-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
02-Sep-2026
ତୁଷୁରା, (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସି ପ୍ରଶାସନ ଷକ୍ଷରୁ ସହରର ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠିତ ସ୍ବାୟତ୍ତ ଶାସନ ଦିବସ ୨୦୨୬ କାର୍ଯ୍ୟକ୍ରମରେ ଧରିତ୍ରୀ ଖବରକାଗଜର ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ତୁଷୁରା ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ନିରପେକ୍ଷ ଭାବେ ସମ୍ବାଦ ପରିବେଷଣ କରି ଅଞ୍ଚଳରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଏହାପରେ ଗୁଡଭେଲାବ୍ଲକ ଅଧ୍ୟକ୍ଷା ବେବୀ ଦୋରା,ପୂର୍ବତନ କେନ୍ଦ୍ର ସମବାୟ ନିର୍ଦ୍ଦେଶକ ଅଶୋକ ଚନ୍ଦ୍ର ଦୋରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ଯ ମୋହ ନାଗ, ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନର ରାଜ୍ଯ ମିଡିଆ ପ୍ରଭାରୀ ପବନ ବଂଶଲ, ପଶ୍ଚିମ ଓଡ଼ିଶା ସେବା ସଂଘର ସଭାପତି ରାଜେଶ ବଗର୍ତ୍ତୀ, ତୋଷାଳୀ ସାମ୍ବାଦିକ ସଂଘର ସଭାପତି ଶମ୍ଭୁପ୍ରସାଦ ସାହୁ ପ୍ରମୁଖ ବକ୍ତିଙ୍କ ପକ୍ଷରୁ ଶ୍ରୀ ଜୈନଙ୍କୁ ଶୁଭେଚ୍ଛାର ଶୁଅ ଛୁଟିଛି।