-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
24-Jan-2026
ବଲାଙ୍ଗିର(ପ୍ରେରଣା ଖବର):ଆଜି ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ସିଭିଲକୋର୍ଟ ବାର୍ ହଲ୍ ଠାରେ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ବାସୁଦେବ ରଥଙ୍କ ଆବହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବଲାଙ୍ଗୀରରେ ପ୍ରସ୍ତାବିତ ନୂତନ ସିଭିଲ କୋର୍ଟ କୋଠା ନିର୍ମାଣର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା । ବଲାଙ୍ଗୀର ଜେଲଖାନା ପଛପଟ ୫ଏକର ୦୭୯ ଡିସିମିଲ ପରିମିତ ଜମିରେ ସିଭିଲ କୋର୍ଟ ନିର୍ମାଣ ପାଇଁ ସରକାର ସ୍ଥାନ ନିରୂପଣ କରି ସାରିଛନ୍ତି । ହାରାହାରି ୩ଠ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି କୋର୍ଟ ବିଲଡିଂ ନାମରେ ଜମିର ପାର୍ଚ୍ଚା ମଧ୍ୟ ହୋଇସାରିଛି । ତେବେ ପୁର୍ବରୁ ସ୍ଥାନୀୟ ପୃଥ୍ୱୀରାଜ ଗୋଶାଳା ଏବଂ ଇନ୍ଦିରା ନଗରକୁ ମଧ୍ୟ ସିଭିଲ କୋର୍ଟ ନିର୍ମାଣ ସକାଶେ ଚିହ୍ନଟ କରାଯାଇଥିବା ବେଳେ କିଛି ଆଇନଗତ ସମସ୍ୟା ଯୋଗୁଁ ଏହି ସ୍ଥାନ ବଦଳରେ ଜେଲଖାନା ପାଖ ଜମିରେ ସିଭିଲ କୋର୍ଟ ନିର୍ମାଣ ପାଇଁ ସ୍ଥିର କରାଯାଇଥିଲା। ପ୍ରସ୍ତାବିତ ସିଭିଲ କୋର୍ଟ ନିର୍ମାଣ କାମ କିପରି ତ୍ୱରାନ୍ୱିତ ହୋଇପାରିବ, ସେ ନେଇ ସମସ୍ତେ କାର୍ଯ୍ୟ କରିବାକୁ ସଂଘର ସଭାପତି ବାସୁଦେବ ରଥ ନିବେଦନ କରିଛନ୍ତି । ଆଜିର ସଭାରେ ଜିଲ୍ଲା ଓକିଲ ସଂଘର ବହୁ ସଭ୍ୟ/ସଭ୍ୟା ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଶେଷରେ ସଂଘର ସଂପାଦକ ସଂଜୟ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।