-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
ଆଗଲପୁର, (ବିନୋଦ ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ପାଟୁଆପାଳି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ଧୀରେନ୍ଦ୍ର ମେହେର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶୁଭଶ୍ରୀ ମିଶ୍ର ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ମାାତ୍ର 25 ଗୋଟି ଅଭିଯୋଗ ଉପରେ ଶୁଣାଣି ହୋଇଥିବା ବେଳେ ମୁଖ୍ୟତଃ ଭତ୍ତା, ସୁଭଦ୍ରା, ଆବାସ ଗୃହ ସହ ଅନ୍ୟାନ୍ୟ ଉପରେ ଅଭିଯୋଗ ହେବାସହ ପଞ୍ଜିକୃତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ଟି ସରପଞ୍ଚ ରବିଚନ୍ଦ୍ର ବସ୍ତିଆ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା l ପଟୁଆପାଲି ପଞ୍ଚାୟତ ଟି ପଟୁଆପାଳି, ଡ଼ୁମେରପାଳି, ପାଣ୍ଡରୀଡୁଙ୍ଗରି, ଖୁଟଳିମୁଣ୍ଡା ଗ୍ରାମ କୁ ନେଇ ଗଠିତ l ପିଇଓ ଅମର କୁମାର କୁଅଁର ଙ୍କ ଉପସ୍ଥିତି ରେ ଏପିଓ ଜଗତଜିତା ସେଠି, ବି ଆର୍ ସି ଅଂଶୁମାନ ଦେବବାବୁ , ବିପିସି ଅଭିରାମ ସାହୁ, ସର୍ବେସ୍ବର ପଟେଲ , ଭିଏଡବ୍ଲୁ ସ୍ଵାଗତିକା ଘିବେଲା, ବି ଏସ ଏସ ଓ ସୁଶାନ୍ତ ବାଗ , ଉମାଶଙ୍କର ବେହେରା, ଜଳ ଓ ପରିମଳ ଯନ୍ତ୍ରୀ ବେଣୁଧର ସିଂହ ଓ ବୁଦ୍ଧିମାନ ମହନ୍ତ, ଏଚ ଓ ଗଙ୍ଗାଧର ସେଠ, ଏ ଡି ଇ ଓ ରାଜେଶ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ l