-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
10-Oct-2026
ରିପୋର୍ଟ : ଅରବିନ୍ଦ ମିଶ୍ର
ଡୁଙ୍ଗୁରିପାଲି-ଗତ ମାସ ୧୦ ତାରିଖ ରାତିରେ ଘରୁ ଫୋନରେ ଡାକି ଜଣେ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା କରିଥୁବା ଘଟଣାରେ ଆଜି ଗୋଟିଏ ମାସ ବିତିଯାଇ ଥିଲେ ସୁଦ୍ଧା ପୁଲିସର ହାତ ଖାଲି ପଡିଛି l ଏହାକୁ ନେଇ ଆଜି ପରିବାର ଓ ପଞ୍ଚାୟତବାସୀ
ଡୁଙ୍ଗୁରିପାଲି ଥାନାର ପହଂଚି ଲିଖିତ ଅଭିଯୋଗ କରିଛନ୍ତି । ଅତି ଶୀଘ୍ର ଅପରାଧୀଙ୍କୁ ନ ଧରିଲେ
ଉଚ୍ଚଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେବା ଘଟଣା ଆଜି ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି l ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କେବାଡ ଗ୍ରାମର ଅଚ୍ୟୁତାନନ୍ଦ ନାୟକ (୪୫) ଆଗଲପୁର ପଞ୍ଚାୟତର ସମିତି ସଭ୍ୟ ଥିଲେ । ଡୁଙ୍ଗୁରିପାଲି ଶନି ମନ୍ଦିରରେ ତାଙ୍କ ପିତା ପୂଜା କରି ଆସୁଥିଲେ । ସେ ବେଳେ ବେଳେ ଏହି ପୂଜା କାମରେ ସାହାର୍ଯ୍ୟ କରି ଆସୁଥୁଲେ । ଗତ ତା.୧୦/୯/୨୦୨୬ ରାତି ୮ଟାରେ ଫୋନରେ ଘରୁ କେହି ଜଣେ ଟଙ୍କା ନେବାକୁ ଡାକି ଥିବା ବେଳେ ସେ ଆଉ ଫେରି ନଥିଲେ । ସକାଳେ ଚିନାଜୁରୀ-ବେକାଡ କେନାଲ ରାସ୍ତାରେ ଗାଡି ଭିତରେ ଗୁଳିବିଦ୍ଧ ଅବସ୍ଥାରେ ଥିବା ଏବଂ ଘଟଣାଟି ଦୁଇ ଜିଲ୍ଲା ସୀମାନ୍ତରେ ଘଟିଥିବା ଘଟଣାଟି ଖବର ପାଇ ଦୁଇ ଜିଲ୍ଲାର ପୁଲିସ ଘଟଣାସ୍ଥଳରେ ପହଂଚି ଥିଲେ । ଜଣେ ଲୋକ ପ୍ରତିନିଧୁ ହୋଇଥିବାରୁ ଘଟଣାର ଗୁରୁତ୍ବ ଅଧିକ ରହିଥିଲା l ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଇଲାକରେ ଘଟିଥିବାରୁ ପୁଲିସର ମୁଣ୍ଡବିନ୍ଧାର କାରଣ ପାଲଟିଛି l ଖବର ପାଇ ଘଟଣାସ୍ଥଳରେ ପୂର୍ବତନ ମନ୍ତ୍ରୀ ରୀତା ସାହୁଙ୍କ ସମେତ ବରପାଲି ବ୍ଲକର ଲୋକପ୍ରତିନିଧିମାନେ ପହଂଚି ହତ୍ୟାକାରୀକୁ ଧରିବାକୁ ଦାବି କରିଥିଲେ । ଉତ୍ତରାଂଚଳ ଡିଆଜି, ସୁବର୍ଣ୍ଣପୁର ଜିଲ୍ଲାର ପୁଲିସ ଅଧୁକାରୀମାନଙ୍କୁ ନେଇ ଦୁଇଟି ଟିମ ଗଠନ କରି ତଦନ୍ତ କରିଥିଲେ । ପୁଲିସ ପରିଦର୍ଶନ କରି ଜିଲ୍ଲା ଆରକ୍ଷୀ ଅଧୁକାରୀ ଘଟଣାସ୍ଥଳ ପରିଦର୍ଶନ କରି ଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀମାନଙ୍କୁ ଧରିପାରି ନାହାନ୍ତି। ଉଭୟ ଏବଂ ବରଗଡ ବିଭିନ୍ନ ଦିଗକୁ ନେଇ ତଦନ୍ତ କରିଥିଲେ ମଧ୍ୟ ପୁଲିସର ହାତ ଖାଲି ରହିବା ଜନସାଧାରଣକୁ ପୁଲିସ ଉପରୁ ଆସ୍ଥା ହରାଇ ବସିଛନ୍ତି । ଆଜି ମୃତ ଅଚ୍ୟୁତାନନ୍ଦଙ୍କ ବାପା ସଭାପତି ପଂଚାୟତର ଶତାଧିକ ଜନସାଧାରଣ ପରିବାର ମାସେ ପୁରି ଯାଇଥିଲେ ମଧ୍ୟ ହତ୍ୟାକାରୀ ଧାରା ନ ପଡିବ ନେଇ ଡୁଙ୍ଗୁରିପାଲି ଥାନାରେ ପହଂଚି ଥାନାଧିକାରୀଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ଶିଘ୍ର ନଧରିଲେ ଆଗାମୀ ଦିନରେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟ ପକ୍ଷରେ ମାମଲାର ଗୁରୁତ୍ବକୁ ନେଇ ହତ୍ୟାକାରୀମାନଙ୍କୁ ଗିରଫ କର ନ ଯାଇ ତଦନ୍ତ ଜାରି ରହିଥିବା ଏବଂ ଆସାମୀମାନେ ଧରାପଡିବେ ବୋଲି ପୁଲିସ ପକ୍ଷରୁ ପ୍ରତିକ୍ରୀୟା ଦିଆଯାଇଛି । ପୁଲିସ ପୁଲିସ କୌଣସି ସୂଚନା ଦେଉନ ଥୁବା ଜାଣିପାରିଛନ୍ତି କି ନାହିଁ ତାହା ଜଣାପଡ଼ୁ ନଥିବା ବେଳେ ତଦନ୍ତରେ ବାଧା ଦୃଷ୍ଟିରୁ ବୋଧହୁଏ ଆଲୋଚନା ହେଉଛି । । ସେ ଯାହା ବି ହେଉ ଗୋଟିଏ ମାସ ବିତି ଯାଇଥିଲେ ବି ହତ୍ୟାକାରୀକୁ ଦୁଇଟି ଜିଲ୍ଲାର ପୁଲିସ ଅଧି କାରୀ ଧରି ନ ପାରିବ ପୁଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ହେଉଛି । ଆଜି ଲିଖୁତ ଦାବୀରେ ମୃତକଙ୍କ ସ୍ତ୍ରୀ ଲୋପାମୁଦ୍ରା ନାଏକ, ସୁରେଶ ମାଝୀ, ବିଶ୍ୱନାଥ ନାଏକ, ଦୀପାଞ୍ଜଳୀ ଣୀସେନ ମହଲା, ଗୋବିନ୍ଦ ସେଠୀ, ମେଘନାଥ ତଣ୍ଡକାର, ସୁରେଶ ମଟାରୀ , ହରେରାମ ସା, ପଲଟି ସେବକ ନାଏକ, ଆନନ୍ଦ ବାଗ, ତରଣୀ ମହଲା, ଧୁବେଇ, ସରୋଜ ମହାକୁର, ରସିକ ମାଝି, ବିକାଶ ଚନ୍ଦ୍ର ଦେହେରି, ଉମାକାନ୍ତ ମଟାରୀ, ଉମାକାନ୍ତ ସାହୁ, ବିଶ୍ଵାମିତ୍ର ରନା, ଭୋଜରାଜ ଜୁଆଡି, ରାମକୃଷ୍ଣ ସା, ସୀତାରାମ ରଣା, ମଙ୍ଗଳୁ ବୁଡେକ, ସାହୁ, ପ୍ରଫୁଲ୍ଲ ମେହେର, କରୁଣାକର ମଧୁ ଭୋଇ, ଭୋଇ, ହେମରାଜ ସା, ପ୍ରଶାନ୍ତ ବାଗ, ଗୋବିନ୍ଦ ସା, ଭୁବନେଶ୍ୱର ବେହେରା, ମହନି ସା ପ୍ରମୁଖ ଉପସ୍ଥିତ ଥିଲେ ।