-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||     

HOME   ଜିଲ୍ଲା

*ଦୁଷ୍କର୍ମ ଅଭିଯୁକ୍ତ କୁ 20 ବର୍ଷ ସଶ୍ରମ କାରାଦଣ୍ଡ*

12-Oct-2026



(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ବାସୁଦେବ ଆଚାର୍ଯ୍ୟ ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ଅଭିଯୁକ୍ତ ଡେଭିଡ ଗରଡ଼ା କୁ 20 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ  30,000/-ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁଯାୟୀ ,ନବରଙ୍ଗପୁର ଥାନା  ଅନ୍ତର୍ଗତ  ନବରଙ୍ଗପୁର ସହରର ପୀଡିତା ଗତ 31/10/2025 ତାରିଖ ଦିନ ନବରଙ୍ଗପୁର ଥାନାରେ କେସ ନମ୍ବର 46/25ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତ ଡେଭିଡ଼ ଗରଡ଼ା  ଜଣେ ମନସ୍ତତ୍ୱ ବିଶାରଦ ଭାବରେ ତାଙ୍କୁ ସମସ୍ତ ମାନସିକ ଅଶାନ୍ତି ରୁ ମୁକ୍ତି ପାଇଁ ଶିକ୍ଷା ଦେଉଥିଲେ ଏବଂ ତାଙ୍କ ପିତାଙ୍କ ପାଖରେ ଜଣେ ସାଉଣ୍ଡ ସିଷ୍ଟମ ଅପରେଟର ଭାବରେ କାମ କରି ପ୍ରାୟ ସମୟରେ ତାଙ୍କ ଘରକୁ ଯିବା ଆସିବା କରୁଥିଲେ l ପୀଡିତା ଛାତ ଉପରକୁ ଯିବା ସମୟରେ ଅଭିଯୁକ୍ତ ମଧ୍ୟ ସେହି ଛାତ ଉପରକୁ ଯାଇ ବାର୍ତ୍ତାଳାପ କରୁଥିଲେ l ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ନିବିଡ଼ତା ବଢିଲା ଏବଂ ଦିନେ ହଠାତ ଅଭିଯୁକ୍ତ ପୀଡିତା କୁ ଆଲିଙ୍ଗନ କରିବା ସହ ଇଚ୍ଛା ବିରୋଧ ରେ ଚୁମ୍ବନ ଦେଇଥିଲେ l ଏହି ଘଟଣା ଘଟିଯିବା ପରେ ଗତ 2024  ବର୍ଷ ର ମାର୍ଚ୍ଚ ମାସରେ ପୀଡିତା ଘରେ ଏକାକୀ ଥିବା ବେଳେ ଅଭିଯୁକ୍ତ ହଠାତ ଆସି ପୀଡିତା ରେ ଇଛା ବିରୋଧ ରେ ତାକୁ ଦୁଷ୍କର୍ମ କଲା ଏବଂ ଏହି କଥା ବାହାରେ ପ୍ରଘଟ କଲେ ଜୀବନରେ ମାରିଦେବି ବୋଲି ଧମକ ଚମକ ଦେଲା l ସେ କରିଥିବା ଦୁଷ୍କର୍ମ ଯୋଗୁଁ ପୀଡିତା ର ମାସିକ ଧର୍ମ ବନ୍ଦ ହେବା ଜାଣିବା ପରେ ପୀଡିତା ଉକ୍ତ ଘଟଣା କୁ ଅଭିଯୁକ୍ତ କୁ ଜଣାଇବା ପରେ ଅଭିଯୁକ୍ତ ଏକ ଗର୍ଭ ପରୀକ୍ଷା କିଟ ଦେଇ ତାହାର ଗର୍ଭ ପରୀକ୍ଷା କରାଇଥିଲା ଓ ପୀଡିତା କୁ ପଇଡ଼ ପାଣି ଓ ଅମୃତଭଣ୍ଡା ଖାଇବାକୁ ଦେବା ପରେ ତାହାର ମାସିକ ଧର୍ମ ଠିକ ହୋଇଥିଲା l ଏହାପରେ ପୀଡିତା ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ୱର ଚାଲିଯିବା ପରେ ମଧ୍ୟ ସେ ତାକୁ ଭେଟିବା ପାଇଁ ବାଧ୍ୟ କରୁଥିଲା l ଗତ 2025 ମସିହା ସେପ୍ଟେମ୍ବର ମାସ ରେ ଅଭିଯୁକ୍ତ ପୀଡିତା କୁ ଆମେ ବିବାହ କଲେ ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି କହି କିଛି କାଗଜପତ୍ର ରେ ପୀଡିତା ରେ ଦସ୍ତଖତ ନେଇଥିଲା l କିଛିଦିନ ପରେ ପୀଡିତା ନିଜ ଜେଜେବାପା ଙ୍କ ଘରକୁ ବୁଲିବାକୁ ଯାଇଥିବା ବେଳେ ଅଭିଯୁକ୍ତ ତାହାର ନୃଶଂସତା ଦେଖାଇ ପୀଡିତା ର ପିତାଙ୍କୁ କହିଲା ଯେ, ଯଦି ସେ ତାଙ୍କ ଝିଅ କୁ ତା ପାଖକୁ ନ ପଠାନ୍ତି ତେବେ ସେ ତାହାର ଫୋଟ ଗୁଡିକ ସୋସିଆଲ ମିଡିଆରେ ଭାଇରାଲ କରିବି ବୋଲି କହି ପରବର୍ତ୍ତୀ ସମୟରେ ପୀଡିତା ର ପିତାମାତା ଙ୍କ କିଛି ଫୋଟ ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିଲା l ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ଡେଭିଡ ଗରଡ଼ା କୁ  ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ପେନାଲ କୋଡ଼ ର ଧାରା  354, 506 ଓ  ପକସୋ ଆଇନ ର ଧାରା (6) ଓ ଧାରା (12) ପ୍ରକାରେ ମାମଲା ରୁଜୁ କରିଥିଲେ ଯାହାର କୋର୍ଟ କେସ ନମ୍ବର ଥିଲା TR-06/25 l ସମସ୍ତ 18 ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ଶ୍ରୀ ବାସୁଦେବ ଆଚାର୍ଯ୍ୟ ଅଭିଯୁକ୍ତ ଡେଭିଡ ଗରଡ଼ା କୁ 20 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 30,000/- ଟଙ୍କା ରେ ଅର୍ଥ ଦଣ୍ଡ ରେ ଦଣ୍ଡିତ କରିଛନ୍ତି କରିଛନ୍ତି l ଜୋରିମାନା ଅନାଦେୟ ଏକ ବର୍ଷ ଅଧିକ ଜେଲ ଦଣ୍ଡ ଭୋଗ କରିବା ପାଇଁ ନିର୍ଦ୍ଧେଶ ଦେବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣ କୁ ପୀଡିତା କୁ 7 ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ରାଶି ପ୍ରଦାନ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି l ସରକାର ଙ୍କ ପକ୍ଷରୁ ସରକାରୀ ଓକିଲ ମୃତ୍ୟୁଞ୍ଜୟ ମହାରଣା ମାମଲା କୁ ପରିଚାଳନା କରୁଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026

You Might Also Like