-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
28-Aug-2026
ବଲାଙ୍ଗୀର(ପ୍ରେରଣା ଖବର): : ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ସରକାରୀ ମହାବିଦ୍ୟାଳୟ ବଲାଙ୍ଗୀର ପରିସରରେ ମଙ୍ଗଳବାର ଏକ ଆତ୍ମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ଆତ୍ମନିର୍ଭରତା ଓ ବ୍ୟକ୍ତିତ୍ୱ ବିକାଶର ଭାବନା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ରର ସଂଯୋଜିକା ସହକାରୀ ପ୍ରଫେସର ବନ୍ଦନା ବାର ଉପସ୍ଥିତ ରହି ଶିବିରର ପରିଚାଳନା ଦାୟିତ୍ୱ ସମ୍ପାଦନା କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ କୌତୁକ
ପନ୍ଦର ଛାତ୍ରୀମାନଙ୍କୁ ଉତ୍ସାହିତ କରି ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନିଜକୁ ସଶକ୍ତ କରିବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅର୍ଥନୀତି ବିଭାଗ ମୁଖ୍ୟ ଏଲ୍.ଟି. କୁଶ କହଁର ଓ ଅର୍ଥନୀତି ଅଧ୍ୟାପକ ତେଜରାଜ ହରପାଲଙ୍କ ସମେତ ଯୁକ୍ତ ତିନି ବର୍ଷର ବହୁ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶିବିରରେ ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ ବୃଦ୍ଧି, ନିଜ କ୍ଷମତା ଚିହ୍ନଟ ଓ ସଶକ୍ତୀକରଣ ସମ୍ପର୍କିତ ବିଭିନ୍ନ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶିବିରଟି ଛାତ୍ରୀମାନଙ୍କ ମଧ୍ୟରେ ସକାରାତ୍ମକ ଚିନ୍ତନ ଓ ଆତ୍ମନିର୍ଭରତା ବିକାଶରେ ସହାୟକ ହୋଇଥିଲା।