-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
09-Aug-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଧାୟକ ଙ୍କ ପ୍ରତିନିଧି ଗୌରାଙ୍ଗ ନାଏକ ଙ୍କ ଅଧ୍ୟକ୍ଷତାରେ ରେ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଯୋଗ ଦେଇଥିଲେ l ପ୍ରଥମେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଏକଜୁଟ ହୋଇ ତ୍ରିରଙ୍ଗା ଝଣ୍ଡା ଧରି ବାଇକ ଜରିଆରେ ବୁରୋମୁଣ୍ଡା ରୁ ଏହି ରେଲି ଶୁଭାରମ୍ଭ ହୋଇ ସରଗାଡ଼, ମାହାରପାଲି ଛକ, ବାଦିମୁଣ୍ଡା, ଝାରମୁଣ୍ଡା କନ୍ଦାଜୁରୀ, କୁଟେନପାଲି ଦେଇ ଲୋଇସିଂହା ରେ ପହଂଚିଥିଲା l ପରେ ବୁର୍ଡ଼l, ବୁଢୀପାଦାର ରେ ପହଂଚି ଉକ୍ତ କାର୍ଯ୍ୟକ୍ରମ ଟି ଶେଷ ହୋଇଥିଲା l ଭାରତ ମାତା ଜୀ ଜୟ ଧ୍ଵନି ରେ ଗୁଂଜି ଉଠିବା ସହ ଅଂଚଳ ଟି ତ୍ରିରଙ୍ଗାମୟ ହୋଇ ଉଠିଥିଲା l
ଉକ୍ତ କାର୍ଯ୍ୟକ୍ରମ ରେ ଲୋଇସିଂହା ଗ୍ରାମୀଣ ମଣ୍ଡଳ ସଭାପତି ସୁନୀଲ ଦାସ, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ଲୋଇସିଂହା ନଗର ମଣ୍ଡଳ ସଭାପତି ସରୋଜ ସାହୁ, କୁସମେଲ ମଣ୍ଡଳ ସଭାପତି ମଣ୍ଟୁ ସାହୁ ବିଜେପି ବରିଷ୍ଠ ନେତା ଭୁତନାଥ ନାଏକ, ରାମ ସାହୁ, ବାହାଦୁର ନନ୍ଦ, ରାଜୁ ସାହୁ, କୁମର ପାଣ୍ଡେ, ଜ୍ୟୋତିରମୟ ରାଉତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ସାମିଲ ଥିଲେ l