-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||     

HOME   ଜିଲ୍ଲା

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I

10-Sep-2026



 

ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )-ପରିଶେଷରେ ସମ୍ବଲପୁର ପ୍ରେସ୍‌ କ୍ଲବ୍‌ ନିର୍ବାଚନ ସଂକ୍ରାନ୍ତ ମାମଲା ଅଦାଲତରେ ପହଞ୍ଚିଛି। କ୍ଷମତା ଅକ୍ତିଆର କରିବା ପାଇଁ ବେନିୟମ, ମନମୁଖି ଓ ଅନ୍ୟାୟପୂର୍ଣ୍ଣ ଭାବେ ଗତ ୧ ମାର୍ଚ୍ଚ ୨୦୨୬ରେ ନିର୍ବାଚନ କରାଯାଇଥିବା ନେଇ ସମ୍ବଲପୁର ସିଭିଲ୍‌ ଜଜ୍‌ ସିନିଅର ଡିଭିଜନଙ୍କ ଅଦାଲତରେ ମୋକଦ୍ଦମା ରୁଜୁ କରାଯାଇଛି। ଏଥିରେ ସମ୍ବଲପୁର ପ୍ରେସ୍‌ କ୍ଲବ ଏବଂ ଏହାର ସଭାପତି ତ୍ରିବିକ୍ରମ ପ୍ରଧାନ, ସଂପାଦକ ଭବାନୀଶଙ୍କର ଭୋଇ ଏବଂ ନିର୍ବାଚନ ଅଧିକାରୀ ଅଶୋକ ସେନାପତିଙ୍କୁ ପକ୍ଷଭୁକ୍ତ କରାଯାଇଛି। ସମ୍ବଲପୁର ପ୍ରେସ୍‌ କ୍ଲବର ପୂର୍ବତନ ସଂପାଦକ ରାଜାରାମ ପାଢ଼ୀ, ପୂର୍ବତନ ସଭାପତି ଦୀପକ ପଣ୍ଡା, କ୍ଲବର ସଦସ୍ୟ ଫଣୀନ୍ଦ୍ର ପ୍ରଧାନ, ପ୍ରିୟରଂଜନ ସାହୁ, ଦାଶରଥି ବେହେରା, ସୁଧାଂଶୁ ଶେଖର ମହାରଣା ଏବଂ ରତ୍ନାକର ଭୋଇ ଏକ ୭ ପୃଷ୍ଠାର ଆବେଦନ ମାନ୍ୟବର ‌ସମ୍ବଲପୁର ସିଭିଲ୍‌ ଜଜ୍‌ ସିନିଅର ଡିଭିଜନଙ୍କ ଅଦାଲତର ଦାଖଲ କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସୁରେଶ୍ବର ମିଶ୍ର ମାମଲା ପରିଚାଲନା କରୁଛନ୍ତି। ଏହି ଆବେଦନରେ ଗତ ୧ ମାର୍ଚ୍ଚ ୨୦୨୬ରେ ଅନୁଷ୍ଠିତ ନିର୍ବାଚନକୁ ଅବୈଧ, ମନମୁଖି ଘୋଷଣା ସହିତ ଏହାକୁ ବାତିଲ କରିବା ଏବଂ ନିର୍ବାଚନକୁ କ୍ଲବ୍‌ର ସଦସ୍ୟମାନେ ମାନିବାକୁ ବାଧ୍ୟ ନୁହନ୍ତି ବୋଲି ଘୋଷଣା କରିବାକୁ ମାନ୍ୟବର ଅଦାଲତଙ୍କୁ ପ୍ରାର୍ଥନା କରାଯାଇଛି।‌ ନିର୍ବାଚିତ ପଦାଧିକାରୀଙ୍କ ନିଜ ପଦରେ ରହିବାର କୌଣସି ଅଧିକାର ନଥିବା ଘୋଷଣା କରିବା, ପ୍ରେସ୍‌ କ୍ଲବର ବାଏ-ଲ’ ଅନୁଯାୟୀ ନୂଆକରି ଅଦାଲତଙ୍କ ତତ୍ତ୍ବାବଧାନରେ ଏବଂ କୋର୍ଟ କିମ୍ବା ଅଧିକୃତ କର୍ତ୍ତୃପକ୍ଷଙ୍କ ଦ୍ବାରା ନିଯୁକ୍ତ ନିର୍ବାଚନ ଅଧିକାରୀଙ୍କ ଦ୍ବାରା ନିର୍ବାଚନ କରାଇବାକୁ ପ୍ରର୍ଥନା କରାଯାଇଛି।

ଆବେଦନରେ ଆହୁରି ଦର୍ଶାଯାଇଛି ଯେ, ସଭାପତି ତ୍ରିବିକ୍ରମ ପ୍ରଧାନ ଏବଂ ସଂପାଦକ ଭବାନୀଶଙ୍କର ପ୍ରଧାନ ଗତ ୨୦୧୮ ମସିହାରେ ନିର୍ବାଚିତ ହୋଇଥିଲେ। ସେମାନଙ୍କ ୨ ବର୍ଷର କାର୍ଯ୍ୟକାଳ ୨୦୨୦ ମସିହାରେ ସଂପୂର୍ଣ୍ଣ ହୋଇଥିଲେହେଁ ସେମାନେ ନିର୍ବାଚନ ନ କରାଇ ବେଆଇନ ଭାବେ ଆହୁରି ୬ ବର୍ଷ ୨୦୨୬ ମସିହା ପର୍ଯ୍ୟନ୍ତ ନିଜ ପଦରେ ରହିଥିଲେ। ପ୍ରେସ୍‌ କ୍ଲବର ସଦସ୍ୟମାନେ ଏହା ଉପରେ ବାରମ୍ବାର ଆପତ୍ତି ଉଠାଇବା ସହିତ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଦାବି କରିଥିଲେ। ଏହା ପରେ ଗତ ୨୨ ଫେବ୍ରୁଆରି ୨୦୨୬ରେ ସଭାପତି ଓ ସଂପାଦକ ତରବରିଆ ଭାବେ ନିର୍ବାଚନ ପାଇଁ ବୈଠକ ଡାକିଥିଲେ। କିନ୍ତୁ, ସଦସ୍ୟମାନଙ୍କ ଆପତ୍ତି,ଅଭିଯୋଗ ଓ ଦାବିକୁ ଅଣଦେଖା କରି ନିର୍ବାଚନକୁ ସେମାନେ ଟାଳି ଦେଇଥିଲେ। କେବଳ ସେତିକି ନୁହେଁ, ବେଆଇନ ଭାବେ ନୂଆ ସଦସ୍ୟ କରାଇବା ସହିତ ସେମାନଙ୍କୁ ଭୋଟର ତାଲିକାରେ ସାମିଲ କରାଇଥିଲେ। ଏପରିକି, ପ୍ରେସ୍‌ ସହିତ ସଂପୃକ୍ତ ନଥିବା କେତେକ ବ୍ୟକ୍ତି, କେତେକ ସଦସ୍ୟଙ୍କ ପତ୍ନୀଙ୍କୁ ମଧ୍ୟ ‌ବେଆଇନ ଭାବେ ‌ପ୍ରେସ୍‌ କ୍ଲବ୍‌ର ସଦସ୍ୟ କରାଯାଇଛି। ପ୍ରେସ୍‌ କ୍ଲବ ସଦସ୍ୟତା ହାସଲ ପାଇଁ ଯେଉଁ ପ୍ରକ୍ରିୟା ଅବଳମ୍ବନ କରିବା କଥା ତାହାର ମଧ୍ୟ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ଏ ସଂକ୍ରାନ୍ତରେ ଲିଖିତ ଅଭିଯୋଗକୁ ମଧ୍ୟ ଅଣଦେଖା କରାଯାଇ ନିର୍ବାଚନ କରାଯାଇଥିଲା। ଏପରିକି ନିରପେକ୍ଷ ନିର୍ବାଚନ ଅଧିକାରୀ ନିଯୁକ୍ତ କରାନଯାଇ କ୍ଷମତା ହାସଲରେ ସହଯୋଗ କରୁଥିବା ଭଳି ଜଣେ ଆଇନଜୀବୀଙ୍କୁ ନିର୍ବାଚନ ଅଧିକାରୀ ନିଯୁକ୍ତ କରାଯାଇଥିବା ଉକ୍ତ ଆବେଦନରେ ଦର୍ଶାଯାଇଛି।ମାନ୍ୟବର ସିଭିଲ ଜଜ୍ ସିନିୟର ଡିଭିଜନ ୧୬୧/ ୨୦୨୬ ରେ ଏହି ସୁଟକୁ ବିଚାର ପାଇଁ ଗ୍ରହଣ କରିବା ସହିତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ନିଜ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026

You Might Also Like