-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||     

HOME   ଜିଲ୍ଲା

କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର

09-Sep-2026



ଟିଟିଲାଗଡ଼(ପ୍ରେରଣା ଖବର): କେନ୍ଦ୍ର ସରକାର ର ଖଣି ଖଣିଜ ସମ୍ପଦ ବିକାଶ ନିୟନ୍ତ୍ରଣ ଆଇନ ୨୦୨୬(ଏମ. ଏମ.ଡ଼ି. ଆର ) ପ୍ରତ୍ୟାହାର ଦାବୀ ରେ ଟିଟିଲାଗଡ଼ ରେ ବିଶାଳ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି l ଏହି ଆଇନ ଦ୍ୱାରା ଆଦିବାସୀ ମାନଙ୍କ ଜମି, ଜଙ୍ଗଲ, ଖଣି,ପାଣି, ପାହାଡ଼, ପର୍ବତ, ଡ଼ଙ୍ଗର, ନଦୀ, ଝରଣା ସବୁ କେନ୍ଦ୍ର ସରକାର ନେଇଯିବ l ଆଦିବାସୀ ସର୍ବହରା ହୋଇଯିବେ lପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ

ବିଶିଙ୍କ ନେତୃତ୍ୱରେ ସଂଘର କର୍ମକର୍ତ୍ତା ଓ ଆଦିବାସୀ ପ୍ରତିନିଧିମାନେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ଜରିଆରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି।

ସ୍ମାରକପତ୍ରରେ  ଏମ୍‌ଏମ୍‌ଡିଆର୍‌ ଆଇନ ୨୦୨୬ ସଂଶୋଧନକୁ ଆଦିବାସୀ ଓ ରାଜ୍ୟ ସ୍ୱାର୍ଥବିରୋଧୀ ବୋଲି ଅଭିହିତ କରି ସଂଘ ଏହାର ପ୍ରତ୍ୟାହାର ଓ ପୁନର୍ବିଚାର ଦାବି କରିଛି। ଖଣିଜ ସମ୍ପଦ ଥିବା ଅଞ୍ଚଳରେ ଆଦିବାସୀଙ୍କ ଜମି, ଜଙ୍ଗଲ, ପାହାଡ଼, ଡଙ୍ଗର, ଝରଣା ଓ ପାରମ୍ପରିକ ଜୀବିକା ରହିଥିବାରୁ ଖଣି ଲିଜ୍‌

ଓ ଖଣିଜ ଉତ୍ତୋଳନ ସମୟରେ ଗ୍ରାମସଭାର ଅଧିକାର, ପେସା, ଜଙ୍ଗଲ ଅଧିକାର ଆଇନ ଓ ପରିବେଶ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବାକୁ ଦାବି ହୋଇଛି।  ପୂର୍ବତନ ରାଜ୍ୟସଭା ସାଂସଦ 
ନିରଞ୍ଜନ ବିଶି କହିଛନ୍ତି, “ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି କେବଳ ଆର୍ଥିକ ସମ୍ପଦ ନୁହେଁ; ଏହା ସେମାନଙ୍କ ଜୀବନ, ଜୀବିକା, ପରିଚୟ, ଧର୍ମ, ସଂସ୍କୃତି ଓ ଭବିଷ୍ୟତ ପିଢ଼ିର ଅସ୍ତିତ୍ୱ ସହିତ ଜଡ଼ିତ। ବିକାଶ ନାମରେ ଆଦିବାସୀଙ୍କୁ ନିଜ ଭିଟାମାଟିରୁ ବିସ୍ଥାପିତ କରିବା ଓ ସେମାନଙ୍କ ବୈଧ ଅଧିକାରକୁ ଅଣଦେଖା କରିବା ଗ୍ରହଣୀୟ ନୁହେଁ।” ଖଣିଜ ସମ୍ପଦରୁ ରାଜ୍ୟର ରାଜସ୍ୱ, ରୟାଲ୍ଟି ଓ ଅନ୍ୟାନ୍ୟ ବୈଧ ଆର୍ଥିକ ସ୍ୱାର୍ଥ ମଧ୍ୟ ସୁରକ୍ଷିତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଆଦିବାସୀଙ୍କ ଜମି ଅଣଆଦିବାସୀଙ୍କୁ ବେଆଇନ ଭାବେ ବିକ୍ରି, ବନ୍ଧକ, ଲିଜ୍‌ କିମ୍ବା ଚୁକ୍ତି ମାଧ୍ୟମରେ ହସ୍ତାନ୍ତର ଉଦ୍ୟମ ବନ୍ଦ କରିବାକୁ ସଂଘ ଦାବି କରିଛି। ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ପାଟଣାଗଡ଼ ଓ ବଲାଙ୍ଗିର ଉପଖଣ୍ଡରେ ୨୦୨୪-୨୫ ଓ ୨୦୨୫-୨୬ ମଧ୍ୟରେ ଦିଆଯାଇଥିବା ଆଦିବାସୀ ଜମି ହସ୍ତାନ୍ତର ଅନୁମତିଗୁଡ଼ିକର ଉଚ୍ଚସ୍ତରୀୟ ତଦନ୍ତ କରି ଆଇନବିରୋଧୀ ଅନୁମତି ବାତିଲ କରିବାକୁ କୁହାଯାଇଛି। ଏଥିସହ ଜଙ୍ଗଲ ଜମିରେ ପାରମ୍ପରିକ ଭାବେ ଚାଷବାସ କରିଆସୁଥିବା ଯୋଗ୍ୟ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ, ୨୦୦୬ ଅନୁଯାୟୀ ଅଧିକାର ସ୍ୱୀକୃତି ଓ ପଟ୍ଟା ପ୍ରଦାନ କରିବାକୁ ଦାବି ହୋଇଛି।
ବଲାଙ୍ଗିରରେ ଏସ୍‌ସି/ଏସ୍‌ଟି ଅତ୍ୟାଚାର ନିବାରଣ ଆଇନର ଧାରା ୧୪ ଅନୁଯାୟୀ ସ୍ୱତନ୍ତ୍ର ଅଦାଲତ ନିର୍ମାଣ ପାଇଁ ୨୦୧୫ ମସିହାରୁ ୨ କୋଟି ଟଙ୍କା ମଞ୍ଜୁର ହୋଇଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ନେଇ ସଂଘ ଉଦ୍‌ବେଗ ପ୍ରକାଶ କରିଛି। 
୨୦୧୫ ମସିହାରୁ ଚାଲିଆସୁଥିବା ଅନ୍ୱେଷା ଯୋଜନାରେ ଏସ୍‌ଟି ଓ ଏସ୍‌ସି ଛାତ୍ରଛାତ୍ରୀଙ୍କୁ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିକ୍ଷାଦାନ ବ୍ୟବସ୍ଥା ପୂର୍ବବତ୍‌ ଜାରି ରଖିବା ଏବଂ ବନ୍ଦ ହୋଇଥିବା ନୂତନ ନାମଲେଖା ତୁରନ୍ତ ଆରମ୍ଭ କରିବାକୁ ସଂଘ ଦାବି କରିଛି। 
ଓଡ଼ିଶାର ପଞ୍ଚମ ଅନୁସୂଚିତ ଅଞ୍ଚଳରେ ପେସା ଆଇନର ପ୍ରଭାବୀ କାର୍ଯ୍ୟକାରିତା, ଗ୍ରାମସଭାର ସ୍ୱାୟତ୍ତତା ଓ ନିଷ୍ପତ୍ତି ଗ୍ରହଣ ଅଧିକାର ସୁନିଶ୍ଚିତ କରିବାକୁ ଦାବି ହୋଇଛି। ଆଗାମୀ ୨୦୨୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସମ୍ବିଧାନର ଅନୁଚ୍ଛେଦ ୨୪୩ଡି ଓ ପ୍ରଯୁଜ୍ୟ ଆଇନ ଅନୁଯାୟୀ ଆଦିବାସୀଙ୍କ ଜନସଂଖ୍ୟା ଅନୁପାତରେ ସରପଞ୍ଚ, ସମିତି ସଭ୍ୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦରେ ଉପଯୁକ୍ତ ସଂରକ୍ଷଣ ସୁନିଶ୍ଚିତ କରିବାକୁ କୁହାଯାଇଛି। ଆଇଟିଡିଏ, ମାଡ଼ା ଓ ଅନ୍ୟାନ୍ୟ ଆଦିବାସୀ ଉନ୍ନୟନ ଅଞ୍ଚଳରେ ସରକାରୀ ନିଯୁକ୍ତି ଓ ପଦୋନ୍ନତିରେ ଆଦିବାସୀ ପ୍ରାର୍ଥୀଙ୍କୁ ପ୍ରଯୁଜ୍ୟ ସଂରକ୍ଷଣ ଓ ଆଇନ ଅନୁଯାୟୀ ଅଗ୍ରାଧିକାର ଦେବାକୁ ଦାବି କରାଯାଇଛି l

ଆଦିବାସୀ ଗରିବ ପରିବାରଙ୍କ ପାଇଁ ନିତ୍ୟବ୍ୟବହାର୍ଯ୍ୟ ଖାଦ୍ୟସାମଗ୍ରୀ ଓ ରନ୍ଧନ ଗ୍ୟାସର ଦର ହ୍ରାସ, ଏବଂ ବଲାଙ୍ଗିର ଜିଲ୍ଲାରୁ ଦାଦନ ଶ୍ରମିକ ଚାଲାଣ ରୋକିବା ପାଇଁ ବର୍ଷକୁ ୩୦୦ ଦିନ କର୍ମନିଯୁକ୍ତି ଯୋଗାଇଦେବାକୁ ସଂଘ ଦାବି କରିଛି। ଏହା ସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟିପୂର୍ଣ୍ଣ ଓ ଭୁଲ ତଥ୍ୟର ବିଶେଷଜ୍ଞଙ୍କ ଦ୍ୱାରା ସମୀକ୍ଷା କରାଇ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଇଦେବାକୁ ଦାବି ହୋଇଛି।
 ଦାବିଗୁଡ଼ିକର ସମାଧାନ ନହେଲେ ସଂଘ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ମତ ପ୍ରକାଶ ପାଇଛି।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ,

ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ଉପସଭାପତି ଭାନୁପ୍ରତାପ ସିଂ ମାଝୀ, ବ୍ଲକ ସଭାପତି ମନୋରଞ୍ଜନ ଭୋଇ, ରାଜୀବ କୁଅଁର, ସନ୍ତୋଷ ପୁଟା, ବିକ୍ରମ ଭୋଇ, ଚୌବନ ମାଝୀ, ସାଂଗଠନିକ ସମ୍ପାଦକ ଥବିର ପୂଝାରୀ, ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଈଶ୍ୱର ନାଏକ, ଉପସଭାପତି ଘାସିରାମ ମାଝୀ,ଦେବ ସିଂ ମାଝି, ଦ୍ରୋଣ ଭୋଇ,ସମ୍ପାଦକ ଗିରିଧାରୀ ଭୋଇ, ଜଗଜୀବନ ଭୋଇ ଓ ଧନୀରାମ ଭୋଇଙ୍କ ସମେତ ସଂଘର ଶତାଧିକ କର୍ମକର୍ତ୍ତା ଓ ଆଦିବାସୀ ପ୍ରତିନିଧି ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026

You Might Also Like