-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
20-Feb-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀରର ଏକ ଘରୋଇ ନର୍ସିଂହୋମରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ପୁଣିଥରେ ଆରମ୍ଭ ହୋଇଛି ତନାଘନା । ପୀଡିତା ପରିବାର ପକ୍ଷରୁ ଟାଉନ ଥାନାରେ ଗର୍ଭବତୀ ମହିଳାଙ୍କୁ ଅପରେସନରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିବା ସହ ଆଡିସନାଲ ଏସପି ତଦନ୍ତ ଆରମ୍ଭ କରିଛନ୍ତି । ଆଗାମୀ ୮ ତାରିଖ ଭିତରେ କୋର୍ଟରେ ସମସ୍ତ ତଥ୍ୟ ସହ ଘଟଣାର ସତ୍ୟା ସତ୍ୟ ବହାର କରି ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ବେନିଆବନ୍ଧର ମହିଳାଙ୍କ ପ୍ରସବ ଜନିତ ଘଟଣାକୁ ୧୦ମାସ ବିତିଯାଇଛି । ହେଲେ ଏପର୍ଯ୍ୟନ୍ତ ନ୍ୟାୟ ପାଇନାହାନ୍ତି ପୀଡିତା ପରିବାର। ଏନେଇ ଜିଲ୍ଲା କୋର୍ଟଙ୍କ ଦ୍ବାରସ୍ଥ ହେବା ପରେ ନ୍ୟାୟ ପାଇବା ନେଇ ଦେଖାଦେଇଛି ନୂଆ ଆଶା । ପରିବାର ସଦସ୍ୟଙ୍କୁ ଧମକ ଦେବା ସହ ଜୀବନରୁ ମାରି ଦେବାକୁ କହୁଥିବା ସହ ଏ ଘଟଣାରେ ମୁଣ୍ଡ ନ ପୁରାଇବା ପାଇଁ କହିଥିବା ୪ ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଯାହାର ତଦନ୍ତ ଭାର ଖୋଦ ଆଡିସିନାଲ ଏସପିଙ୍କୁ ଦାୟିତ୍ବ ଦିଆଯାଇଛି। ତେବେ ପୀଡିତା ପରିବାରଙ୍କ ସହ ଟାଉନ ଥାନା ଆଇଆଇସିଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇ ତଦନ୍ତ ଆରମ୍ଭ ହୋଇଛି । ଆଗାମୀ ୮ ତାରିଖ ଭିତରେ ଏହି ତଦନ୍ତର ସବିଶେଷ ରିପୋର୍ଟ କୋର୍ଟଙ୍କଠାରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏତଲା ପରେ ପୋଲିସ ପକ୍ଷରୁ ଧାରା ୩୦୪, ୨୯୪, ୩୫୪, ୫୦୬, ୩୪ ଓ ୩ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ପାଇଁ ଦାୟୀ, ମାରିବାକୁ ଧମକ ସହ ପ୍ରିଭେନସନ ଅଫ୍ ଆଟ୍ରୋସିଟି ଆକ୍ଟ ଜାତିଆଣ ଆକ୍ଷେପ ଭଳି ଧାରା ୪ ଜଣଙ୍କ ନାଁରେ ଲଗାଯାଇଥିବା ସହ ଏହାକୁ ନେଇ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବଲାଙ୍ଗୀର ନ୍ୟୁ ସମଲେଶ୍ବରୀ ନର୍ସିଂହୋମରେ ୨୦୨୦ ମସିହା ଜୁଲାଇ ମାସ ୨୧ ତାରିଖରେ ଘଟିଥିଲା ଏହି ଘଟଣା। ସଇଁନ୍ତଳା ବେଣିଆ ବନ୍ଧର ଅଞ୍ଜୁ ବାଗ ନାମକ ଜଣେ ଗର୍ଭବତୀଙ୍କୁ ସମଲେଶ୍ବରୀ ନର୍ସିଂହୋମକୁ ଆଣିଥିଲେ । ଆଣିବା ବେଳକୁ ସାଧାରଣ ଜନ୍ମ ହେବ ବୋଲି କହିଥିଲେ ନର୍ସିଂହୋମ ଡାକ୍ତର। ପରେ କିଛି ଘଣ୍ଟା ପରେ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି କହିଥିଲେ ପରିବାର ଲୋକଙ୍କୁ । ପରେ ଶିଶୁ ପୁତ୍ରଟିଏ ଜନ୍ମ ହୋଇଥିଲା । ଏନେଇ ଦୀର୍ଘ ଘଣ୍ଟା ଧରି ଅପରେସନ ଗୃହରୁ ବାହାରକୁ ଆଣିନଥିଲେ ନର୍ସିଂହୋମ କର୍ମଚାରୀ । ଏହାକୁ ନେଇ ସେ ସମୟରେ ପରିବାର ଲୋକ ପଚାରିଥିଲେ ହେଲେ କିଛି ହୋଇନି ଠିକ୍ ଅଛନ୍ତି ମା ଓ ଶିଶୁ ବୋଲି କହିଥିଲେ। ଗୋଟିଏ ଦିନ ପରେ ରକ୍ତ ଦରକାର କହି ୨ଟି ବୋତଲ ରକ୍ତ ଦିଆଯାଇଥିଲା । ଶେଷରେ ରବିବାର ଦିନ ମା’ର ଦେହ ଗୁରତର ଅଛି ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ନେବାକୁ ପଡିବ ବୋଲି କହିଥିଲେ ଡାକ୍ତର। ଏନେଇ ବୁର୍ଲ୍ଲା ମଧ୍ୟ ନିଆଯାଇଥିଲେ ସେଠାରେ ଥିବା ସମଲେଶ୍ବରୀ ଘରୋଇ ନର୍ସିଂହୋମ ଆଉ ଗୋଟିଏ ବ୍ରାଞ୍ଚକୁ। ପରେ ଗର୍ଭବତୀ ମାର ମୃତ୍ୟୁ ହୋଇଥିଲା। ଯାହାକୁ ନେଇ ଡାକ୍ତରଖାନା ଭୁଲ ପାଇଁ ମା’ର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାରଲୋକ ।