-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||     

HOME   ଜିଲ୍ଲା

ଆଜି ଶନିବାର♦️ ମାଁ ର ମମତାର ପର୍ବ ପୁଅ ଜିଉଁତିଆ

03-Oct-2026



ବିନିକା(ହିମାଂଶୁ ଶେଖର ପୁଟେଲ)ଆଜି ଶନିବାର ମାଁ ର ମମତା ପର୍ବ ପୁଅ ଜିଉଁତିଆ ।ପୁଅର ଶୁଭ ମନାସିବା ପାଇଁ ଉତ୍ସାହିତ ମାଁ ।ଏଥିପାଇଁ ସାରା ବିନିକା ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଛି।ସହର ଠାରୁ ପଲ୍ଲୀ ଯାଏ ସାରା ପଶ୍ଚିମ ଓଡ଼ିଶାରେ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳିତ ହେବ ଏହି ପର୍ବ । ଏହାକୁ ଦୂତୀବାହନ ଓଷା ବା ଜୀମୂତବାହନ ବ୍ରତ ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମା'ମାନେ ନିଜ ପୁଅର ଦୀର୍ଘାୟୁ ଓ ମଙ୍ଗଳ କାମନା କରି ଏହି ନିର୍ଜଳା ଉପବାସ ପାଳନ କରନ୍ତି । ବନ୍ଧ୍ୟା,ପୁତ୍ରହରା ଓ ବିବାହିତା ମହିଳାମାନେ ମଧ୍ୟ ପୁତ୍ରଲାଭ ଆଶାରେ ଏହି ବ୍ରତ କରିଥାନ୍ତି ।
ଏହି ବ୍ରତର ବିଶେଷତ୍ୱ ହେଉଛି ଏହାର ତାନ୍ତ୍ରିକ ପଦ୍ଧତି । ଅଗଣାରେ ମାଟିରେ ତିନୋଟି ବର୍ଗାକାର ଯନ୍ତ୍ର ଖୋଳାଯାଏ, ଯନ୍ତ୍ରରେ ପାଣି ଦେଇ ଜିଆଁ ମାଛ ଛଡାଯାଏ ଏବଂ ମଧ୍ୟ ଭାଗରେ ମା' ଦୁର୍ଗାଙ୍କୁ ପ୍ରତିଷ୍ଠା କରାଯାଏ ।ପ୍ରତି ପୁଅ ପାଇଁ ୧୦୮ ଦୂବ,୧୦୮ ଅରୁଆ ଚାଉଳ,ସାତ ପ୍ରକାର ଫଳ ଓ ଫୁଲର ବିଡା ବାନ୍ଧି ଦୂତୀବାହନଙ୍କୁ ସମର୍ପଣ କରାଯାଏ । ମା'ମାନେ ଦିନ ସାରା ନିର୍ଜଳା ରହି ସନ୍ଧ୍ୟାରେ ଧୂପ-ଦୀପ ସହ ଦୂତୀବାହନ ପୁରାଣ ପାଠ କରନ୍ତି ଏବଂ ପରଦିନ ସକାଳେ ସେହି ବିଡାରେ ପୁଅକୁ ବନ୍ଦାଇ ଦୀର୍ଘାୟୁ କାମନା କରନ୍ତି ।ପୌରାଣିକ ମତରେ ଗନ୍ଧର୍ବ ରାଜା ଜୀମୂତବାହନ ନିଜ ଜୀବନ ଦେଇ ଏକ ନାଗ ପୁଅର ଜୀବନ ରକ୍ଷା କରିଥିଲେ,ଯାହା ଦେଖି ମା' ପାର୍ବତୀ ବର ଦେଇଥିଲେ ଯେ ଏହି ଦିନ ଉପବାସ କରୁଥିବା ମା' ର ପୁଅ ଶହେ ବର୍ଷ ବଞ୍ଚିବ । ସାମାଜିକ ଦୃଷ୍ଟିରୁ ଏହା ମା' ପୁଅର ନିବିଡ ସମ୍ପର୍କକୁ ସୁଦୃଢ କରିବା ସହ ପାରିବାରିକ ବନ୍ଧନକୁ ମଧ୍ୟ ମଜଭୁତ କରେ । ଏହି ପର୍ବ ପାଇଁ ବିନିକା ଅଞ୍ଚଳର ବିଭିନ୍ନ ବଜାରରେ ଆକର୍ଷଣୀୟ ଡିଜାଇନର ଜିଉଁତିଆ ସହିତ ଫଳ,ଫୁଲ ଓ ପୂଜା ସାମଗ୍ରୀର ଚାହିଦା ବୃଦ୍ଧି ପାଇଛି।

ପୁଅ ହେଉ କି ଝିଅ ହେଉ ଜନ୍ମ ଗ୍ରହଣ ଦିନଠୁଁ ମୃତ୍ୟୁ ପର୍ଯ୍ୟନ୍ତ ମା ର ମମତାରେ ବନ୍ଧିତ ରହିଥିବା ପର୍ବ ହେଉଛି ପୁଅ ଜୁଇନ୍ତିଆ ।ତେଣୁ ଏହି ପର୍ବ ପାଳନ କରିବା ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ । ଜନ୍ମଦାତ୍ରୀ ମା ଯେତେ ଝଡ଼ଝଞ୍ଛାର ସମ୍ଭୁଖିନ ହେଲେ ମଧ୍ୟ ପୁଅ ଝିଅର ଜୀବନ ସାରା ମଙ୍ଗଳ ପାଇଁ ଚେଷ୍ଟିତ ।ସାମାଜିକ ଦୃଷ୍ଟିରୁ ମା ପୁଅର ନିବିଡ ସମ୍ପର୍କକୁ ସୁଦୃଢ କରିବା ସହ ପାରିବାରିକ ବନ୍ଧନକୁ ଏହି ପର୍ବ ମଜଭୁତ କରିଥାଏ।

ଡ.ରେଖା ପ୍ରଧାନ,ଅଧ୍ୟକ୍ଷା- ସିଦ୍ଧାର୍ଥ ଜୁନିଅର କଲେଜ

                       *******

ବିନିକା ପୁଅ ମାନଙ୍କର ଦୀର୍ଘାୟୁ,ସୁସ୍ଥ ଜୀବନ ଓ ସୁଖ-ସମୃଦ୍ଧି କାମନା କରି ମା'ମାନେ ପାଳନ କରନ୍ତି ଏହି ଜୁଇନ୍ତିଆ ବ୍ରତ । ପିଢ଼ି ପରେ ପିଢ଼ି ଚାଲି ଆସୁଥିବା ଏହି ପରମ୍ପରାର ପ୍ରତୀକ ଆଜି ମଧ୍ୟ ଓଡ଼ିଆ ସଂସ୍କୃତିରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିଛି।ଏହି ପବିତ୍ର ଦିନରେ ମା'ମାନଙ୍କର ଏକମାତ୍ର ପ୍ରାର୍ଥନା— “ମୋ ପୁଅ ସୁସ୍ଥ ରହୁ, ଦୀର୍ଘାୟୁ ହେଉ ଏବଂ ତା'ର ଜୀବନ ସୁଖ ଓ ସଫଳତାରେ ଭରିଯାଉ।”

ଶ୍ରୀମତୀ ମିଳି ମିଶ୍ର, ଅଙ୍ଗନୱାଡି କର୍ମୀ, ଫୁଲମୁଠି

                      xxxxxxx

ପୁଅ ଜିଉଁତିଆ ଓଡ଼ିଶାର ଏକ ପାରମ୍ପରିକ ଲୋକପର୍ବ ।ସନ୍ତାନର ସୁସ୍ଥତା ଓ ମଙ୍ଗଳ ପ୍ରାର୍ଥନା,ପାରିବାରିକ ମଙ୍ଗଳ ଓ ସମୃଦ୍ଧି କାମନା,ମାତୃତ୍ୱର ତ୍ୟାଗ ଓ ସ୍ନେହକୁ ପ୍ରକାଶ କରିବା ଏହି ପର୍ବର ମୂଳ ଲକ୍ଷ୍ୟ ।ପୁଅ ଜିଉଁତିଆ କେବଳ ଏକ ଧାର୍ମିକ ବ୍ରତ ନୁହେଁ,ଏହା ଓଡ଼ିଆ ଲୋକଜୀବନ,ନାରୀ-ପରମ୍ପରା ଓ ପାରିବାରିକ ସଂସ୍କୃତିର ଏକ ଅଂଶ।ଏହି ଦିନ ମା ମାନେ ପୁଅର ମଙ୍ଗଳ ଓ ଦୀର୍ଘାୟୁ ପାଇଁ ସାରା ଦିନ ଜଳ ସ୍ୱର୍ଶ ନକରି ଉପବାସ ରହି ଅତି ନିଷ୍ଟାର ସହିତ ଏହି ଓଷା ପାଳନ କରିଥାନ୍ତି।

ଶ୍ରୀମତୀ ବୈଜୟନ୍ତୀ ସାହୁ(ଅଧ୍ୟାପିକା) ମହିଳା ଜୁନିଅର କଲେଜ ବିନିକା

              xxxxxxxx

ମା ମାନେ ନିଜ ପୁଅ ମାନଙ୍କର ଦୀର୍ଘାୟୁ,ସୁସ୍ଥତା ଓ ମଙ୍ଗଳ କାମନା ପାଇଁ ଏହି ଓଷା ପାଳନ କରିଥାନ୍ତି।ପୁଅ ଜୁଇନ୍ତିଆ ପର୍ବ ଦିନ ମା ମାନେ ନିଷ୍ଠାପର ସହ ନିର୍ଜଳା ଉପବାସ ରହି ସନ୍ଧ୍ୟାରେ  ବିଦି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରିଥାନ୍ତି । ତା ପରଦିନ ସକାଳେ ୧୦୮ ଦୁବ ଓ ଫୁଲ ଚଡ଼ାଇ ପୁଅର ଦୀର୍ଘାୟୁ ପାଇଁ ଭଗବାନଙ୍କ ଠାରେ ମା ମାନେ ପ୍ରାର୍ଥନା କରନ୍ତି।ପୁଅ ମଧ୍ୟ ମା ଠାରୁ ଆଶୀର୍ବାଦ ନେଇଥାଏ।ସ୍ନେହ,ଶ୍ରଦ୍ଧା ଓ ମା'ର ପଣତକାନିରେ ବାନ୍ଧି ରଖିବାର ଏହି ପର୍ବକୁ ବିଧି ପରମ୍ପରା ଅନୁଯାୟୀ  ସମସ୍ତ ମା ମାନେ ପାଳନ କରିବା ଆବଶ୍ୟକ।

ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା, ସିଂହିଯୁବା ବିନିକା

               xxxxxxxxxx

 ପୁତ୍ରବତୀ ମାଁ ମାନେ ପୁତ୍ରର କଲ୍ୟାଣ ପାଇଁ ଦ୍ୱିତୀୟ ଓଷା କରିଥାନ୍ତି ।ଅପୁତ୍ରିକ ନାରୀ ପୁତ୍ରର ଆଶାରେ ଓ ପୁତ୍ରବତୀ ନାରୀ ପୁତ୍ରର ଚନ୍ଦ୍ର ରିଷ୍ଟ ଖଣ୍ଡନ ପାଇଁ ଏହି ଓଷା ପାଳନ କରିଥାନ୍ତି।ପୋଖରୀ ତୁଠରେ ଚିଲ,ଶିଆଳଙ୍କ ଚିତ୍ର ଆଙ୍କି ଅଫାମାରଙ୍ଗ କାଠି ଦେଇ ସ୍ନାନ ସାରିଥାନ୍ତି ।ସନ୍ଧ୍ୟା ସମୟରେ ବିଧି ବିଧାନ ସହ ପୂଜାର୍ଚନା କରି ତା ପରଦିନ ପୁଅର ଦୀର୍ଘ ଜୀବନ ସୁଖମୟ ପାଇଁ ଦୁବ ଉତାରି ପ୍ରାର୍ଥନା କରନ୍ତି ।

ଶ୍ରୀମତୀ ଆରତୀ ସାହୁ,ଗୃହିଣୀ-ଫୁଲମୁଠି

                   xxxxxxxxx


News Comment




Photo in News

Advertisment
Lastest News
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026
  ଜିଲ୍ଲା  
ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   17-Oct-2026
  ଜିଲ୍ଲା  
ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ   17-Oct-2026
  ଜିଲ୍ଲା  
ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   17-Oct-2026
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026

You Might Also Like