-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
09-Oct-2026
କଣ୍ଟାମାଳ(ଜୟ କୁମାର ମହାରଣା): ୮ ବର୍ଷ ପରେ ଓଡ଼ିଶାରେ ହେଉଥିବା କ୍ୟାମ୍ପସ୍ ଭୋଟ୍ ପାଇଁ କ୍ଲାସ୍ ରୁମ୍ ଠୁ କ୍ୟାମ୍ପସ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚା, କିଏ ହେବ ଛାତ୍ର ସଂସଦର ଚେହେରା ? ଆଜି ନାମାଙ୍କନ ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀ ଚୟନକୁ ନେଇ କ୍ୟାମ୍ପସ ସରଗରମ ଓ ଚଳଚଞ୍ଚଳ ହୋଇଉଠିଛି l ଆଜି
କଣ୍ଟାମାଳ ପଞ୍ଚାୟତ ମହାବିଦ୍ୟାଳୟ ନିର୍ବାଚନ ଷ୍ଟିଅରିଙ୍ଗ କମିଟି ମୁଖ୍ୟ ଅଧ୍ୟକ୍ଷ ଅନୋଜ କୁମାର ଭୁକ୍ତା ଓ ଅଧ୍ୟାପକ ସାଗର ବଗର୍ତ୍ତୀ ଙ୍କ ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନରେ ସକାଳ ୧୦ଟା ଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ସକାଳ ୧୦ଟା ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ମୋଟ ୨୩ ଗୋଟି ନାମାଙ୍କନ ପତ୍ର ମଧ୍ୟରୁ ୧୮ଜଣ ଆଗ୍ରହୀ ପ୍ରାର୍ଥୀ ନୋମିନେସନ୍ ଦାଖଲ କରିଥିଲେ । ଅପରାହ୍ନ ୨ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ନୋମିନେସନ୍ ଯାଞ୍ଚ ତଥା ସ୍କୃଟିନି କରାଯାଇଥିଲା । ଯାଞ୍ଚରେ ୧୮ଜଣ ପ୍ରାର୍ଥୀ ଙ୍କ ମଧ୍ୟରୁ ଏ ବି ଭି ପି ସଭାପତି ପ୍ରାର୍ଥୀ ସୁନ୍ଦର ଗୁରୁ ଙ୍କ ପ୍ରାର୍ଥୀ ପତ୍ର ନାକଚ ହୋଇଥିବା ବେଳେ ଅବଶିଷ୍ଟ ୧୭ଜଣ ପ୍ରତିଦ୍ବନ୍ଦୀ ଙ୍କ ପ୍ରାଥୀପତ୍ର କାଏମ ରହିଥିବା ନେଇ ସନ୍ଧ୍ୟା ୫ ଘଟିକା ସମୟରେ ଉଚ୍ଚ ଶିକ୍ଷାନୁଷ୍ଠାନ ତରଫରୁ ବୈଧ ନୋମିନେସନ୍ ତାଲିକା ପ୍ରକାଶ ପରେ କଲେଜ ପକ୍ଷରୁ ଘୋଷଣା କରା ଯାଇଛି l ସ୍କୃଟିନି ରେ କାଏମ ଥିବା ୧୭ଜଣଙ୍କ ମଧ୍ୟରେ ୪ଜଣ ସଭାପତି ପ୍ରାର୍ଥୀ ଶୁଭଙ୍କର ପଲିଆ, ଆର୍ଯ୍ୟଦେବ କୁମ୍ଭାର, ସଦାନନ୍ଦ କର୍ମୀ, ବିକାଶ ରଣା, ଉପସଭାପତି ରେ ତପସ୍ୱିନୀ କୁମ୍ଭାର ଓ ଶ୍ରୀତମ କୁମାର ସାହୁ, ସାଧାରଣ ସମ୍ପାଦକ ରେ ରବୀନ୍ଦ୍ର ସାହୁ ଓ ଶିଖା ଛତ୍ରିଆ,ଏଥଲେଟିକ ସେକ୍ରେଟାରୀ ରେ ଜଗା ମହାନନ୍ଦ ଓ ଆକାଶ କୁମାର ସାହୁ, ଡ଼ିଏସଏ ରେ ବିଜୁ କୁମ୍ଭାର ଓ ସୁଶୀଲ ନାଗ, ଙ୍କ ପ୍ରାର୍ଥୀ ପତ୍ର କାଏମ ରହିଛି l ସେହିପରି ସହ ସାଧାରଣ ସମ୍ପାଦକ ପ୍ରାର୍ଥୀ ରବୀନ୍ଦ୍ର ସାହୁ ଓ ଗାର୍ଲସ କମନ ରୁମ ରିପ୍ରେଜେଣ୍ଟାଟିଭ ପ୍ରାର୍ଥୀ ନିରୁପମା ଭୋଇ,କ୍ଲାସ ରିପ୍ରେଜେଣ୍ଟ୍ଏଟିଭ ରେ ଚନ୍ଦନ ବନଛୋର, ଆଲୋକ କୁମାର ନାଏକ ଓ ମାନସ ପ୍ରଧାନ ଆଦି ୫ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱ୍ୱରେ ନିର୍ବାଚିତ ହୋଇଥିବା ଜଣାଯାଇଛି l ଭାରପ୍ରାପ୍ତ ନିର୍ବାଚନ ପରିଚାଳନା
ଅଧିକାରୀ ଅଧ୍ୟାପକ ରବୀନ୍ଦ୍ର କୁମାର ପ୍ରଧାନ ଓ ପୌଲସ୍ତି ପ୍ରଧାନ ନିର୍ବାଚନ କାର୍ଯ୍ୟ ତଦାରଖ ଏବଂ ଅଧ୍ୟାପକ ବସନ୍ତ କୁମାର ଖଟୁଆ, ସଂଶିତ କୁମାର ରଥ, ସୁନୀଲ କୁମାର ପୁଟା, ମାନିନୀ ଦାସ, ସେବାଶ୍ରୀ ବେହେରା ଆଦି ନିର୍ବାଚନ ନୋମିନେସନ ଓ ସ୍କୃଟିନି ଦାୟିତ୍ୱ ତୁଲାଇଥିଲେ l ଆସନ୍ତା ଶନିବାର ୧୦ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ବିଜ୍ଞପ୍ତି ପ୍ରକାରେ ସ୍ଥିର କରାଯାଇଛି l
।