-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ପଞ୍ଜିକୃତଗାଡିଗୁଡିକୁ ଜାତୀୟ ରାଜପଥ-୨୬ର ରାମପୁର ଟେଲଗେଟରେ ଟେକ୍ସଫ୍ରି କରିବାକୁ ବଲାଙ୍ଗୀର ଟୋଲପ୍ଲାଜା ଏକ୍ସନ କମିଟି ଦାବି କରିଛି । କମିଟିର ସଦସ୍ୟମାନେ ଆଜି ଏନେଇ ଜିଲ୍ଲାପାଳ ଗୌରବଶିବାଜୀ ଇସଲୱାରଙ୍କୁ ଭେଟି ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । କମିଟିରେ ବଲାଙ୍ଗୀର ଘରୋଇ ବସ ମାଲିକ ସଂଘର ସଭାପତି ଦୁର୍ଗାପ୍ରସାଦ ବେହେରା, ସଂପାଦକ ସୌମେନ୍ଦ୍ର ପରିଚ୍ଛା, ପୂର୍ବତନ ସଭାପତି ହେମନ୍ତ ପଣ୍ଡା, ଟ୍ରକ ମାଲିକ ସଂଘର ସଭାପତି ବୀରେନ୍ଦ୍ର ମିଶ୍ର, ସଂପାଦକ ଅଶ୍ୱିନୀ ପଟ୍ଟନାୟକ, ନାଗରିକ କମିଟିର ସଭାପତି ଡ.ଶ୍ରୀକର ମିଶ୍ର, ସିନିୟର ସିଟିଜେନ ଫୋରମର କପିଳେଶ୍ୱର ଖମାରୀ, ମିଳିତ କୃଷକମହାସଂଘର ଆକାଶ ମିଶ୍ର, ୟୁନାଇଟେଡ ଟ୍ରେଡ ୟୁନିୟନର ବିଭୁଦତ୍ତ ମିଶ୍ର,ପୂର୍ବ ସୈନିକ ସଂଘର ପ୍ରତାପ ରଥ,ବରିଷ୍ଠ ଆଇନଜୀବୀ ରତନ ମହାରଣା,ଟେକ୍ସି ଏସୋସିଏସନର ଶ୍ୟାମ ସାହୁ ଓ ସଂଦୀପ ପାଣିଗ୍ରାହୀ,ଅଟୋ ଚାଳକସଂଘର ବିଶ୍ୱରତନ ଶତପଥି,ହୋଟେଲ ମାଲିକ ସଂଘର ସଭାପତି ଜୟ ପ୍ରକାଶ ପୁରୋହିତ ଓ ସଂପାଦକ ରବିରଂଜନ ପୂଜାହାରୀ, ବଣିକସଂଘର ରାଜେଶ ଜୈନ ଓ ରାଜୀବ.କୋସଲ ସେନାର କୌସ୍ତୁଭ ସାହୁ,ସ୍ୱେଚ୍ଛାସେବୀ ସଂଗଠନର ଉତ୍ତମ ନନ୍ଦ,ଗୋବିନ୍ଦ ଶତପଥି,ମାହେଶ୍ୱରୀ ସଂଗଠନର ଅଙ୍କୁଶ ପାଣ୍ଡିଆ,ବିଙ୍ଗହ୍ୟୁମେନ ଫାଉଣ୍ଡସନର କନ୍ଦର୍ପ ରଣା,ପର୍ଶୁରାମ ସେନାର ବିଧୁଭୂଷଣ ତ୍ରୀପାଠୀ ପ୍ରମୁଖ ସାମିଲ ହୋଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । କମିଟି ଦାବି କରିଛି ଯେ,ଦେଶର ଗରୀବ ଅଞ୍ଚଳ ଭାବରେ ପରିଗଣିତ କେବିକେ ଅଞ୍ଚଳରେ ବଲାଙ୍ଗୀର ଜିଲ୍ଲା ରହିଛି । ସେଥିପାଇଁ ଲୋକଙ୍କ କ୍ରୟଶକ୍ତି କମ ରହିଛି । ଗରୀବ ଅଞ୍ଚଳର ଲୋକଙ୍କ ଉପରେ ଟୋଲଟେକ୍ସ ଭଳି ଆର୍ଥିକବୋଝ ଗ୍ରହଣୀୟ ହେଉନାହିଁ । ତେଣୁ(ଓଡି-୦୩) ପଞ୍ଜିକରଣ ଥିବା ଗାଡିଗୁଡିକୁ ଟୋଲଟେକ୍ସ ଫ୍ରି କରିବାକୁ ଦୃଢଦାବି କରାଯାଇଛି ।