-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
10-Aug-2026
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀରର ପ୍ରତିଷ୍ଠିତ ବ୍ୟବସାୟୀ ତଥା ବରିଷ୍ଠ ସାମ୍ବାଦିକ ଶ୍ରୀମନ୍ତ ପଣ୍ଡାଙ୍କ ପିତା ସ୍ୱର୍ଗତ ବାଙ୍କାବିହାରୀ ପଣ୍ଡାଙ୍କ ଦ୍ୱାଦଶାହ କାର୍ଯ୍ୟ ଗତକାଲି ଜଳାରାମ ମନ୍ଦିର ପରିସରରେ ଶ୍ରଦ୍ଧା ଓ ଭାବାବେଗର ପରିବେଶରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ ନେତା ନରସିଂହ ମିଶ୍ର, ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ, ବିଜେପିର ବରିଷ୍ଠ ନେତା ଗୋପାଳଜୀ ପାଣିଗ୍ରାହୀ, ବଲାଙ୍ଗୀର ବିଜେପି ସଭାପତି ଶ୍ରୀବତ୍ସ ବେହେରା ଏବଂ ସାଂସଦଙ୍କ ନୋମିନି ଦିନେଶ ଅଗ୍ରୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବାଙ୍କାବିହାରୀ ପଣ୍ଡାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏଥିସହ ମୁନିସିପାଲିଟି ଚେୟାରମ୍ୟାନ୍ ଲିକା ସାହୁ, ଦେବକୀ ସାହୁ, ବିଜେଡ଼ି ନେତା ଗୁଲାବ ବାଘ, କାଉନସିଲର ନନ୍ଦିନୀ ଓ ଧୃବ ଜୁଏଡ଼ ଙ୍କ ସମେତ ବିଭିନ୍ନ ମହଲର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।
ସାମ୍ବାଦିକ ଋତୁରାଜ ସିଂହ, ଚାଷୀ ଅନିଲ ନନ୍ଦଙ୍କ ସମେତ ବଲାଙ୍ଗୀରର ବରିଷ୍ଠ ସାମ୍ବାଦିକ, ବୁଦ୍ଧିଜୀବୀ, ଡାକ୍ତର, ଶିକ୍ଷକ, ଛାତ୍ରଛାତ୍ରୀ, ସାମାଜିକ କର୍ମୀ ଓ ବିଭିନ୍ନ ବର୍ଗର ଲୋକେ ଯୋଗଦେଇ ସ୍ୱର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରିଥିଲେ।
ସ୍ୱର୍ଗତ ବାଙ୍କାବିହାରୀ ପଣ୍ଡାଙ୍କ ସରଳ ବ୍ୟକ୍ତିତ୍ୱ, ଶିକ୍ଷା କ୍ଷେତ୍ରରେ ଅବଦାନ ଓ ସମାଜ ପ୍ରତି ତାଙ୍କର ସେବାକୁ ସ୍ମରଣ କରି ଉପସ୍ଥିତ ବ୍ୟକ୍ତିବିଶେଷ ଗଭୀର ସମ୍ମାନ ଓ ଶ୍ରଦ୍ଧା ଜଣାଇଥିଲେ।