-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   (13-Apr-2026)       ||      ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   (13-Apr-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   (13-Apr-2026)       ||      ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   (13-Apr-2026)       ||      ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   (13-Apr-2026)       ||      *ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||     

HOME   ରାଜ୍ୟ

ଓଡ଼ିଶାରେ ସାହସିକ ପର୍ଯ୍ୟଟନର ନୂଆ ଅଧ୍ୟାୟ♦️ “ସୁରକ୍ଷା ସର୍ବୋପରି”: ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା

24-Feb-2026



 “ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା”: ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ

ଭୁବନେଶ୍ୱର(ପ୍ରେରଣା ଖବର): ଓଡ଼ିଶା ହେବ ପୂର୍ବ ଭାରତର ପ୍ରମୁଖ ସାହସିକ ପର୍ଯ୍ୟଟନ କେନ୍ଦ୍ର । ମଙ୍ଗଳବାର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ଲୋକ ସେବା ଭବନରେ ‘ଗୋ-ଆଡଭେଞ୍ଚର’ (Go-Adventure) ପୋର୍ଟାଲର ଶୁଭାରମ୍ଭ କରିବା ସହ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ (IMF) ଏବଂ ଏରୋ କ୍ଲବ୍ ଅଫ୍ ଇଣ୍ଡିଆ (ACI) ସହିତ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି ।ଏହି ଅବସରରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ଓଡ଼ିଶାରେ ସାହସିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଧ୍ୟାନ ଦେଉଛନ୍ତି । ଆଧ୍ୟାତ୍ମିକ ପର୍ଯ୍ୟଟନରେ ସୀମିତ ନରହି, ଏହାକୁ କିଭଳି ଅନୁଭୂତିଭିତ୍ତିକ ପର୍ଯ୍ୟଟନ ସହ ଯୋଡ଼ାଯାଇପାରିବ, ସେଥିପାଇଁ ସରକାର ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସାହସିକ ପର୍ଯ୍ୟଟନର ପ୍ରଚଳନ ଯୁବ ଉଦ୍ୟୋଗୀମାନଙ୍କୁ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ନିବେଶ କରିବାକୁ ଆକର୍ଷିତ କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି। ଓଡ଼ିଶାର ପର୍ଯ୍ୟଟନ ପରିଦୃଶ୍ୟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ପାଇଁ ପର୍ଯ୍ୟଟନ, କ୍ରୀଡ଼ା ଏବଂ ଗୃହ ବିଭାଗ ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ସେ ଏହି ସହଯୋଗୀ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏଥିସହ, ଓଡ଼ିଶାକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ସେ ସମସ୍ତ ବିଭାଗକୁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ଘରୋଇ ଜଳଭିତ୍ତିକ ସାହସିକ ପର୍ଯ୍ୟଟନ ଅପରେଟରମାନଙ୍କୁ ଲାଇସେନ୍ସ ପ୍ରଦାନ

 ‘ଗୋ-ଆଡଭେଞ୍ଚର’ ପୋର୍ଟାଲ୍ ଶୁଭାରମ୍ଭ

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କହିଥିଲେ ଯେ, "ରାଜ୍ୟ ସରକାର ୨୦୩୬ ସୁଦ୍ଧା ଉତ୍କର୍ଷ ଓଡ଼ିଶା  ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ରଖି ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି” । ସଂପୃକ୍ତ ସମସ୍ତ ବିଭାଗ, ନିଜ ବିଭାଗ ସହିତ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ କଣ କରାଯାଇ ପାରିବ, ସେଥିପ୍ରତି ଧ୍ୟାନ ଦେବା ସହିତ  ସାମୂହିକ ପ୍ରୟାସ ଉପରେ ସେ ଗୁରୁତ୍ଵାରୋପ କରିଥିଲେ  । ସାହସିକ ପର୍ଯ୍ୟଟନ  ସ୍ଥାନୀୟ ଅର୍ଥନୀତି ସହ ବ୍ୟାପକ  ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ  କରିଥିଲେ । ଓଡ଼ିଶା ପର୍ଯ୍ୟଟନର ନୂଆ ଦିଗ ଉପସ୍ଥାପନ କରି ସେ ‘ଥିଙ୍କ ଇଣ୍ଡିଆ, ଥିଙ୍କ ଓଡ଼ିଶା’ (Think India, Think Odisha) ମନ୍ତ୍ରକୁ ଗ୍ରହଣ କରିବାକୁ ଆହ୍ୱାନ କରିଥିଲେ ।

'ଗୋ-ଆଡଭେଞ୍ଚର' (Go-Adventure) ପୋର୍ଟାଲ ସାହସିକ ପର୍ଯ୍ୟଟନ ପ୍ରକଳ୍ପଗୁଡ଼ିକର ପଞ୍ଜିକରଣ, ଯାଞ୍ଚ ଏବଂ ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସରଳ କରିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି ।ପର୍ଯ୍ୟଟନ ବିଭାଗ ପକ୍ଷରୁ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ (IMF) ସହ ଚୁକ୍ତି ଦ୍ଵାରା ଟ୍ରେକିଂ ଏବଂ ରକ୍ କ୍ଲାଇମ୍ବିଂ ଭଳି ସ୍ଥଳଭାଗରେ କରାଯାଉଥିବା ସାହସିକ କାର୍ଯ୍ୟକଳାପର ସୁରକ୍ଷା ଯାଞ୍ଚ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରାଯାଇପାରିବ । ଏରୋ କ୍ଲବ୍ ଅଫ୍ ଇଣ୍ଡିଆ (ACI) ସହ ଭାଗିଦାରୀତା, ପାରାଗ୍ଲାଇଡିଂ ଏବଂ ପାରାମୋଟରିଂ ଭଳି ଆକାଶମାର୍ଗର ସାହସିକ କ୍ରୀଡ଼ାକୁ

 ଏରୋ କ୍ଲବ୍ ଇଣ୍ଡିଆ, ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନ ସହ ଚୁକ୍ତିନାମା ସ୍ଵାକ୍ଷରିତ

ନିୟମିତ କରିବା ସହ ଜାତୀୟ ବିମାନ ଚଳାଚଳ ସୁରକ୍ଷା ନିୟମ ଅନୁଯାୟୀ ଏହାର ସମ୍ପ୍ରସାରଣ କରାଯିବ।

ଏଥିସହ, ବ୍ୟବସାୟିକ ସୁଗମତାକୁ ଲକ୍ଷ୍ୟରେ ରଖି ଘରୋଇ ଅପରେଟରମାନଙ୍କୁ ‘ଲାଇସେନ୍ସ ଟୁ ଅପରେଟ୍’ (LTO) ଏବଂ ‘ରିକଗ୍ନିସନ ଟୁ ସେଟଅପ୍’ (RTS) ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ କେତେକ ସାହସିକ ପର୍ଯ୍ୟଟନ ଅପରେଟରଙ୍କୁ ଆନୁଷ୍ଠାନିକ ଭାବେ ଲାଇସେନ୍ସ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏରୋ କ୍ଲବ୍ ଅଫ୍ ଇଣ୍ଡିଆର ସଭାପତି ଶ୍ରୀ ରାଜୀବ ପ୍ରତାପ ରୁଡି ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର୍ ସ୍ପୋର୍ଟସ୍ (NIWS) ଗୋଆରୁ ଡ. ପୱନ ଗୁପ୍ତା ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ଏହି ସମାରୋହରେ ଉପସ୍ଥିତ ଥିଲେ। ଏଥିସହିତ ପର୍ଯ୍ୟଟନ ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀ ବଲୱନ୍ତ ସିଂହ, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସାହସିକ ପର୍ଯ୍ୟଟନ କ୍ଷେତ୍ରର ବୈଷୟିକ ସହଯୋଗ ପାଇଁ ଏରୋ କ୍ଲବ୍ ଅଫ୍ ଇଣ୍ଡିଆର ସାଧାରଣ ସମ୍ପାଦକ ଶ୍ରୀ ଅରବିନ୍ଦ ବଦୋନି ଏବଂ ଇଣ୍ଡିଆନ୍ ମାଉଣ୍ଟେନିୟରିଂ ଫାଉଣ୍ଡେସନର ଅନରାରୀ ସମ୍ପାଦକ ଶ୍ରୀ କୀର୍ତ୍ତି ପାଇସା ଉପସ୍ଥିତ ଥିଲେ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଓଡ଼ିଶା ପୋଲିସର ଆଇଜି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଶ୍ରୀ ଉମାଶଙ୍କର ଦାଶ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଏବଂ ସାହସିକ ପର୍ଯ୍ୟଟନ ସଂଘର ସଦସ୍ୟ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ବନ ବିଭାଗକୁ ମିଳିଛି ବଡ଼ ସଫଳୋତା ବାଘ ଛାଲ ଜବତ, ୫ଜଣ ଗିରଫ*   13-Apr-2026
  ଜିଲ୍ଲା  
ଡାବୁଗାଁ +3 କଲେଜ ଅଧକ୍ଷଙ୍କ ଅକାଳ ବିୟୋଗ   13-Apr-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ବ୍ରତୋପନୟନ ଅନୁଷ୍ଠିତ   13-Apr-2026
  ଜିଲ୍ଲା  
ସୁନ୍ଦରଗଡ ଜିଲ୍ଲା କୁରେଇବଗା ଗ୍ରାମରେ ଶ୍ରୀ ଶ୍ରୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ   13-Apr-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ଗୁରୁପୂଜନ ଓ ବନ୍ଧୁମିଳନ   13-Apr-2026
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026

You Might Also Like