-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
07-Oct-2026
ଲୋଇସିଂହା(ପ୍ରେରଣା ଖବର): ଲୋଇସିଂହା ବ୍ଳକ କୁଶଙ୍ଗ ଗ୍ରାମରେ ଥିବା ମା 'କୁଶଙ୍ଗାଇ ପୀଠ ରେ ଚଳିତ ଆଶ୍ଵିନ ମୂଳାଷ୍ଟମୀ ତିଥି ତା' ୩.୧୦.୨୦୨୬(ଶନିବାର) ରାତିରେ ଖଣ୍ଡାବସା ବିଧି ସମ୍ପନ୍ନ ହୋଇଛି । ଏଥିସହିତ ଉକ୍ତ ପ୍ରାଚୀନ ଶକ୍ତିପୀଠରେ ଶାରଦୀୟ ଷୋହଳ ପୂଜା ଆରମ୍ଭ ହୋଇ ରୀତିନୀତି ଅନୁଯାୟୀ ମା'ଙ୍କର ଷୋଡ଼ଶ ଉପଚାର ପୂଜାବିଧି ମହାଷ୍ଟମୀ ତିଥି ତା: ୧୮-୧୦-୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ସମୟରେ ପ୍ରତ୍ୟହ ଭଜନ, କୀର୍ତନ୍ୟ, ଭାଗବତ ପାରାୟଣ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ବଲାଙ୍ଗିର ଜିଲ୍ଲାରେ ମା'କୁଶଙ୍ଗାଇ ପୀଠ ଏକ ପ୍ରସିଦ୍ଧ ଶକ୍ତିପୀଠ ହୋଇଥିବାରୁ ଶାରଦୀୟ ପୂଜା ସମୟରେ ବହୁସଂଖ୍ୟାରେ ଭକ୍ତ ଜିଲ୍ଲା ତଥା ଜିଲ୍ଲା ବାହାରୁ ମା'ଙ୍କର ଦର୍ଶନ ଏବଂ ପୂଜାର୍ଚ୍ଚନା କରିବାପାଇଁ ଆସିଥାନ୍ତି । ତେଣୁ ଚଳଚଞ୍ଚଳ ହୋଇଉଠେ ଏହି ଦେବୀପୀଠ ଆଶ୍ଵିନ ମାସରେ । ସମସ୍ତ ସେବାୟତ ନିଷ୍ଠାର ସହ ମା'ଙ୍କର ସେବାପୂଜା କରିଥାନ୍ତି । ଏବର୍ଷ ପୂଜକ ଦେବଦତ୍ତ ଦେହେରୀ ପୂଜା କାର୍ଯ୍ୟ ସଂପାଦନ କରୁଥିବାବେଳେ ପୂଜକ ଖଗେଶ୍ଵର ଦେହେରୀ, ଲୋକନାଥ ଦେହେରୀ ଏବଂ ଦେବୀଙ୍କର ଛତ୍ରିଆ ତଥା ଅନ୍ୟାନ୍ୟ ସେବାୟତମାନେ ଷୋହଳ ପୂଜା ସମୟରେ ସହଯୋଗ କରୁଛନ୍ତି ।ମନ୍ଦିର ଉନ୍ନୟନ କମିଟି ଏବଂ ଗ୍ରାମବାସୀ ମଧ୍ଯ ଶାରଦୀୟ ପୂଜା ସମୟରେ ସହଯୋଗ କରିଆସୁଛନ୍ତି । ମା' କୁଶଙ୍ଗାଇ ପ୍ରତ୍ୟକ୍ଷ ଦେବୀ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।