-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||     

HOME   ଜିଲ୍ଲା

ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ

07-Oct-2026



ଟିଟିଲାଗଡ(ପ୍ରେରଣା ଖବର)- ରାଜ୍ୟ ସରକାର କିଛି ମା ପୂର୍ବେ ନୂତନ ଵିଦେଶୀ ମଦ ଦୋକାନ ଖୋଲିବାକୁ ଟେଣ୍ଡର ଆହ୍ୱାନ କରିଥିଲେ। ସେଥିରେ ଟିଟିଲାଗଡ ୱାର୍ଡ଼ ନମ୍ବର ୯ ରେଲୱେ ଷ୍ଟେସନ ରୋଡରେ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ତେବେ ଏବେ ଦେଖିବାକୁ ମିଳୁଛି ଏହାର ଅସଲ ଚିତ୍ର। ୱାର୍ଡ଼ ନମ୍ବର ୯ ରେ ନ ଖୋଲି ୮ ନମ୍ବର ୱାର୍ଡ଼ରେ କିପରି ଅନୁମତି ଦେଲା ଅବକାରୀ ବିଭାଗ ? ବାରମ୍ବାର ଅଞ୍ଚଳ ବାସି ନୂତନ ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ ମଧ୍ୟ କରି ସାରିଛନ୍ତି। 

     ତେବେ ନୂତନ ଵିଦେଶୀ ମଦ ଦୋକାନ ଖୋଲିବାର ତିନି ମାସ ପରେ ଖୋଲିଲା ଅବକାରୀ ବିଭାଗର ଗୁମର, ଟିଟିଲାଗଡ଼ରେ ନିୟମକୁ ଜଳାଞ୍ଜଳି ଦେଇ ୯ ନମ୍ବର ୱାର୍ଡ ବଦଳରେ ୮ ନମ୍ବର ୱାର୍ଡରେ କିପରି ଖୋଲିଲା ବିଦେଶୀ ମଦ ଦୋକାନ ?  ପ୍ରଶାସନ ଓ ମଦ ବେପାରୀଙ୍କ ଭିତିରି ବୁଝାମଣାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।
ଜିଲ୍ଲା ଅବକାରୀ ବିଭାଗର ଅଜବ ନୀତିକୁ ନେଇ ଏବେ ତେଜିଛି ବିବାଦ। ଟିଟିଲାଗଡ଼ରେ ନୂତନ ବିଦେଶୀ ମଦ ବ୍ୟବସାୟୀଙ୍କ ସହ ଅବକାରୀ ବିଭାଗର ଭିତିରି ବୁଝାମଣା ଘଟଣା ଏବେ ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଅବକାରୀ ଅଧୀକ୍ଷକ ଅର୍ଣ୍ଣପୂର୍ଣ୍ଣା ରଥ ଏବଂ ତତ୍କାଳୀନ ଟିଟିଲାଗଡ଼ ଅବକାରୀ ଇନ୍ସପେକ୍ଟର ଯତୀନ ବେହେରା ହାଇସ୍କୁଲ ପଡ଼ାରେ ନୂତନ ବିଦେଶୀ 'ଅଫ୍ ସପ୍' ମଦ ଦୋକାନ ପାଇଁ ସମସ୍ତ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି।
ନିୟମ ଅନୁସାରେ, ମଦ ଦୋକାନ ଖୋଲିବା ପୂର୍ବରୁ ସମ୍ପୃକ୍ତ ସ୍ଥାନ ପୌରପରିଷଦ ଅଧୀନସ୍ଥ ନିର୍ଦ୍ଧାରିତ ୱାର୍ଡ ଅନ୍ତର୍ଭୁକ୍ତ କି ନାହିଁ, ଜମିର ଦସ୍ତାବିଜ୍, ମାଲିକାନା ସତ୍ତ୍ୱ ଏବଂ ଭଡ଼ା ଚୁକ୍ତିନାମା ଆଦି ଟେଣ୍ଡର ନିୟମ ଅନୁଯାୟୀ ଯାଞ୍ଚ ହେବା କଥା। ଏପରିକି ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟରୁ 'ଟ୍ରେଡ୍ ଲାଇସେନ୍ସ' କାଗଜପତ୍ର ଯାଞ୍ଚ ପରେ ହିଁ ଅନୁମତି ମିଳିବା ନିୟମ ରହିଛି। ମାତ୍ର ହାଇସ୍କୁଲ ପଡ଼ାରେ ନୂତନ ଦୋକାନ ପାଇଥିବା ଶୈଳେନ୍ଦ୍ର ସକ୍ସେନାଙ୍କ ପାଇଁ ଅବକାରୀ ବିଭାଗ ସମସ୍ତ ନୀତିନିୟମକୁ ପାଣି ଫୋଟକା ସଦୃଶ କରିଦେଇଛି। ଉକ୍ତ ଦୋକାନଟି ପୌରପରିଷଦ ଅଧୀନସ୍ଥ ୮ ନମ୍ବର ୱାର୍ଡରେ ଆସୁଥିବା ବେଳେ, ଅବକାରୀ ବିଭାଗ ଏହାକୁ ବାରମ୍ବାର ୯ ନମ୍ବର ୱାର୍ଡ ଦର୍ଶାଇ ତରବରିଆ ଭାବେ ଅନୁମତି ଦେବା ପଛର ରହସ୍ୟ କ’ଣ—ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

    ଗଣମାଧ୍ୟମକୁ ଭୁଲ୍ ତଥ୍ୟ ଦେଇ ନିୟମ ଉଲ୍ଲଂଘନ କରିଥିବା ଏହି ଅଧିକାରୀମାନଙ୍କ ବିରୋଧରେ ଏବେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ? ତାହା ଉପରେ ସମସ୍ତଙ୍କ ନଜର।ବିନା ନିୟମ ପାଳନରେ ଚାଲିଥିବା ଏହି ବେଆଇନ କାରବାର ପଛରେ ପ୍ରକୃତରେ କାହାର ହାତ ରହିଛି ଏବଂ ସରକାର ଏହି ଦୁର୍ନୀତି ବିରୋଧରେ କି ପଦକ୍ଷେପ ନେବେ, ତାହା ଦେଖିବାକୁ ବାକି ରହିଲା। ସେମିତିବି ଲୋକଙ୍କ ସରକାର ବୋଲାଉଥିବା ମୋହନ ମାଝୀଙ୍କ ସରକାରରେ ସବୁ ସମ୍ଭବ ହୋଇପାରୁଛି। ନୀତି ନିୟମକୁ ଫୁ କରି ଖୋଲା ଯାଇଛି ବିଦେଶି ମଦ ଦୋକାନ। ଏହା ବ୍ୟତୀତ ଅବକାରୀ ମନ୍ତ୍ରୀ ଏ ବିଷୟରେ ଯିଏ ଭୁଲ କରିଛି ତାଙ୍କ ବିରୁଦ୍ଧରେ କଣ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ରହିଲା। ସୁଚନା ଅଧିକାର ଆଇନ ବଳରେ ତଥା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏହି ବିଦେଶୀ ମଦ ଦୋକାନ ବିଷୟରେ ତଥ୍ୟ ମାଗିବା ପରେ ସବୁ ଗୁମର ଖୋଲିଛି। ଦୋକାନ ପାଇଁ ଟେଣ୍ଡର ବାହାରିଲା ଗୋଟିଏ ୱାର୍ଡରେ ଆଉ ଖୋଲିଲା ଅନ୍ୟ ୱାର୍ଡ଼ରେ। ତା ମାନେ ଅବକାରୀ ବିଭାଗ ଅଧିକାରୀ ମାନେ ନିଜେ ପ୍ରସ୍ତୁତ କରୁଛନ୍ତି ନିୟମ ? ନୂତନ ଦୋକାନ ମାଲିକ ଓ ଅବକାରୀ ବିଭାଗ ଅଧିକାରୀଙ୍କ ଭିତିରିଆ କାରବାର କି ବୁଝାମଣା ହୋଇଛି ନିଶ୍ଚୟ ଏ ଦିଗରେ ତଦନ୍ତ ନିହାତି ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026

You Might Also Like