-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
ଏକ ଅଜଣା ଗର୍ଭବତୀ ମହିଳା ଏକୁଟିଆ ଏଣେ ତେଣେ ବୁଲି ବୁଲି ତିତେରକୁନ୍ଦ୍ ଗ୍ରାମକୁ ଅସହାୟ ଅବସ୍ଥାରେ ପହଞ୍ଚିଥିବା ଥିବା ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍ ଙ୍କ ପାଖକୁ ଗ୍ରାମରଖି ଖବର ଦେଇଥିଲେ l ସଙ୍ଗେ ସଙ୍ଗେ ଥାନାଧିକାରି ସେବା ଫାଉଣ୍ଡେସନ ର ପ୍ରତିଷ୍ଠାତା ବିଭୁଦତ୍ତ ବିଶ୍ୱାଳ ଏବଂ ନିଜ ଷ୍ଟାଫ୍ ସହ ତିତେରକୁନ୍ଦ୍ ଗ୍ରାମକୁ ଯାଇ ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ l ସେ କିଛି କହୁନଥିବାରୁ ତାଙ୍କର ସଠିକ୍ ପରିଚୟ ମିଳିପାରି ନଥିଲା l ତାଙ୍କର ଉତ୍ତମ ଚିକିତ୍ସା ସହ ସୁବିଧାରେ ରହିବା ନେଇ ଡୁଙ୍ଗୁରିପାଲି ଥାନାଧିକାରି ସୁବ୍ୟବସ୍ଥା କରିଦେଇଥିବା ଜଣାଯାଇଛି l ଡୁଙ୍ଗୁରିପାଲି ଥାନା SI ବୀଣା ନାଗ ଓ ସେବା ଫାଉଣ୍ଡେସନ ର ସଭ୍ୟା ନିତା ପଟେଲ୍ ସହ ଥାନା ଷ୍ଟାଫ୍ ଯାଇ ତାଙ୍କୁ ସୁବର୍ଣ୍ଣପୁର ସ୍ଥିତ ସଖୀ କେନ୍ଦ୍ରରେ ଛାଡ଼ିଦେଇ ଆସିଥିବା ସୂଚନା ମିଳିଛି l