେ ମଦ ପିଇ ପ୍ରଥମେ ପାଟିତୁଣ୍ଡ କରିଥିଲେ । ସାନଭାଇଙ୍କ ସ୍ତ୍ରୀ ଏହାକୁ ବିରୋଧ କରିଥିଲେ । ଉତକ୍ଷିପ୍ତ ହୋଇ ଲୁନ୍ଧା ମୁଣ୍ଡା ଏକ ଟାଙ୍ଗିଆରେ ସାନଭାଇ ଦେବେନକୁ ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ବଡ଼ ଭାଇ ଫେରାର ହୋଇ ଯାଇଛି । ନୟାକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।