-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
14-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଞ୍ଚଳର ବିଶିଷ୍ଟ ଫୁଟବଲ ତାରକା ତଥା ଚାଷ ଚାଷୀର ଦରଦୀ ବନ୍ଧୁ ସ୍ବର୍ଗତ ପିତାମ୍ବର ପ୍ରଧାନଙ୍କୁ ମନେ ପକାଇବା ପାଇଁ ପ୍ରତିବର୍ଷ ଆୟୋଜିତ ହୋଇ ଆସୁଛି ଫୁଟବଲ ମ୍ୟାଚ୍। ଆସନ୍ତା ନଭେମ୍ୱର ମାସ ୧ତାରିଖରେ ଶଙ୍କରା ସ୍ଥିତ ବୀର ସୁରେନ୍ଦ୍ର ସାଏ ଖେଳ ପଡ଼ିଆରେ ହେବାକୁ ଯାଉଛି ୧୪ ତମ ଦିନିକିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ।ୟଙ୍ଗ ଷ୍ଟାର ଆସୋସିଏସନର ଆନୁକୁଲ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମେଘେଲା,କଦଳୀପାଲି,ପପଙ୍ଗା, ଚରଦା,ଖୁର୍ଡିଆବାହାଲ,ବୀରମହାରାଜପୁର,ସୋନପୁର,ଧାତୁକପାଳି ପ୍ରମୁଖ ଦଳ ଭାଗନେବେ । ପ୍ରତିଯୋଗୀତାକୁ ସଫଳ କରିବା ନେଇ ଯୁବ ଆଇନଜୀବୀ ତଥା ତାଙ୍କ ସୁପୁତ୍ର ଜୟ ପ୍ରକାଶ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ପୂର୍ବତନ ସମିତିସଭ୍ୟ ଦାଶରଥି ନନ୍ଦ,ନରସିଂହ ସେଠୀ,ବାବୁଲାର ସାହୁ,ଆନନ୍ଦ ବଢାଇ,ମିଲୁ ମେହେର,ବୁଲୁ ପ୍ରଧାନ,ପ୍ରସନ୍ନ ସାହୁ,ସଞ୍ଜୀବ ସାହୁ,ଶୁଭମ ଦଣ୍ଡସନା,ଭାଗିରଥି ବାଘ,ସୁକାନ୍ତ ବାଘ,ବିକ୍ରମ ଭୋଇ,ଶଙ୍କର ପଣ୍ଡା, ଆୟୁଷ୍ମାନ ସାହୁ,ନନ୍ଦିକିଶୋର ବାଘ,ରବି ମଲ୍ଲିକ,ସୂର୍ଯ୍ୟମଣି ବାଘ ଲୁକୁ ମୁଣ୍ଡା ପ୍ରମୁଖ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଆୟୋଜନର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଟୁର୍ଣ୍ଣାମେଣ୍ଟରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ।