-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ବିଶିଷ୍ଟ ସଙ୍ଗୀତଜ୍ଞ, ଅଭିନେତା ତଥା ଆଦର୍ଶ ଅବସରପ୍ରାପ୍ତ ଶିକ୍ଷକ ଦିପ୍ତୀ ପ୍ରକାଶ ଦାସ(୬୩)ଙ୍କ ଏକ ଟ୍ରକ୍ ଧକ୍କାରେ ଦେହାନ୍ତ ହୋଇଯାଇଛି। ପ୍ରକାଶ ଥାଉ କି ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ୍ ଗୋବର୍ଦ୍ଧନ ଦାସଙ୍କ ଦ୍ବିତୀୟ ପୁତ୍ର ଦିପ୍ତୀ ପ୍ରକାଶ ଦାସ ଗତକାଲି ନିଜ ଗ୍ରାମ ଭଇଁଷାରୁ ଏକ ଫିଲ୍ମ ସୁଟିଙ୍ଗ୍ କାମରେ ବଲାଙ୍ଗୀର ଆସିଥିଲେ । ରାତିରେ କାମ ସାରି ସକାଳୁ ନିଜ ସ୍କୁଟିରେ ବଲାଙ୍ଗୀରରୁ ଭଇଁଷା ଯାଉଥିବା ବାଟରେ ଗେଁଡା ବାଞ୍ଜି ଛକ ଠାରେ ପାଟଣାଗଡ଼ ପଟରୁ ଆସୁଥିବା ଏକ ଟ୍ରକ୍ ସହିତ ମୁହାଁ ମୁହିଁ ଥକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇ ଥିଲା । ସ୍ବର୍ଗତ ଦାସଙ୍କ ଅକାଳ ମୃତ୍ୟୁ ଖବର ପାଇ ସାରା
ଓଡ଼ିଶାର କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି।
ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଇ ପାରେ
ଯେ,ଗୋବର୍ଦ୍ଧନ ଦାସଙ୍କ ପାଞ୍ଚ ପୁଅ ତିନି ଝିଅ । ସେମାନଙ୍କ ମଧ୍ୟରେ
ବଡ଼ ପୁଅ ଆଲୋକ ପ୍ରକାଶ ଦାସ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ,ଦିପ୍ତୀ ପ୍ରକାଶ ଦାସ ଜଣେ ଆଦର୍ଶ ଶିକ୍ଷକ, ଆକାଶବାଣୀ କଣ୍ଠ ଶୀଳ୍ପୀ ଓ ଅଭିନେତା,ସ୍ବର୍ଗତ ଆଗ୍ରହ ପ୍ରକାଶ ଦାସ ଜଣେ ଶିକ୍ଷକ ଥିଲେ,ଜୀବନ ପ୍ରକାଶ ଦାସ ଅନ୍ତର୍ଜାତୀୟ ସୀତାରେ ବାଦକ,ଗବେଷକ ଦିଲ୍ଲୀ ଦୂର ଦର୍ଶନ
କେନ୍ଦ୍ରର ସୀତାର ବାଦକ,ସବା ସାନ ପୁଅ ପ୍ରାଣ ପ୍ରକାଶ ଦାସ ଜଣେ ଅନ୍ତର୍ଜାତୀୟ ତବଲା ବାଦକ । ଅନ୍ୟ ତିନି ଭଉଣୀ ଶିକ୍ଷୟିତ୍ରୀ।
ସ୍ବର୍ଗତ ଦାସ ବିଶିଷ୍ଟ କବି ତଥା ଗବେଷକ ଡକ୍ଟର ନବକିଶୋର ବେହେରାଙ୍କ ମାମୁ ପୁଅ ଭାଇ ଅଟନ୍ତି।