-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ସଇଁତଳା ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ବିନାୟକ କୁମ୍ଭାର ରସଭାପତିତ୍ୱରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେରେ ଆସନ୍ତା ମାସ ଅବସର ନେବାକୁ ଥିବା ଏହି ବିଦ୍ୟାଳୟର ବୋୟୋଜ୍ୟେଷ୍ଟ ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ତ୍ରିପାଠୀ ପତାକା ଉତ୍ତୋଳନ କରିଥିଲେ। ଏହା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଏକ ମହାନତା ପରିଚୟ ନିଶ୍ଚୟ, ଜାତୀୟ ପତାକା ଉତ୍ତୋଳନ ପରେ ଶ୍ରୀଯୁକ୍ତ କୁମ୍ଭାର ଛାତ୍ରୀ ମାନଙ୍କୁ
ରାଷ୍ଟ୍ର ପ୍ରତି କର୍ତଵ୍ୟ ଉପରେ ଉଦବୋଧନ ଦେଇଥିଲେ। ଆଗରୁ ହୋଇଥିବା, ରଚନା, ନୃତ୍ୟ , ଗୀତ ପ୍ରତିଯୋଗିତାର ପୁରସ୍କାର ବିତରଣ କରାଯାଇଥିଲା। ପରେ ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଥିଲା। ଏହି କାର୍ଯ୍ୟକ୍ରମକୁ
ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ମିଶ୍ର ପରିଚାଳନା କରିଥିଲେ। ବ୍ରହ୍ମଲା ଭୋଇ, ଦୁର୍ବାଦଳ ସାହୁ, ସନ୍ଧ୍ୟାରାଣୀ ମିଶ୍ର, ପଦ୍ମାଳୟା ତ୍ରିପାଠୀ, ବନିତା ପଧାନ ନିପନ ନାୟକ, ବୀଣାପାଣି ନନ୍ଦ, ବାସୁଦେବ ସୁନାନୀ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।