-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଜିଲ୍ଲା

​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା

09-Aug-2026



​ବଲାଙ୍ଗିର: ଜନ୍ମରୁ ସେମାନେ କଥା କହିପାରନ୍ତି ନାହିଁ। ନିଜର ଦୁଃଖ-ସୁଖ, ଭଲପାଇବାକୁ ଅଭିବ୍ୟକ୍ତ କରିବା ପାଇଁ ସେମାନଙ୍କ ପାଖରେ ଶବ୍ଦ ବି ନଥିଲା, ବାସ୍ ଥିଲା ଦୁଇଟି ମନର ଅନାବିଳ ଭଲପାଇବା। ହେଲେ ସମାଜର ନିଷ୍ଠୁର ଜାତିପ୍ରଥା ଓ ପରିବାରର ସଂକୀର୍ଣ୍ଣତା ଆଗରେ ସେମାନଙ୍କ ଶାନ୍ତ ବିଶ୍ୱ ଆଜି ପୁଣି ଥରେ ହାର୍ ମାନିଛି। ଜୀବିତ ଅବସ୍ଥାରେ ଯେଉଁ ପରିବାର ତେଜ୍ୟ କରିଦେଇଥିଲା, ମୃତ୍ୟୁ ପରେ ବି ସେହି ନିଜ ଲୋକମାନେ ଟିକିଏ ଦୟା ଦେଖାଇଲେ ନାହିଁ। ଶେଷରେ

“​ଆନ୍ତଃଜାତି ବିବାହ ପାଇଁ ଜୀବନସାରା ପର ହୋଇ ରହିଗଲେ ପୁଅ-ବୋହୂ

ଅସହାୟ ସ୍ତ୍ରୀ ଓ ଶାଶୂଙ୍କ ଆଖିର ଲୁହ ପୋଛି ମାନବିକତାର ପରିଚୟ ଦେଇଥିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ।ବଲାଙ୍ଗିର ସ୍ଥିତ ସାଲେପାଲିର ୪୧ ବର୍ଷୀୟ ମନୋଜ ବଗର୍ତ୍ତୀ ଜନ୍ମରୁ ମୂକ ଥିଲେ। ଆଜିକୁ ୮ ବର୍ଷ ତଳେ ସେ ବଲାଙ୍ଗିର ସହର ଟିକ୍ରାପଡାର ମଧୁମିତା ସାହୁଙ୍କୁ ପ୍ରେମ ବିବାହ କରିଥିଲେ। ମଧୁମିତା ମଧ୍ୟ ଜନ୍ମରୁ କଥା କହିପାରନ୍ତି ନାହିଁ। ଦୁଇ ଅସହାୟ ହୃଦୟ ଏକାଠି ହୋଇ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖିଥିଲେ ସତ, ହେଲେ ସେମାନଙ୍କର ଆନ୍ତଃଜାତି ବିବାହକୁ ମନୋଜଙ୍କ ପରିବାର ଗ୍ରହଣ କରିନଥିଲେ। ସମ୍ପର୍କର ଏହି କଠୋରତା ଯୋଗୁଁ ବିବାହ ପରଠାରୁ ମନୋଜ ନିଜ ଘର ଛାଡ଼ି ଟିକ୍ରାପଡା ସ୍ଥିତ ଶ୍ୱଶୁର ଘରେ ରହିଆସୁଥିଲେ।

ମୃତ୍ୟୁ ପରେ ବି ତରଳିଲାନି ଆପଣା ଲୋକଙ୍କ ମନ

ଗତ କିଛିଦିନ ହେବ ଶାରୀରିକ ଅସୁସ୍ଥତା ଯୋଗୁଁ ମନୋଜଙ୍କୁ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍‌ ୫ଟାରେ ତାଙ୍କର ମୃତ୍ୟୁ ଘଟିଥିଲା। ସ୍ୱାମୀଙ୍କ ଆକସ୍ମିକ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡ଼ିଥିବା ମଧୁମିତା ତୁରନ୍ତ ମନୋଜଙ୍କ ପରିବାରକୁ ଖବର ଦେଇଥିଲେ। ଆଶା ଥିଲା ମୃତ୍ୟୁ ହୁଏତ ଆପଣା ଲୋକଙ୍କ ହୃଦୟକୁ ତରଳାଇ ଦେବ। କିନ୍ତୁ ସମାଜର ନିଷ୍ଠୁରତା ସୀମା ପାର୍ କରିଥିଲା। ପରିବାର ଲୋକ ସ୍ପଷ୍ଟ ଭାବେ ମନା କରିଦେଇଥିଲେ ଯେ, ସେମାନେ ନା ମରଶରୀର ଦେଖିବେ, ନା ଅନ୍ତିମ ସଂସ୍କାର କରିବେ।

ଏହିଭଳି ମାନସିକ ଯନ୍ତ୍ରଣା ଓ ପରିବାରର ଅସହଯୋଗ ଭିତରେ ମଧୁମିତା ଓ ତାଙ୍କ ମାଁ ମନୋଜଙ୍କ ଶବକୁ ଟିକ୍ରାପଡାସ୍ଥିତ ଘରକୁ ଆଣିଥିଲେ। ଘର ଭିତରେ ମୃତଶରୀର ପଡ଼ିରହିଥିବା ବେଳେ ଦୁଇ ଅସହାୟ ମହିଳା ଶବ ପାଖରେ ବସି କାନ୍ଦି କାନ୍ଦି ନିଜର ଦୁଃଖ ନିଜେ ପିଉଥିଲେ। ସେମାନଙ୍କ ପାଖରେ ନା ଥିଲା କୋକେଇ ବୋହିବାକୁ କାନ୍ଧ, ନା ଥିଲା ଅନ୍ତିମ ସଂସ୍କାର ପାଇଁ ଲୋକବଳ।

ଏହି ଦୁଃଖଦ ଖବର ପାଇବା କ୍ଷଣି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ତୁରନ୍ତ ଟିକ୍ରାପଡା ବାସଭବନରେ ପହଞ୍ଚିଥିଲେ। ଅସହାୟ ପରିବାରକୁ ସାନ୍ତ୍ୱନା ଦେବା ସହ ସମସ୍ତ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ସଂଗଠନ ପକ୍ଷରୁ ସ୍ୱର୍ଗ ରଥରେ ମନୋଜଙ୍କ ମରଶରୀରକୁ ବିଭୂତିପଡା ସ୍ଥିତ ଶ୍ମଶାନଘାଟକୁ ନିଆଯାଇଥିଲା। ସେଠାରେ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା। ​ଏହି ମାନବୀୟ କାର୍ଯ୍ୟରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ଉତ୍ତମ ନନ୍ଦ, ବବିତା ପୁଟେଲ୍, ପ୍ରକାଶ ସାହୁ, ସାଗର ଚନ୍ଦନ ଓ ସରୋଜ ଜାଲ ପ୍ରମୁଖ ଉପସ୍ଥିତ ରହି ଶେଷକୃତ୍ୟର ସମସ୍ତ ଦାୟିତ୍ୱ ତୁଲାଇଥିଲେ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like