-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ

13-Oct-2026



ବଲାଙ୍ଗୀର(ପ୍ରେରଣା ଖବର): ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ ତା. ୧୧.୧୦.୨୦୨୬ ରିଖରେ ବଲାଙ୍ଗୀରସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ସଭାଗୃହରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶାର ବିଭିନ୍ନ ଜଜ୍‌ସିପ୍‌ରୁ ଆସିଥିବା ନ୍ୟାୟିକ କର୍ମଚାରୀ ଓ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ସମାରୋହରେ ବଲାଙ୍ଗୀରର ଜିଲ୍ଲା ଓ ଦୌରା ଜଜ୍  ହିରଣ୍ମୟ ବିଶୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ବଲାଙ୍ଗୀରର ଭିଜିଲାନ୍ସ ଜଜ୍ ବେଣୁଧର ପାତ୍ର, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ଏବଂ ବଲାଙ୍ଗୀର ବାର୍ ଆସୋସିଏସନର ସଭାପତି ବାସୁଦେବ ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ପୂର୍ବତନ ସଭାପତି ରାଜେଶ ଦୋରା ଙ୍କ ଅଧ୍ୟକ୍ଷତାରେ ବୈଠକଟି ପରିଚାଳିତ ହୋଇଥିଲା।

ଏହି ରାଜ୍ୟସ୍ତରୀୟ ସମାବେଶରେ ସଂଘର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିତ୍ୟାନନ୍ଦ ଦାସ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ, ଆୟୋଜକ ବଲାଙ୍ଗୀର ଜଜ୍‌ସିପ୍‌ର ପ୍ରତିନିଧି ଆକାଶ କୁମାର ତ୍ରିପାଠୀ ସଂଘର ରାଜ୍ୟ ମହାସଚିବ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କର ଏହି ବିଜୟ ବଲାଙ୍ଗୀର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ ଜିଲ୍ଲାର ନ୍ୟାୟିକ କର୍ମଚାରୀଙ୍କ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଭାବେ ବିବେଚିତ ହୋଇଛି।

ଅନ୍ୟାନ୍ୟ ପଦବୀ ମଧ୍ୟରେ ଶ୍ରୀ ଦିଲେଶ୍ୱର ଦାଶ ଉପସଭାପତି ଏବଂ ଶ୍ରୀ ସୁବେନ୍ଦୁ ସାହୁ ସଂଗଠନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଶ୍ରୀ ସତ୍ୟବ୍ରତ ସାହୁ, ଶ୍ରୀ ଅଜିତ କୁମାର ଷଡ଼ଙ୍ଗୀ ଓ ଶ୍ରୀ ବୀରେନ୍ଦ୍ର କର୍ଣ୍ଣ ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ଶ୍ରୀ ଗଗନ ପାଣିଗ୍ରାହୀ, ଶ୍ରୀ ଅଂଶୁମାନ ଦାଶ, ଶ୍ରୀ ସୁରେଶ କିରୋ ଓ ଶ୍ରୀ ବିକ୍ରମ ମହାରଣା ସହକାରୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ସଙ୍ଘ ର ଉପଦେଷ୍ଟା ଶ୍ରୀ ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଗଠିତ ଛଅ ଜଣିଆ  ନିର୍ବାଚନ କମିଟି ମନୋରଞ୍ଜନ ପଣ୍ଡା, ଜ୍ୟୋତି ବେଜ, ବିଷ୍ଣୁ ପ୍ରସାଦ ମିଶ୍ର, ମନୋଜ ସାହୁ, ରତ୍ନାକର ବେହେରା ପ୍ରମୁଖ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିଥିଲେ। ନିର୍ବାଚନ ପ୍ରକ୍ରିୟାର ସଫଳ ପରିଚାଳନା ଫଳରେ ସଂଘର ନୂତନ ରାଜ୍ୟ କାର୍ଯ୍ୟକାରିଣୀ ଗଠନ ସମ୍ଭବ ହୋଇପାରିଥିଲା।ଏହି ରାଜ୍ୟସ୍ତରୀୟ ସମାବେଶକୁ ସଫଳତାର ସହ ଆୟୋଜନ କରିବାରେ ଅଖିଳ ଓଡ଼ିଶା ନ୍ୟାୟିକ

କର୍ମଚାରୀ ସଂଘର ବଲାଙ୍ଗୀର ଜିଲ୍ଲା ଶାଖାର ଅବଦାନ ଉଲ୍ଲେଖନୀୟ ଥିଲା। ଜିଲ୍ଲା ଶାଖାର ସଭାପତି ସୁବ୍ରତ କୁମାର ମିଶ୍ରଙ୍କ ସମେତ ଅନିଲ କୁମାର ତ୍ରିପାଠୀ,  ଉତ୍ତମ ପଣ୍ଡା, ଚିତ୍ତରଞ୍ଜନ ପାଢ଼ୀ, ସୁଜିତ କୁମାର ସ୍ୱାଇଁ, ବିଶ୍ୱରଞ୍ଜନ ପୃଷେଠ୍ , ଲକ୍ଷ୍ମୀନାରାୟଣ ସିଂହ ଓ  ଶ୍ରଦ୍ଧାଞ୍ଜଳି ମେହେରଙ୍କ ସକ୍ରିୟ ସହଯୋଗ ଓ ନିଷ୍ଠାପର ଉଦ୍ୟମ ଏହି ଆୟୋଜନକୁ ସଫଳ କରିଥିଲା।

 ଆକାଶ କୁମାର ତ୍ରିପାଠୀଙ୍କ ରାଜ୍ୟ ମହାସଚିବ ଭାବେ ନିର୍ବାଚନ ବଲାଙ୍ଗୀର ଜଜ୍‌ସିପ୍‌ ପାଇଁ ଏକ ଗର୍ବର ମୁହୂର୍ତ୍ତ। ତାଙ୍କର ଏହି ନୂତନ ଦାୟିତ୍ୱ ରାଜ୍ୟସ୍ତରରେ ବଲାଙ୍ଗୀରର ପ୍ରତିନିଧିତ୍ୱକୁ ଆହୁରି ସୁଦୃଢ଼ କରିବା ସହ ନ୍ୟାୟିକ କର୍ମଚାରୀଙ୍କ ସମସ୍ୟା ଓ ଦାବିଗୁଡ଼ିକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like