-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
13-Apr-2026
ବରପାଲି (ସୁଦାମ ଦୀପ)
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ସାମୁହିକ ବ୍ରତ ଉପନୟନ ଆୟୋଜିତ ହୋଇଯାଇଛି। ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ଗତ ୧୧ ତାରିଖ ଶନିବାର ସନ୍ଧ୍ୟାରେ ଚାରିକର୍ମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ରବିବାର ବ୍ରତୋପନୟନ କରାଯାଇଥିଲା। ଚଳିତ ବର୍ଷ ବାଙ୍କିଗିର୍ଡି ଗ୍ରାମର ରୋହିତ ଦାଶ, ମହଦା ର ହେମନ୍ତ ଷଡ଼ଙ୍ଗୀ, ଭଟିଗାଁ ର ଏକଲବ୍ୟ ପଣ୍ଡା, ବରପାଲି ର ଉମାକାନ୍ତ ମିଶ୍ର ଓ ଝସକେତନ ମିଶ୍ର, ତେନ୍ତୁଳି ଗାଁ ର ଓଁକାର ମିଶ୍ର ଏବଂ ଭେଡେନ ର ସମୀର ନନ୍ଦ ସାତ ଜଣ ବଟୁଙ୍କୁ ବ୍ରତ କରାଯାଇ ସାବିତ୍ରୀ ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ରୋଷଣି କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଦୁଲ୍ ଦୁଳି ବାଜା, ଶଙ୍ଖ , ଘଣ୍ଟ ବାଦ୍ୟ ଆଦି ସାମିଲ କରାଯାଇଥିଲା।ଏହି ସାମୁହିକ ବ୍ରତ ଉପନୟନ ରେ ବ୍ଲକ ସଭାପତି ପଣ୍ଡିତ କୃଷ୍ଣ ଚନ୍ଦ୍ର ଦେବତା, କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର କୁମାର ହୋତା, ଉପ ସଭାପତି ବିଭୂତି ଭୂଷଣ ମିଶ୍ର, ପଣ୍ଡିତ ସଦାନନ୍ଦ ଦାଶ, ସମ୍ପାଦକ ଅରୁଣ କୁମାର ପଣ୍ଡାଙ୍କ ସମେତ ବ୍ଲକର ସାତ ଶହରୁ ଉର୍ଦ୍ଧ୍ବ ସଭ୍ୟ, ସଭ୍ୟା ଏହି କାର୍ଯକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।