-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
25-Sep-2026
ନବରଙ୍ଗପୁର :(ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକ ସାନ କୋଇଲାରୀ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଡାବୁଗାଁ ବ୍ଲକ ସାନ କୋଇଲାରୀ ଗ୍ରାମରେ ଏକ ବଡ ଅଘଟଣ ଘଟିଛି। ଆଜି ଦିନ ପ୍ରାୟ ୧ଟା ବେଳେ ସୋମନାଥ ଗୌଡ଼ଙ୍କ ଘର ଉପରେ ଏକ ବିରାଟ ସଲଫ ଗଛ ଭାଙ୍ଗି ପଡିଯାଇଛି।ଘଟଣା ବେଳେ ଘର ଭିତରେ ଦୁଇ ଭାଇ ଭଉଣୀ ଥିଲେ। ସୌଭାଗ୍ୟବଶତଃ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘରର ଛାତ ଓ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।ଲଗାତାର ବର୍ଷା ଯୋଗୁଁ ମାଟି ନରମ ହୋଇ ଗଛ ଉପୁଡି ପଡିଥିବା ସ୍ଥାନୀୟ ଲୋକେ କହିଛନ୍ତି। ପରିବାର ଏବେ ବେଘର ହୋଇଯାଇଛି ଓ ସରକାରୀ ସହାୟତା ଏକ ମାତ୍ର ସାହା ଭରସା।