-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବୋଡ଼େନ ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରେମ ଶିଳା ନାଗଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ସମସ୍ତ ପଞ୍ଚାୟତ ସମିତି ମେମ୍ବରଙ୍କୁ ନେଇ ଏକ ସ୍ବତନ୍ତ୍ର ବୈଠକ ବସିଥିଲା ।ଜି ପି ଡି ଓ ଭୀଷ୍ମ କୁମ୍ଭାର ସଂଯୋଜନା କରୁଥିଲେ ।ବୈଠକରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ତ୍ରିରଙ୍ଗା ଶୋଭାଯାତ୍ରାର ସଫଳ ରୂପାୟନ ପାଇଁ ଆଲୋଚନା ଓ ବି ପି ଡି ପି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ତଥା ଯୋଜନା ଉପରେ ସମୀକ୍ଷା କରାଯାଇଥିଲା ।ବୋଡ଼େନ ବ୍ଲକର ସମସ୍ତ ପଞ୍ଚାୟତରେ ଅତି ଜରୁରୀ ଥିବା ପ୍ରକଳ୍ପ ପାଇଁ ଗୁରୁତ୍ବ ଦେଇ ଯୋଜନାରେ ସ୍ଥାନ ଦେବାକୁ ବ୍ଲକ ଅଧ୍ୟକ୍ଷା ଅନୁରୋଧ କରିଥିଲେ ।ବୈଠକରେ ଉପାଧ୍ୟକ୍ଷା ସଂଗୀତା ମାଝୀ,ବାଳିକା ମାଝୀ ଫରସରା,ବିଜୟ ବେହେରା ଡମଝର, ମାୟାଧର ସୁନାନି ପଲସଦା,ପବିତ୍ର ମହାନନ୍ଦ ଲିଟିସର୍ଗି, ମିନା ସାହୁ ସୁନାପୁର,ମମତା ପଟ୍ଟନାୟକ ରୋକାଲ,ଯାଜ୍ଞସେନୀ ମାଝୀ ବୋଡ଼େନ ପ୍ରମୁଖ ଉପସ୍ଥିତ ରହି ଯୋଜନା ପାଇଁ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।