-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2026
ସମ୍ବଲପୁର: (ସଂଜୀବ ପାଣିଗ୍ରାହୀ )-ଧନୁପାଲିସ୍ଥିତ ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ଦିନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମଧୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ ସଂସ୍କୃତ ଦିବସ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବରେ ଲେଡି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତା ସଂସ୍କୃତ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରତିଭା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ସଂସ୍କୃତର ମହତ୍ତ୍ବ ତଥା ସଂସ୍କୃତର ପ୍ରୟୋଗ ବିଷୟରେ ଆଲୋକପାତ କରିଥିଲେ।ସଂସ୍କୃତ ଦିବସ ଉପଲକ୍ଷେ ହୋଇଥିବା ଭାଷଣ, ଗୀତାବୃତ୍ତି, ସଂସ୍କୃତ ସଂଗୀତ ଗାନ,ନୀତିଶିକ୍ଷା କଥନ, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତାର ବିଚାରପତି ଭାବରେ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁକା ପାଢ଼ୀ ତଥା ଶିକ୍ଷୟିତ୍ରୀ ଶ୍ରୀମତୀ ସଂଯୁକ୍ତା ପାଣିଗ୍ରାହୀ କାର୍ଯ୍ଯନିର୍ବାହ କରିଥିଲେ। ସଂସ୍କୃତ ଶିକ୍ଷୟିତ୍ରୀ କୁମାରୀ ସୁଶ୍ରୀ ସଙ୍ଗୀତା ବେହେରା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ନୃତ୍ୟ ତଥା ନାଟକ ମଞ୍ଚସ୍ଥ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା କର୍ମଚାରୀ ସହଯୋଗ କରିଥିଲେ।