-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
03-Oct-2026
ବଲାଙ୍ଗିର ତା ୨/୧୦(ପ୍ରେରଣା ଖବର): ସ୍ଥାନୀୟ ବଲାଙ୍ଗୀର ସହର ମାଲପଡ଼ା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ତରଫରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ସ୍କୁଲ ପ୍ରତିଷ୍ଠାତା ତଥା ମେନେଜିଙ୍ଗ ଡାଇରେକ୍ଟର ରବିଚନ୍ଦ୍ର ଉଦଗାତା, ଚେୟାରମ୍ୟାନ ବୀରେନ୍ଦ୍ର ନାରାୟଣ ଉଦଗାତା, ଏକାଡେମିକ ପ୍ରିନ୍ସିପାଲ ଡ. ରବିଚନ୍ଦ୍ର ପଶାୟତ ପ୍ରମୁଖ ପ୍ରାରମ୍ଭରେ ଗାନ୍ଧୀ ଓ ଶାସ୍ତ୍ରୀ ଜୀ ଙ୍କ ଫଟୋଚିତ୍ର ରେ ପୂଜାର୍ଚ୍ଚନା କରିଥିଲେ। ଗାନ୍ଧୀଜୀ ଙ୍କ ଜୀବନ ଦର୍ଶନ ଆମ ଜୀବନକୁ ଗଢିବାରେ ସେତିକି ପ୍ରସଙ୍ଗିକତା ଭ୍ନ କରେ । ଶାସ୍ତ୍ରୀଜୀ ଙ୍କ ନୀତି ଆଦର୍ଶ ଭାରତ ବର୍ଷର ନାଗରିକ ମାନଙ୍କୁ କର୍ମନିଷ୍ଠ ରହିବାରେ ସବୁବେଳେ ପ୍ରେରଣା ଦେଇଥାଏ ବୋଲି କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥି ବୃନ୍ଦ ମତ ପ୍ରକାଶ କରିଛନ୍ତି। ଛାତ୍ର ଛାତ୍ରୀ, ଶିକ୍ଷକ, ଅଭିଭାବକ ଙ୍କ ସମବେତ ଯୋଗଦାନ ରେ ସହରରେ ସ୍ୱଚ୍ଛତା ରେଲି ଆୟୋଜିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବେଶରେ ପୋଷାକ ପରିଧାନ କରି ପଦଯାତ୍ରାରେ ଝଲସି ଉଠୁଥିଲେ । ସ୍ୱଚ୍ଛତା ସମ୍ପର୍କିତ ପ୍ଲାକାର୍ଡ ପ୍ରଦର୍ଶନ ଓ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ରାଲିରେ ସାମ୍ବାଦିକ ଆକୁଳ ବେହେରା, ସମାଜସେବୀ ଅନୟା ଦାଶ, ରାମ ଦାଶ , ଜୟନ୍ତ ଶତପଥି ଯୋଦଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।
ଶିକ୍ଷକ ଆଶିକ ଯୋଶୀ, ରୋହିତ୍ ବକୁଳ, ଆରତୀ ପ୍ରିୟଦର୍ଶନୀ, ନମିତା ସାଗର, ଆଶାରାଣୀ ବିଶ୍ୱାଳ, ମୋନାଲିସା ପୃଷେଟ, ସ୍ନିଗ୍ଧା ବାରିକ, ପ୍ରୀତି ପର୍ଣ୍ଣ। ମିଶ୍ର, ଆର ସୁଲତାନା, ନିରୁପମା ଯୁଏଡ , ଜସ୍ମିନ୍ ଉଦଗାତା, ସ୍ମୃତି ପୂଜାରୀ, ଶିବାନୀ ମହାକୁର, ସୌଭାଗ୍ୟ ବଗର୍ତ୍ତି. ହାଡ଼ୁ କୁମ୍ଭାର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଶିକ୍ଷିକା ଅନୁପମା ତନ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ।