-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
08-Oct-2026
ଲୋଇସିଂହା (ପ୍ରେରଣା ଖବର) ଆଜି ପ୍ରଦେଶ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ପକ୍ଷରୁ ଡାକରା ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ର ପ୍ରଭାବ ଲୋଇସିଂହା ରେ ମଧ୍ୟ ଦେଖିବାକୁ ମିଳିଥିଲା l ଏମ.ଏମ. ଡ଼ି.ଆର ସଂଶୋଧନ ଆଇନ୍ ପ୍ରତ୍ୟାହାର,ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା, ଭୁଲ୍ ପାଠ୍ୟପୁସ୍ତକ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା, ବନ୍ୟାଵିପନ୍ନ ଙ୍କୁ ସହାୟତା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା l ଲୋଇସିଂହାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହୋଇଥିଲା । ସହରର ମୁଖ୍ୟ ବଜାର, ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ ରହିଛି।ବସ୍, ଅଟୋ ଓ ମାଲ ପରିବହନ ଗାଡି ଚଳାଚଳ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଥିଲା ।କଂଗ୍ରେସ କର୍ମୀମାନେ ବିଭିନ୍ନ ଛକରେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ l ଅତ୍ୟାବଶ୍ୟକ ସେବା ଓ ପରୀକ୍ଷାର୍ଥୀଙ୍କୁ ବନ୍ଦରୁ ବାଦ୍ ଦିଆଯାଇଥିଲା l ଏହି ବନ୍ଦକୁ ବିଭିନ୍ନ ବ୍ୟବସାୟୀ ସଂଘ, ଟ୍ରାନ୍ସପୋର୍ଟ ଆସୋସିଏସନ ସମର୍ଥନ ଜଣାଇଥିଲେ l ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳତା ର ସହ ହୋଇଛି ବୋଲି ଲୋଇସିଂହା ବ୍ଲକ୍ କଂଗ୍ରେସ ପକ୍ଷରୁ କୁହାଯାଇଛି l ଏହି ବନ୍ଦ ରେ ଜିଲ୍ଳା କଂଗ୍ରେସ ର ସାଧାରଣ ସମ୍ପାଦକ ଅଶୋକ ବାରିକ, ନଗର କଂଗ୍ରେସ ସଭାପତି ଭୋଳାନାଥ ମିର୍ଦ୍ଧା,ବ୍ଲକ କଂଗ୍ରେସ ସଭାପତି ତ୍ରିନାଥ ସାହୁ, ଅରବିନ୍ଦ ସାହୁ, ମୋହିତ ମିଶ୍ର ଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ l