-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
07-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ମହଦା ପଞ୍ଚାୟତ ସିଆଲି ଗ୍ରାମର ବିଜେଡି କର୍ମୀ ନାରାୟଣ ଭୋଇଙ୍କ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି l ସୁଚନା ଅନୁସାରେ ଅଗଷ୍ଟ ୩୦ ତାରିଖ ନାରାୟଣ ସିଆଲି ଛକରୁ ବାଇକ ଯୋଗେ ନିଜ ପମ୍ପ ଘରକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ l ତାଙ୍କୁ ସଙ୍ଗେସଙ୍ଗେ ଡୁଙ୍ଗୁରିପାଲି ଡ଼ାକ୍ତରଖାନାକୁ ନିଆଯାଇଥିଲା l ପରେ ପରେ ବରଗଡ ଓ ବୁର୍ଲାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଇ ଘରକୁ ଅଣାଯାଇଥିଲେ l ପାଞ୍ଚଦିନ ତଳେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ବୁର୍ଲାର ଘରୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ପରଲୋକ ହୋଇଯାଇଛି l ଗତକାଲି ତାଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ସୋନପୁର ବିଧାୟକ ନିରଞ୍ଜନ ପୂଝାରୀ, ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ତାଙ୍କ ଶେଷ ଦର୍ଶନ କରିବା ସହ ଶୋକ ସନ୍ତପ ପରିବାରକୁ ସାନ୍ତନା ଦେଇଥିଲେ l ପ୍ରକାଶ ଥାଉକି ସ୍ୱର୍ଗତ ଭୋଇଙ୍କ ପ୍ରଚେଷ୍ଟାରେ ସିଆଲି ଗ୍ରାମରେ ଧନୁଯାତ୍ରା ଆରମ୍ଭ ହୋଇଥିଲା l ଏହା ସହ ତାଙ୍କ ଗ୍ରାମରେ ହେଉଥିବା ରାମଲୀଳାର ରାବଣ ଭୂମିକାରେ ସେ ଅଭିନୟ କରୁଥିଲେ l ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l