-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2026
ଲୋଇସିଂହା(ପ୍ରେରଣା ଖବର) ଆଜି ଲୋଇସିଂହା କଲେଜ ର ଅଧ୍ୟକ୍ଷ ଦେବଦତ୍ତ ଗୁରୁଙ୍କ ଅଧ୍ୟକ୍ଷତାରେ 'ସୁ ପୋସିତ ଓଡିଶା ମିଶନ' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l "ସୁ ପୋଷିତ ଓଡିଶା ମିଶନ" କାର୍ଯ୍ୟକ୍ରମକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରଥମେ ଶୁଭାରମ୍ଭ କରିଥିଲେ l ଏହି ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋଇସିଂହା
ସିଡିପିଓ ଶ୍ରୀମତୀ ରଜନୀରାଣୀ ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଙ୍ଗନବାଡି ସୁପରଭାଇଜର ଶ୍ରୀମତୀ ବିନନ୍ଦା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନକରି 'ସୁ ପୋଷିତ ଓଡିଶା ମିଶନ' ର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ l ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଜଗମୋହନ ଦର୍ଜୀ ସ୍ବେଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ l
ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ସରକାର ଶୂନ ରୁ ଛଅ ବର୍ଷ ମଧ୍ୟରେ ଥିବା ସମସ୍ତ ଶିଶୁଙ୍କ ଓଜନ ଓ ଉଚ୍ଚତା ସର୍ଭେ ମାଧ୍ୟମରେ ମାପ କରିବେ ଏବଂ ସମସ୍ତ ଶିଶୁଙ୍କୁ ସୁପୋଷିତ କରିବେ l ଲୋଇସିଂହା ବ୍ଲକ ଅଧୀନରେ ଥିବା ୧୧୮ ଟି ଅଙ୍ଗନବାଡି କେନ୍ଦ୍ରକୁ ଏନଏସଏସ ଛାତ୍ରୀମାନେ ଯାଇ ଶିଶୁ ମାନଙ୍କ ଓଜନ ଓ ଉଚ୍ଚତା ମାପ କରିବେ l ଶେଷରେ ଅଧ୍ୟାପକ ରିପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l