-+91-9937148622 |

prerana_bgr@rediffmail.com |

  Friday 16th October 2026 |

| | | |

R.N.I. Regd No. ODIODI/2010/46693

Breaking News

ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||      ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   (15-Oct-2026)       ||      ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ଲାୟନ୍ସ ଓ ଲିଓ କ୍ଲବ୍ ତରଫରୁ ମାଗଣା ଚକ୍ଷୁ ସଚେତନତା ଓ ପରୀକ୍ଷା ଶିବିର ଅନୁଷ୍ଠିତ   (15-Oct-2026)       ||      ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ, ଅନ୍ୟ ଜଣେ ଗୁରୁତର   (15-Oct-2026)       ||      ଡେପୁଟି ସେକ୍ରେଟାରୀ ଓଡ଼ିଶା ସରକାର ଙ୍କ କ୍ଷେତ୍ର ପରିଦର୍ଶନ   (15-Oct-2026)       ||      ମାନବିକତା ଦେଖାଇଲେ ଡୁଙ୍ଗୁରିପାଲି ଥାନାଧିକାରୀ ରୋଜାଲିନ ପଟେଲ୍   (15-Oct-2026)       ||      ବାଗବାଡି ଆୟୋଜିତ ହେଲା ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରିୟ ଶିଶୁ ମହୋତ୍ସବ ସୁରଭି -୨୦୨୬   (14-Oct-2026)       ||      ବରପାଲି ଜଗନ୍ନାଥ ନଗର ୫୧ ତମ ସାର୍ବଜନିନ ଦୁର୍ଗା ପୂଜାର ସାମ୍ବାଦିକ ସମ୍ମିଳନୀ   (14-Oct-2026)       ||      *ଅବୈଧ ମଦ ବିକ୍ରି ଉପରେ ଡାବୁଗାଁ ପୋଲିସର ଚଢ଼ାଉ, ବିପୁଳ ମଦ ଜବତ, ୨ ଅଟକ*   (14-Oct-2026)       ||      ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ଫେନ୍ସିଂ ଏବଂ ଥାଙ୍ଗ-ଟା ଚାମ୍ପିୟାନସିପ୍ ଉଦଯାପିତ    (14-Oct-2026)       ||     

HOME   ଜିଲ୍ଲା

ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍

14-May-2026



(ରଂଜିତ ମହାନ୍ତି )
 ବରୀ ତହସିଲ ଅଧୀନରେ ବେଧଡ଼କ ଭାବେ ଚାଲିଛି ମାଟି, ବାଲି ଲୁଟ୍। ଧର୍ମକୁ ଆଖିଠାର ସଦୃଶ କାଟାଯାଉଛି ରସିଦ୍। ସରକାରୀ ଖାତାକୁ ୫ହଜାର ଯାଉଥିଲା ବେଳେ ବେସରକାରୀ ଭାବେ ହଜାରହଜାର ଟଙ୍କା ଆଦାୟ କରାଯାଉଛି। ସେପଟେ ୫୨୪୦ ଟଙ୍କାର ଗୋଟିଏ ଜରିମାନା ରସିଦ୍ କାଟି ମାଫିଆ ଦିନକୁ ଶହଶହ ଟ୍ରିପ୍ ମାଟି ବିକ୍ରିକରି ମାଲାମାଲ ହେଉଛନ୍ତି। ଶହଶହ ଟ୍ରିପ୍ ମାଟିରେ ଡିହବନ୍ଧା ଯାଉଥିବା ଏକ ସ୍ଥାନରୁ ମାଟି ଆଣିବାକୁ ପ୍ରଶାସନ କିପରି ଭାବେ ଅନୁମତି ଦେଇଛି ତା'ର ଯାଞ୍ଚ କଲାବେଳେ ଏପରି ତଥ୍ୟ ପଦାକୁ ଆସିଛି । ତହସିଲ ପ୍ରଶାସନର ବ୍ୟବସ୍ଥା ଅନୁସାରେ ୫୨୪୦ ଟଙ୍କାର ଜରିମାନା ରସିଦ୍ କାଟି ମନଇଛା ମାଟି ଉଠାଅ ନୀତି ଚାଲିଛି। ଜରିମାନା ଆଦାୟ କରାଯାଇଥିବା ରସିଦ୍‌ରେ ଉକ୍ତଅର୍ଥ ବେଆଇନ ଭାବେ ମାଇନିଂ ଓ ମିନେରାଲ ପରିବହନ କରିଥିବାରୁ ୧୯୬୩ ନିୟମ ୩୧(ଆଇ) ଅନୁସାରେ ରୟାଲଟି ବାବଦ ଆଦାୟ କରାଗଲା ବୋଲି ଉଲ୍ଲେଖ କରାଯାଇଛି। ଯାହାକୁ ତହସିଲ ପ୍ରଶାସନର ମୌଖିକ ଭାବେ ମାଟି ଉଠାଣ ପାଇଁ ଅନୁମତି ଭାବେ ଧରି ନିଆଯାଇଛି। ଉକ୍ତ ରସିଦ୍ କୌଣସି ମାଟି ଉଠାଣ ପାଇଁ ପ୍ରଶାସନର ଅନୁମତି ପତ୍ର ନୁହେଁ । ରସିଦ୍ କାଟି କିଛି ଅର୍ଥ ସରକାରୀ ଖାତାକୁ ଦେଇ ଅଲିଖିତ ଅନୁମତି ପାଇଁ ବେସରକାରୀ ଭାବେ ହଜାରହଜାର ଟଙ୍କା
ଆଦାୟ ହେଉଥିବା ଜଣାପଡ଼ିଛି। ସେପଟେ ଥରେ ଜରିମାନା ଅର୍ଥ ରସିଦ୍ ହାତରେ ପଡ଼ିଲେ ଶହଶହ ଟ୍ରିପ୍ ମାଟି ଉଠାଇ ବିକ୍ରି ଚାଲିଛି  ସରକାରୀ କଟକଣା ଦିଗହରା
କେଉଁଠାରେ ବିଭିନ୍ନ ଯୋଜନାରେ ମାଟି ଗଚ୍ଛିତ କରାଯାଉଛି। ଏସଂପର୍କରେ ବରୀ ତହସିଲଦାର ଦୀପ୍ତିମୟୀ ବେହେରାଙ୍କୁ ପଚାରିବାରୁ କେହିକେହି ନିଜ ଜମିରୁ ମାଟି, ବାଲି ଉଠାଇବାକୁ ଦରଖାସ୍ତ କରିବାରୁ ସେମାନଙ୍କଠାରୁ ରସିଦ୍ କାଟି ଅନୁମତି ଦିଆଯାଉଛି ବୋଲି କହିଛନ୍ତି। ସେମାନେ ନିଜ ଜମିରୁ ୬ଇଞ୍ଚରୁ ୧ ଫୁଟ ମଧ୍ୟରେ ମାଟି ବାଲିଉଠାଇ ପାରିବେବୋଲି ମତ ଦେଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଯଦି ଏହା ପ୍ରଶାସନିକ ବ୍ୟବସ୍ଥା ତେବେ କଟାଯାଉଥିବା ରସିଦ୍‌ରେ ତାହା ଉଲ୍ଲେଖ ରହିବା କଥା। କେଉଁ ଜମିରୁ ମାଟି ଉଠିବ କେଉଁଠାରେ ପଡ଼ିବ, କେତେ ଫୁଟ୍ ଗଭୀର ପର୍ଯ୍ୟନ୍ତ ଖୋଳାଯାଇ ପାରିବ, କେଉଁକେଉଁ ଟ୍ରାକ୍ଟରରେ ପରିବହନ କରା‌ଯିବ ତାହାର ସ୍ପଷ୍ଟ ଚିତ୍ର ରହିବାର ଆବଶ୍ୟକତା ରହିଛି। ସେହିପରି ଲୋକମାନେ ପ୍ରଦାନ କରୁଥିବା ଜମି ପଟାର ଯାଞ୍ଚ ହେବାର ଆବଶ୍ୟକତା ରହିଛି। ଜମି ଖାଲୁଆ କିମ୍ବା ନଦୀ ଗର୍ଭରେ ଥିଲେ ଏଥିରୁ କେମିତି ମାଟି ଉଠାଇବାକୁ ଅନୁମତି ଦିଆଯାଉଛି। ସବୁଠାରୁ ଗୁରୁତର କଥାହେଲା ଥରେ କଟାଇଥିବା ରସିଦ୍‌ର ତାରିଖକୁ ଟାମ୍ପରିଂ କରି ବହୁଦିନ ଧରି ମାଟି ଉଠାଯାଉଥିବା ପରି ଘଟଣା ମଧ୍ୟ ନଜରକୁ ଆସିଛି । ତହସିଲ ପ୍ରଶାସନ ଜରିମାନା ରସିଦ୍‌ଟିଏ କାଟିଦେଇ ମାଲାମାଲ ହେଉଥିବାବେଳେ ମାଟି ବ୍ୟବସାୟୀମାନେ ଗୋଟିଏ ରସିଦ୍ କାଟି ଦେଇ ଶହଶହ ଟ୍ରିପ୍ ମାଟି ବିକ୍ରି କରୁଛନ୍ତି। ସେହି ସମାନ ଅବସ୍ଥା ବେଆଇନ ବାଲି ଘାଟର | ବେଆଇନ ବାଲି ଘାଟରୁ ବାଲି ଉଠାଅ, ହୋର୍ଡିଂ କର, ସବୁ ସମ୍ଭବ ହୋଇପାରୁଛି। ମାଫିଆଙ୍କ ବାଲିଲୁଟ୍ ପୂର୍ବ ପରି ଅତୁଟ ରହିଛି | ତେବେ ରାଜ୍ୟ ସରକାରଙ୍କ ଲଘୁ ଖଣିଜ ଆଇନର କଟକଣା ବରୀରେ ଦିଗହରା ହୋଇ ପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026
  ଜିଲ୍ଲା  
କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି   16-Oct-2026
  ଜିଲ୍ଲା  
ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   16-Oct-2026
  ଜିଲ୍ଲା  
କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   15-Oct-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼   15-Oct-2026
  ଜିଲ୍ଲା  
ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   15-Oct-2026
  ଜିଲ୍ଲା  
ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   15-Oct-2026
  ଜିଲ୍ଲା  
ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   15-Oct-2026
  ଜିଲ୍ଲା  
ଶୀଜଗନ୍ନାଥଙ୍କ ୨୪ ଦିବ୍ୟଦେଶ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ   15-Oct-2026

You Might Also Like