-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ଜିଲ୍ଲା

*ଶ୍ରୀ ବଡ଼ ଜଗନ୍ନାଥ ଙ୍କ ବାହୁଡ଼ା ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ମହା ସମାରୋହରେ ପାଳିତ*- *ଜିଲ୍ଲାପାଳ ଙ୍କ ସଙ୍ଗୀତ ରେ ଝୁମିଲେ ଦର୍ଶକ*-

25-Jul-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ସୋନପୁରରେ  ଶ୍ରୀ ବଡ଼ ଜଗନ୍ନାଥ ଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟ କ୍ରମ ମହାସମାରୋହରେ ସମ୍ପନ୍ନ ହୋଇଛି। ଗୁଣ୍ଡିଚା ମନ୍ଦିରରେ ବଳଭଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମାତା ସୁଭଦ୍ରାଙ୍କୁ ସକାଳୁ ସ୍ନାନ କରାଯାଇ ମଙ୍ଗଳ ଆଳତି କରାଯାଇଥିଲା। ପରେ ତିନିଠାକୁରଙ୍କୁ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇ ବିଭିନ୍ନ ଭୋଗ ଅର୍ପଣ କରାଯାଇଥିଲା। ସନ୍ଧ୍ୟା ୫ଟାରେ ଚତୁଦ୍ଧା ମୂର୍ତ୍ତିଙ୍କୁ ଆଳତି କରାଯାଇ ପହଣ୍ଡିକରି ରଥାରୁଢ଼ କରାଯାଇଥିଲା I ଚତୁର୍ଦ୍ଧାମୂରତୀ ମାଉସୀ ମନ୍ଦିରରୁ ବାହାରିବା ପରେ ମନ୍ଦିର ସମ୍ମୁଖରେ ବିଭିନ୍ନ ବ୍ୟକ୍ତି ତଥା ସଂଗଠନ ପକ୍ଷରୁ ଉପନ ଭୋଗ ଅର୍ପଣ କରିଥିଲେ। ମହାପ୍ରଭୁଙ୍କ ପହଣ୍ଡି ସମୟରେ କଳାକାରମାନେ ସଂକୀର୍ତ୍ତନ ପରିବେଷଣ
କରାଯାଇଥିଲା। ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜକ ରାମଗୋପାଳ ପୂଜାରୀ, ସୁମିତ ପୂଜାରା, ଅଶ୍ବିନୀ ପୂଜାରୀ ସମସ୍ତ ପୂଜାନୀତି ତୁଲାଇ ଥିବାବେଳେ ବ୍ରହ୍ମଣ ସମାଜର ଜୟନାରାୟଣ ମିଶ୍ର, ଜଗଦାନନ୍ଦ ମିଶ୍ର, ସଚ୍ଚିଦାନନ୍ଦ ଦାଶ, ନନ୍ଦକିଶାର ତ୍ରିପାଠୀ, ମନୋରଂଜନ ମିଶ୍ର, ମିଲନ ମିଶ୍ର, କାଳିଆ ମିଶ୍ର, ନିମାଇଁଚରଣ ପାଣିଗ୍ରାହୀ, ଆଶିଷ କୁମାର ନାୟକ ପ୍ରମୁଖ  ପହଣ୍ଡି କାର୍ଯ୍ୟ ତୁଲାଇଥିଲେ। ସେହିପରି ସୋନପୁର ଘୋଡ଼ାଘାଡ଼ପଡ଼ାସ୍ଥିତ ଦଧୂବାମନ ମହାପ୍ରଭୁ ও ବଡ଼ବଜାରସ୍ଥିତ ବୃନ୍ଦାବନବିହାରୀ ମହାପ୍ରଭୁ ଙ୍କ ମଧ୍ଯ ବାହୁଡ଼ା ଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଛି। ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଶେଷ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଗୁରୂ ଶଙ୍କର ବେହେରା ଓ ସାଥୀ କଳାକାର ସମ୍ବଲପୁରୀ ଭଜନ ସଙ୍ଗୀତ ଓ ଲୋକ ଗୀତ ପରିବେଷଣ କରିଥିଲେ l ଏହି ଅବସରରେ  ମୁଖ୍ୟ ଅତିଥି ଭାବେ ଏଡିଏମ ରାଜେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ବୀର ମହାରାଜ ପୁର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା, ସୋନପୁର ପୌର ପରିଷଦ ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ଜିଲ୍ଲା ଅଗ୍ନିଶମ ବିଭାଗ ଅଧିକାରୀ ଭବେନ୍ଦ୍ର ଦେ , ଦେବୋତ୍ତର ମ୍ୟାନେଜର ଆଲୋକ ରଞ୍ଜନ ମହାପାତ୍ର, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟ କ୍ରମ କୁ ଶୁଭ ଉଦ୍ଘାଟନ କରି ଥିଲେ l ପ୍ରତି ଦିନ ସଂଧ୍ୟା ଆଳତୀ ପରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ  ଅନ୍ନ ଓ ମିଷ୍ଟାନ୍ନ ପ୍ରାସାଦ ବଣ୍ଟନ କାର୍ଯ୍ଯ କ୍ରମ ରେ ସହଯୋଗ କରିଥିବା ସମସ୍ତ ଭକ୍ତ ବା ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟ କ୍ରମ ର ଶେଷ ଭାଗରେ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ସପରିବାର ଯୋଗ ଦେଇ ମହା ପ୍ରଭୁ ତିନି ଠାକୁର ଙ୍କ କୃପା ଲାଭ କରି ଭଜନ ଓ ଲୋକ ସଂଗୀତ  କୁ ଉପଭୋଗ କରିଥିଲେ l ଗୁରୁ ଶଙ୍କର ବେହେରା ଓ ସାଥୀ କଳାକାର ଙ୍କୁ ଜିଲ୍ଲାପାଳ ଡ଼. ସାହୁ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଆୟୋଜକ,ଦର୍ଶକ ଓ ଗୁରୁ ଶଙ୍କର ବେହେରା ଙ୍କ ଅନୁରୋଧ କ୍ରମେ ଜିଲ୍ଲାପାଳ ଡ଼ ସାହୁ ସମ୍ବଲପୁରୀ ଭଜନ "ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଯାଉ ମୋର ଜୀବନ" ସଙ୍ଗୀତ ପରିବେଷଣ କରି ସମସ୍ତ ଙ୍କ ମନ ମୋହିଥିଲେ l ଆଇନ  ଶୃଙ୍ଖଳାକୁ ନଜରରେ ରଖି ଜିଲ୍ଲା ପୋଲିସ ପ୍ରସାଶନ ପକ୍ଷରୁ ଡି ଏସ ପି ରେଣୁକା ସୁନା ଙ୍କ ନେତୃତ୍ୱ ରେ ଥାନା ଅଧିକାରୀ ଯାଦବ ବାଗ ଙ୍କ ସହଯୋଗ ରେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇ ଯାତ୍ରା କୁ ଶୃଙ୍ଖଳିତ କରା ଯାଇଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like