-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
01-Sep-2026
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ଏନଏସି ପକ୍ଷରୁ ସହର ସ୍ଥିତ ବାଳକ ହାଇସ୍କୁଲ ପଡିଆ ଠାରେ ମହାସମାରୋହରେ ସ୍ବାୟତ୍ତ ଶାସନ ଦିବସ ସୋମବାର ପାଳିତ ହୋଇଯାଇଛି।ଏନଏସି ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ବାଳ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପବିତ୍ର ମୋହନ ବେହେରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଉପଜିଲ୍ଲାପାଳ ଆଲୋକ କୁମାର ପଟେଲ, ତହସିଲଦାର ଆର୍ତ୍ତତ୍ରାଣ ଥାର୍ଟି, ଗୁଡଭେଲାବ୍ଲକ ବିଡିଓ ଗୁରେଶ୍ବର ଭୋଇ, ଏମଏଲଏ ଜିତେନ୍ଦ୍ର ମହାପାତ୍ର, ଏନଏସି ଉପାଧ୍ୟକ୍ଷା ମାମି ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବେଳେ କାଉନସିଲର ମିତାଲି ସାହୁ, ସୁଷମା ସାହୁ, ମିଥୁନ ସାହୁ, ଗୀତାଞ୍ଜଳୀ ଦର୍ଜି, ସବିତା ବାଗ, ବବିତା ସାହୁ ଓ ରୀତା ପ୍ରଧାନୀ ମଞ୍ଚାସିନ ଥିଲେ। ପରିଷଦର କର୍ମଚାରୀ, ସଫେଇ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲେ। ଆଶୁ କବି ଡା ହେମନ୍ତ କୁମାର ଦାଶ ମଞ୍ଚ ପରିଚାଳନା କରିଥିବା ବେଳେ ଏନଏସି କାର୍ଯ୍ୟନିର୍ବାହ ଅଧିକାରୀ ଶ୍ରୀନିବାସ ମିର୍ଦ୍ଧା ଧନ୍ୟବାଦ ଅର୍ପଣ କରିଥିଲେ। ସକାଳରେ ପ୍ରଭାତ ଭୋରୀ ଓ ଜାତୀୟ ପତାକା ଉତ୍ତୋଳନ ଓ ସଙ୍ଗୀତ ଗାନ କରାଯାଇ ଥିଲା। ଶେଷରେ ମାଁ ଇଷ୍ଟଦେବୀ ମେଲୋଡି ଗ୍ରୁପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।