-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା

03-Sep-2026



ରିପୋର୍ଟ : ମଳୟ ମିଶ୍ର

ସିନ୍ଧେକେଲା-ଭୁଷଲାଡ୍ ରାସ୍ତାକାମରେ ଖୋଲା ଦୁର୍ନୀତି 

ମାଟିଗୋଡି ପରି କୋଟି କୋଟି ସରକାରଙ୍କ ଅର୍ଥ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ଗ୍ରାମ୍ୟ ନିର୍ମାଣ ବିଭାଜନର ଉନ୍ନୟନ କାମର କେହି ମାଆବାପ ନଥିଲା ପରି କାମ ଚାଲିଛି। ଅଞ୍ଚଳର ଉନ୍ନୟନ ନିମନ୍ତେ ସରକାରଙ୍କ ଅର୍ଥ ଅନୁଦାନରୁ କୋଟି କୋଟି ଟଙ୍କାର ରୀତିମତ ଲୁଟ୍ ଚାଲିଛି କହିଲେ ଅତ୍ୟୁକ୍ତି ହେବନାହିଁ। ସରକାରୀ ଯନ୍ତ୍ରୀ, ନିର୍ବାଚିତ ଲୋକପ୍ରତିନିଧି ଓ ଠିକାଦାରଙ୍କ ମିଳିତ ବାଟମାରଣାରେ ପର୍ଯ୍ୟବେଶିତ ହୋଇଛି ଏହି ଡିଭିଜନର ଉନ୍ନୟନ କାମ। ସବୁ କୁଆଡେ ଟିଟିଲାଗଡ ବିଧାୟକ ନବୀନ ଜୈନଙ୍କ ଛତ୍ରଛାୟା ତଳେ ବେଫିକର ଚାଲିଛି ବୋଲି ଲୋକେ କହୁଛନ୍ତି। ଉଦାହରଣତଃ ଉନ୍ନୟନ କାମ ନିଷେଧ କରାଯାଉଥିବା ଏହି ବର୍ଷାଋତୁରେ ମଧ୍ୟ ସିନ୍ଧେକେଲା-ପୁଟୁପଡା- ସାଲେବରଟ- ଝଲପ-ଭୁଷଲାଡ ପ୍ରାୟ ୫.୫ କିମି  ଗ୍ରାମ୍ୟରାସ୍ତା କାମ ଯେଉଁଭଳି ଯନ୍ତ୍ରୀଙ୍କ  ଅଉପସ୍ଥିତି ଓ ବିନା ପ୍ରତ୍ୟେକ୍ଷ ତଦାରଖରେ ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଦେଖାଯାଇଛି, ଏହା ଆଶ୍ଚର୍ଯ୍ୟଜନକ ! ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ କଣ୍ଟାବାଞ୍ଜି ଆର୍ ଡି ସବ୍-ଡିଭିଜନର ଏହି ରାସ୍ତା ପ୍ରଶସ୍ତିକରଣ ଓ ଗାର୍ଡୱାଲ୍ କାମକୁ କଣ୍ଟାବାଞ୍ଜିର ମୋହିତ ଅଗ୍ରୱାଲ୍ ନାମକ ଜଣେ ଯୁବ ଠିକାଦାର କରୁଥିବା କହିଛନ୍ତି। ତେବେ ଦିନକୁ ୩୫୦ ଟଙ୍କାର କୁଲି ମଜୁରୀ, ବିଶୃଙ୍ଖଳିତ ଶ୍ରମିକ ସୁରକ୍ଷା ଓ ନିମ୍ନମାନର ସିମେଣ୍ଟ, ଗେଟି ଆଦି ବ୍ୟବହାର କରାଯାଇ ଅସଂଲଗ୍ନ ଭାବେ ଠାଏ ଠାଏ ଚାଲିଥିବା ଏହି ନିର୍ମାଣ କାମ ପ୍ରତି ସ୍ଥାନୀୟ ଗ୍ରାମବାସୀମାନଙ୍କର ତୀବ୍ର ଅସନ୍ତୋଷ ରହିଛି। ଏପରିକି ରାସ୍ତାରେ ପକାଯାଉଥିବା ମାଟି, ସ୍ପଲ୍ ଓ ଉଦବୃତ୍ତ ସାମଗ୍ରୀଗୁଡିକ ବର୍ଷାରେ ଧୋଇଯାଇ ସେମାନଙ୍କର ଧାନଚାଷ କରାଯାଇଥିବା ଚାଷଜମିକୁ ପୋତି ପକାଉଥିବା ଜନୈକା ବୟସ୍କା ମହିଳା ଚାଷୀ ଅଭିଯୋଗ କରନ୍ତି ।  ଗୋଟିଏ ପାର୍ଶ୍ବରେ ଅଳ୍ପ କେତେକ ସ୍ଥାନରେ ଛାଡି ଛାଡି ରାସ୍ତାର ଲେଭେଲ ଠାରୁ ପ୍ରାୟ ଦୁଇ/ତିନି ଫୁଟ୍ ତଳେ ଶସ୍ତା ସିମେଣ୍ଟ, 

ଜରିବସ୍ତା ଓ ଅଳ୍ପ ଗେଟିରେ ଫସକା ଭାବରେ ଅର୍ଦ୍ଧନିର୍ମିତ ଗାର୍ଡୱାଲ୍ କାମରେ ବ୍ୟାପକ ନିମ୍ନମାନର କାମ ହୋଇଥିବା ଲୋକେ ଅଭିଯୋଗ ପ୍ରକାଶ କରୁଛନ୍ତି ।  କିଛିଦିନ ତଳେ ଏ ସମ୍ପର୍କରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ଅଜିତ ସ୍ବାଇଁ ଓ ସହକାରୀ ଯନ୍ତ୍ରୀ ପ୍ରଦୀପ ଲାଲ୍ ଙ୍କୁ ଫୋନ୍ ଯୋଗେ ପଚରାଯିବାରୁ ସେମାନେ ଏଡାଇ ଯାଇ ଏଷ୍ଟିମେଟ୍ ବିଷୟରେ ପରେ କହିବେ ବୋଲି କହିଥିଲେ। ଟିଟିଲାଗଡ ଡିଭିଜନ ଅଫିସରେ ପ୍ରାୟ କେହି ରହନ୍ତିନାହିଁ, ବଲାଙ୍ଗୀର ଓ ପାଟଣାଗଡ ଯୁଗ୍ମ ଦାୟିତ୍ବରେ ରହିଥିବା ନିର୍ବାହୀ ଯନ୍ତ୍ରୀ ବା ଅଧୀକ୍ଷଣ ଯନ୍ତ୍ରୀ କେବେ ଅଫିସରେ ନ ଥା'ନ୍ତି ଓ ଜଣେ ଅର୍ଥ ଅଧିକାରୀ ଦାୟିତ୍ବରେ ଥିବା ଅଣଓଡିଆ ଅଧିକାରୀ ସେ ' ମୁଁ

ବାହାର ଲୋକ, କିଛି ଜାଣେନାହିଁ ' କହି ସୂଚନା ଦେବାକୁ ଟାଳି ଦେଉଥିବା ବେଳେ ଜଣେ ମହିଳା ଏଷ୍ଟିମେଟର ' ଆମେ କାଗଜପତ୍ର କାମ କରୁ , ଫିଲ୍ଡ ସମ୍ପର୍କରେ କୌଣସିପ୍ରକାର ସୂଚନା ଦେଇପାରିବୁ ନାହିଁ ଇତ୍ୟାଦି କହି ଏଡାଇଯାଇଥିଲେ । ତେଣୁ  ସୂଚନାଫଳକ ନ ଥିବା ଏହି କୋଟି କୋଟି ଟଙ୍କାର ରାସ୍ତାନିର୍ମାଣ କାମର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ ସରକାରଙ୍କ ଠାରେ ଦାବି କରନ୍ତି ।  ଆଗାମୀଦିନରେ ଏ ସମ୍ପର୍କିତ ଏକ ବିସ୍ତୃତ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବ  ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like