-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
ଟିଟିଲାଗଡ଼(ପ୍ରେରଣା ଖବର):ଟିଟିଲାଗଡ ଲାୟନ୍ସ କ୍ଲବ୍ ଏବଂ ଲିଓ କ୍ଲବ୍ ଟିଟିଲାଗଡ଼ର ମିଳିତ ଆନୁକୂଲ୍ୟରେ ତଥା ଏସ୍.ସି.ଡି. (S.C.D.) ଚକ୍ଷୁ ଚିକିତ୍ସାଳୟର ସହଯୋଗରେ ଆଜି ନେହେରୁ ନଗରସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ପରିସରରେ ଏକ ବିଶାଳ ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମୁଦାୟ ୧୦୨ ଜଣ ଛାତ୍ରଛାତ୍ରୀ ଉପକୃତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ରଛାତ୍ରୀଙ୍କର ରିଫ୍ରାକ୍ସନ୍ (ଦୃଷ୍ଟିଦୋଷ) ପରୀକ୍ଷା କରାଯାଇଥିବା ବେଳେ ଉନ୍ନତ ମାନର ଚିକିତ୍ସା ତଥା ପରୀକ୍ଷା ନିରୀକ୍ଷା ପାଇଁ ୪ ଜଣଙ୍କୁ ବେସ୍ ହସ୍ପିଟାଲକୁ ପଠାଯାଇଛି (ରେଫର୍ କରାଯାଇଛି)।
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚକ୍ଷୁ ଯତ୍ନ ପ୍ରତି ସଚେତନତା ସୃଷ୍ଟି କରିବା, ପ୍ରାରମ୍ଭିକ ପର୍ଯ୍ୟାୟରୁ ଦୃଷ୍ଟିଶକ୍ତି ସମ୍ବନ୍ଧୀୟ ସମସ୍ୟା ଚିହ୍ନଟ କରିବା ଏବଂ
ପ୍ରତିଷେଧକ ମୂଳକ ଚକ୍ଷୁ ସୁରକ୍ଷା ଯୋଗାଇଦେବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଆୟୋଜକଙ୍କ ତରଫରୁ ପ୍ରକାଶ ପାଇଛି ।
ଶିବିର ପରିଚାଳନାରେ ଲାୟନ୍ସ କ୍ଲବ୍ ଏବଂ ଲିଓ କ୍ଲବ୍ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। କ୍ଲବ୍ର "ଆମେ ସେବା କରୁ" (We Serve) ଆଦର୍ଶକୁ ଆଗକୁ ନେଇ ଆଗାମୀ ଦିନରେ ଏଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି କ୍ଲବ୍ ପ୍ରତିନିଧିମାନେ ମତବ୍ୟକ୍ତ କରିଛନ୍ତି।