-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

ବିକାଶ ନାମରେ ଆଦିବାସୀ, କୃଷକ, ଦଳିତ ଓ ଗରିବଙ୍କ ଅଧିକାର ବଳିଦାନ ହେବା ଉଚିତ୍ ନୁହେଁ— ନିରଞ୍ଜନ ବିଶି

06-Oct-2026



ସମ୍ବଲପୁର(ପ୍ରେରଣା ଖବର): ସମ୍ବଲପୁର ସାଂସ୍କୃତିକ ଭବନଠାରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ (BDSA)ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳ ରାଜ୍ୟ ଆଦିବାସୀ ସେଲ୍‌ର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବିଶି ଯୋଗଦେଇ ସମବେତ ସାହିତ୍ୟିକ, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତାମାନଙ୍କୁ ସମ୍ବୋଧିତ କରିଥିଲେ।
ଶ୍ରୀ ବିଶି ନିଜ ବକ୍ତବ୍ୟରେ ବିଜେପି ସରକାରଙ୍କ ବିଭିନ୍ନ

ନୀତି ଓ ନିଷ୍ପତ୍ତି କୃଷକ, ଆଦିବାସୀ, ଦଳିତ, ଯୁବକ, ମହିଳା, ଶ୍ରମିକ, କର୍ମଚାରୀ, ଗରିବ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରଭାବିତ କରୁଛି ବୋଲି ଉଦ୍ବେଗ ପ୍ରକାଶ କରିଥିଲେ।
MMDR ସଂଶୋଧନ ଆଇନ ସମ୍ପର୍କରେ ସେ କହିଥିଲେ ଯେ, ଏହାର ପ୍ରଭାବ ଆଦିବାସୀ ସମାଜର ଜଳ, ଜଙ୍ଗଲ, ଜମି, ପାହାଡ଼, ପର୍ବତ, ଡଙ୍ଗର, ନଦୀ, ନାଳ, ଝରଣା, ପ୍ରାକୃତିକ ସମ୍ପଦ, ଜୀବିକା ଏବଂ ପାରମ୍ପରିକ ଅଧିକାର ଉପରେ ପଡ଼ିପାରେ। ଗ୍ରାମସଭାର ଭୂମିକା ଏବଂ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାରକୁ ଅବହେଳା କରି କୌଣସି ବିକାଶ ନୀତି ଗ୍ରହଣଯୋଗ୍ୟ ହୋଇପାରିବ ନାହିଁ ବୋଲି ସେ ମତ ପ୍ରକାଶ କରିଥିଲେ।
ସେହିପରି ସମାନ ନାଗରିକ ସଂହିତା (UCC) ପ୍ରସଙ୍ଗରେ ଶ୍ରୀ ବିଶି କହିଥିଲେ ଯେ, ଆଦିବାସୀ ସମାଜର ସ୍ୱତନ୍ତ୍ର ପ୍ରଥା, ପରମ୍ପରା, ସାମାଜିକ ବ୍ୟବସ୍ଥା, ବିବାହ ଓ ଉତ୍ତରାଧିକାର ପ୍ରଥାକୁ ସୁରକ୍ଷା ଦେଇନଥିବା କୌଣସି ବ୍ୟବସ୍ଥା ଆଦିବାସୀ ଅସ୍ମିତା ଓ ସ୍ୱାତନ୍ତ୍ର୍ୟ ପାଇଁ ଚିନ୍ତାଜନକ ହେବ।
ଆଦିବାସୀ ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାର ସୁଯୋଗ ଦେଇଆସୁଥିବା ANWESHA ଯୋଜନା ବନ୍ଦ କରାଯିବାକୁ ସେ ଅନୁନ୍ନତ ବର୍ଗର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଅନ୍ୟାୟ ବୋଲି ଅଭିହିତ କରିଥିଲେ। ଏହାସହ ଗରିବ ଓ ଅସହାୟ ପରିବାରଙ୍କ ସ୍ୱାସ୍ଥ୍ୟସେବାରେ ସହାୟକ ହୋଇଥିବା BSKY ବନ୍ଦ କରାଯିବା ଗରିବ ଲୋକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ପ୍ରଭାବିତ କରିଛି ବୋଲି ସେ କହିଥିଲେ।
ବନ ଅଧିକାର ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ (ବନ ଅଧିକାର ସ୍ୱୀକୃତି) ଆଇନ, ୨୦୦୬ ଅନୁଯାୟୀ ଯୋଗ୍ୟ ପରିବାରମାନଙ୍କୁ Record of Rights (RoR) ପ୍ରଦାନରେ ବିଳମ୍ବ କିମ୍ବା ବାଧା ସୃଷ୍ଟି ହେବା ଉଚିତ୍ ନୁହେଁ। ବନ ଅଧିକାର କୌଣସି ଦୟା କିମ୍ବା ଅନୁଗ୍ରହ ନୁହେଁ; ଏହା ଆଇନସମ୍ମତ ଅଧିକାର, ଜୀବିକା, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟର ପ୍ରଶ୍ନ ବୋଲି ସେ କହିଥିଲେ।
ଶ୍ରୀ ବିଶି ଆଦିବାସୀ, କୃଷକ, ମହିଳା, ଯୁବକ, ଦଳିତ, ପଛୁଆ ବର୍ଗ, ଗରିବ, ଶ୍ରମିକ, କର୍ମଚାରୀ, ବୁଦ୍ଧିଜୀବୀ ଓ ସାହିତ୍ୟିକମାନଙ୍କୁ ସାମ୍ବିଧାନିକ ଅଧିକାର, ସାମାଜିକ ନ୍ୟାୟ ଓ ମାନବୀୟ ମର୍ଯ୍ୟାଦାର ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ।
ସେ କହିଥିଲେ, “ଭାରତର ସମ୍ବିଧାନ ଆମକୁ ନ୍ୟାୟ,

ସମାନତା, ସ୍ୱାଧୀନତା ଓ ମର୍ଯ୍ୟାଦାର ଅଧିକାର ଦେଇଛି। ବିକାଶର ନାମରେ କୃଷକ, ଆଦିବାସୀ, ଶ୍ରମିକ, କର୍ମଚାରୀ, ଦଳିତ ଓ ଗରିବ ଲୋକଙ୍କ ଅଧିକାର, ପରିଚୟ ଓ ଜୀବିକାକୁ ବଳିଦାନ ଦିଆଯାଇପାରିବ ନାହିଁ।”
ଏହି ଅବସରରେ ଭାରତୀୟ ଦଳିତ ସାହିତ୍ୟ ଏକାଡେମୀର ଜାତୀୟ ସଭାପତି ଡ଼. ଏସ୍. ପି. ସୁମନାକ୍ଷର, ପଦ୍ମଶ୍ରୀ ହଳଧର ନାଗ, ସେକ୍ରେଟାରୀ ଜେନେରାଲ୍ ଜୟ ସୁମନାକ୍ଷର, ବିଭିନ୍ନ ଜିଲ୍ଲାର ସଭାପତି, ପଦାଧିକାରୀ ଓ ଅନ୍ୟାନ୍ୟ ବିଶିଷ୍ଟ ବକ୍ତାମାନେ ମଧ୍ୟ ଉଦ୍ବୋଧନ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like