-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
04-Oct-2026
ବଲାଙ୍ଗୀର, (ପ୍ରେରଣା ଖବର) ଆଜି ବଲାଙ୍ଗୀର ସହର ସ୍ଥିତ ୱାର୍ଡ ନ 10 ଗେଟ ସରୋବର ପଡା ସ୍ଥିତ ଡ଼. ବିଆର ଆମ୍ବେଦକର କଲଚରାଳ ଏବଂ ସ୍ପୋର୍ଟିଙ୍ଗ କ୍ଳବ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କ୍ଳବ ର ସଭାପତି ଶମ୍ବୁପଦ ହରପାଳ ଙ୍କ ସଭାପତିତ୍ୱ ଓ କାଉନସିଲର କିଶୋର କୁମ୍ଭାର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଯୋଗ ଦେଇଥିବା ବେଳେ ସମାଜସେବୀ, କାଉନସିଲର ତଥା ବଲାଙ୍ଗୀର ସହର ବିଜେଡି ସଭାପତି ଶମ୍ବୁ ନାଗ, ସାଂସଦ ଙ୍କ ବଲାଙ୍ଗୀର ସହର ପ୍ରତିନିଧି ଦିନେଶ ଶର୍ମା, କ୍ଲବ ର ସମ୍ପାଦକ ଅଜୟ ନାଗ, କୋଷାଧ୍ୟକ୍ଷ ଯୋଗୀନ୍ଦ୍ର ଦୀପ ପ୍ରମୁଖ ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l
ପ୍ରଥମେ ଅତିଥି ମାନେ ଡ଼. ବି. ଆର ଆମ୍ବେଦକର ଙ୍କ ଫଟୋ ରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ବଳନ କରିଥିଲେ l ପରେ ପଶ୍ଚିମ ଓଡିଶା ର ଗଣପର୍ବ ନୁଆଁଖାଇ କୁ ନେଇ ଅତିଥି ବୃନ୍ଦ ସୁଚିନ୍ତିତ ମତପ୍ରଦାନ କରିଥିଲେ l ନୁଆଁଖାଇ ହେଉଛି ଭାଇଚାରା, ବନ୍ଧୁତ୍ୱ ତଥା ପାରିବାରିକ ରାଗ ରୁଷ କୁ ଦୂରକରି ସୁ ସମ୍ପର୍କ ରଖିବାର ପର୍ବ l ଏହି ନୁଆଁଖାଇ ପର୍ବ ଟି ଜିଲ୍ଲା, ରାଜ୍ୟ, ଦେଶ ତଥା ବିଦେଶ ରେ ମଧ୍ୟ ଧୂମଧାମ ରେ ପାଳନ ହେଉଛି l ଏହା ଭାବ ଆଦାନପ୍ରଦାନ ର ପର୍ବ ଏଣୁ ଏହାର ଲୋକପ୍ରିୟତା ଉଚ୍ଚକୋଟିର l ଉକ୍ତ ନୁଆଁଖାଇ କାର୍ଯ୍ୟକ୍ରମ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ସମ୍ବଲପୁରୀ ଗୀତ ଓ ନାଚ ରେ ମଞ୍ଚ ଦୁଲୁକିଵା ସହ ଦର୍ଶକ ଝୁମି ଉଠିଥିଲେ l ବିଭିନ୍ନ କଳା, ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତିବିଶେଷ ଙ୍କୁ ଏହି କ୍ଳବ ପକ୍ଷରୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଗଲା l ଏହି ଭେଟଘାଟ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ କୁନା ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସଭାପତି ସମ୍ବୁପଦ ହରପାଳ l