-+91-9937148622 |

prerana_bgr@rediffmail.com |

  Thursday 5th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||      ହୋଲିରେ ଅଘଟଣ: ରଙ୍ଗ ଖେଳ ପରେ ଗାଧୋଇବାକୁ ଯାଇ ଯୁବକ ମୃତ୍ୟୁ   (04-Mar-2026)       ||      ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ    (04-Mar-2026)       ||      ଏକ ଭିନ୍ନ ଶିକ୍ଷକ   (04-Mar-2026)       ||      ବରପାଲି ରେ ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଆଦ୍ୟ ଫଗୁଣ   (04-Mar-2026)       ||      *ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ରଙ୍ଗର ପର୍ବ ହୋଲି, ଜନସାଧାରଣ ଙ୍କ ସହ ହୋଲି ଖେଳିଲେ ଡାବୁଗାଁ ବିଧାୟକ*   (04-Mar-2026)       ||      କୁଶଙ୍ଗ ଦୋଳଯାତ୍ରା ଉଦ୍‌ଯାପିତ   (04-Mar-2026)       ||     

HOME   ରାଜ୍ୟ

ଆଦିବାସୀ ମାନଙ୍କ ଜମି ଜଳ ଜଙ୍ଗଲ ଜୀବନ ଜୀବିକା ସୁରକ୍ଷିତ ନୁହେଁ: ନିରଞ୍ଜନ ବିଶି

03-Feb-2026



ନୂଆଦିଲ୍ଲୀ(ପ୍ରେରଣା ଖବର): ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଅର୍ପଣ ପ୍ରସ୍ତାବରେ ଅଂଶଗ୍ରହଣ କରି ସାଂସଦ ନିରଞ୍ଜନ ବିଶି କହିଲେ ଯେ ମାନ୍ୟବର ରାଷ୍ଟ୍ରପତି ଓଡିଶା ମାଟିର ଝିଅ ଏବଂ ଆଦିବାସୀ ସମ୍ପ୍ରଦାୟର ତେଣୁ ଆମେ ଗର୍ବିତ ଏବଂ ଖୁସି ବୋଲି ପ୍ରକାଶ କରିବା ସହିତ କ୍ଷୋଭ ବ୍ୟକ୍ତ କରି କହିଲେ ଯେ ଦେଶରେ ଆଦିବାସୀ ମାନେ ସୁରକ୍ଷିତ ନୁହଁନ୍ତି l ଆଦିବାସୀ ମାନଙ୍କ ଜମି,ଜଳ, ଜଙ୍ଗଲ,ଜୀବନଜୀବିକା ସୁରକ୍ଷିତ ନୁହେଁ l ଆଦିବାସୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ, ଅର୍ଥନୈତିକ, ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ହେଉଛି l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ ଓଡିଶା ର ଆଦିବାସୀ, ଦଳିତ, ମହିଳା, କୃଷକ, ଗରିବ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରିଥିଲେ l ମହିଳା ମାନଙ୍କୁ ୧୦ ଲକ୍ଷ ପୁରୁଷ ମାନଙ୍କୁ ୫ଲକ୍ଷ ର ଆର୍ଥିକ ସହାୟତା ଦେଉଥିଲେ l ବିଏସକେୱାଇ କାର୍ଡ ରେ ସବୁ ହସ୍ପିଟାଲ ରେ ମାଗଣା ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେଉଥିଲା l ବର୍ତ୍ତମାନ ଆୟୁଷ୍ମାନ ଭାରତ ଯୋଜନାରେ ଆଗ ଟଙ୍କା ଦିଅ ତାପରେ ଚିକିତ୍ସା l ହଜାର ହଜାର ଗରିବ ଲୋକ ମୃତ୍ୟୁ ବରଣ କରୁଛନ୍ତି l ସେ ବିଷୟରେ ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ କହିଲେ ନାହିଁ l ଏସଟି ଏସସି ଓବିଶି ମହିଳା ମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏକ ସୁନ୍ଦର ୟୁଜିସି ବ୍ୟବସ୍ଥା କରିଛନ୍ତି l ୟୁନିଭର୍ସିଟି ମାନଙ୍କରେ  ଏସଟି ଏସସି ପାଇଁ ୭0 ପ୍ରତିଶତ ଅଧ୍ୟାପକ, ରିଡର,ପ୍ରଫେସର ପଦବୀ ଖାଲି ପଡିଛି l ହାଇକୋର୍ଟ ସୁପ୍ରିମ କୋର୍ଟ ଗୁଡିକରେ ଏସଟି ଏସସି ଜଜ ପଦବୀ ଖାଲି ପଡିଛି lସ୍ୱତନ୍ତ୍ର ନିଯୁକ୍ତି ପ୍ରକ୍ରିୟା ରେ ଉକ୍ତ ପଦବୀ ପୂରଣ ଦିଗରେ ମଧ୍ୟ ମହାମହିମ କିଛି କହି ନାହାଁନ୍ତି l ଅନ୍ଵେଷା ଯୋଜନାରେ ଏସଟି ଏସସି ଛାତ୍ରଛାତ୍ରୀ ପଢ଼ିବା ପାଇଁ ନବୀନ ବାବୁ ଅର୍ବାନ ଏଜୁକେସନ ଯୋଜନା କରିଥିଲେ l କିନ୍ତୁ ସରକାର ୨୦୨୫ ରେ ଅନ୍ଵେଷା ଯୋଜନାରେ ଏଡମିଶନ ବନ୍ଦ କରିଛନ୍ତି l ୨୦୨୬ ରେ ମଧ୍ୟ ଏହି ସ୍କିମ ରେ ଏଡମିଶନ ବନ୍ଦ କରାଯାଇଛି l  ନବୀନ ସରକାର ଗ୍ରାମାଞ୍ଚଳ ର ଏସଟି,ଏସସି, ଓବିଶି,ଜେନେରାଲ ବର୍ଗ ର ଛାତ୍ରଛାତ୍ରୀ ମାନଙ୍କୁ  ଗୁଣାତ୍ମକ ଶିକ୍ଷା ତଥା     ସିବିଏସସି କୋର୍ସ ପାଇଁ ୩୧୪ ବ୍ଲକ ରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ l ସରକାର ଓ.ଏ.ଭି ରେ ଜାତୀୟ ମେରିଟ ବୃତ୍ତି ଯୋଜନା ବନ୍ଦ କରିଛନ୍ତି l ସେ ବିଷୟରେ ମଧ୍ୟ ଅଭିଭାଷଣ ରେ ନାହିଁ l ସାଂସଦ ଶ୍ରୀ ବିଶି କହିଲେ ଯେ ଏସଟି ଏସି ପାଇଁ ନିଯୁକ୍ତି, ପଦୋନ୍ନତି, ରାଜନୈତିକ ପଦବୀରେ ଥିବା ସଂରକ୍ଷଣ ସୁବିଧା କୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି l ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ କୁ ଦୁର୍ବଳ କରାଯାଉଛି l ସେ ସମ୍ପର୍କରେ ମଧ୍ୟ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ରେ କିଛି କହି ନାହାନ୍ତି ବୋଲି  ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ l ଡବଲ ଇଞ୍ଜିନ ସରକାରରେ ଡବଲ ସୁବିଧା ମିଳିବା ଦରକାର କିନ୍ତୁ ସବୁ ଯୋଜନା ବନ୍ଦ କରାଯାଉଛି l ଶେଷରେ, ଏହା ଡବଲ ଇଞ୍ଜିନ ନୁହେଁ ଟ୍ରବୁଲ ଇଞ୍ଜିନ ସରକାର ବୋଲି ସାଂସଦ ଶ୍ରୀ ବିଶି କହିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026
  ଜିଲ୍ଲା  
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   05-Mar-2026
  ଜିଲ୍ଲା  
ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   05-Mar-2026
  ଜିଲ୍ଲା  
ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   05-Mar-2026
  ଜିଲ୍ଲା  
ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   05-Mar-2026
  ଜିଲ୍ଲା  
*ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   05-Mar-2026
  ଜିଲ୍ଲା  
ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ   05-Mar-2026

You Might Also Like