-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
16-Feb-2026
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର): ରାମପୁର ଥାନା ବାଙ୍କୀପାଲି ଠାରେ ବେଆଇନ ଗୋରୁ ଚାଲାଣ ବେଳେ ମାଡି ବସିଲା ବଜରଙ୍ଗ ଦଳ ।୬ ଗୋରୁ ଉଦ୍ଧାର ସହ ୫ ଅଟକ ଏବଂ ପିକଅଫ ଗାଡି ଜବତ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବାଙ୍କୀପାଲିରେ(ଓଡି୧୭ ଏ ଏ-୬୧୫୪) ପିକଅପ୍ ଗାଡ଼ିରେ ବେଆଇନ ଭାବେ ଗୋରୁ ବୋଝେଇ ଯାଉଥିଲା।ହେଲେ ବଜରଙ୍ଗ ଦଳର କର୍ମୀ ମାନେ ପିଛା କରି ବାଙ୍କୀପାଲିରେ ଗାଡିକୁ ଅଟକାଇ ରାମପୁର ପୋଲିସକୁ ଜିମା ଦେଇଥିଲେ I ଏଥିରେ ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ବେଳେ ଗାଡିକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ସମସ୍ତ ଗୋରୁକୁ ପୋଲିସ ବଜରଙ୍ଗ ଦଳକୁ ହସ୍ତାନ୍ତର କରିଛି।