-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||     

HOME   ଜିଲ୍ଲା

*ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ୨୦୨୬ ପାଇଁ ସାମ୍ବାଦିକ ସମ୍ମିଳନୀ*- *ଶୃଂଖଳା ଓ ଲୋକ ଙ୍କ ଖୁସି ଓ ମନୋରଞ୍ଜନ ପାଇଁ ମହୋତ୍ସବ କୁ ବ୍ୟବସ୍ଥିତ କରଯାଇଛି*- *ଜିଲ୍ଲାପାଳ ଓ ଏସପି*-

06-Jan-2026



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ) ମହିମା" ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା - ୨୦୨୬ ର ସଫଳ ଆୟୋଜନ ଓ ଜିଲ୍ଲା ଉତ୍ସବ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଅୟୋଜନ କରାଯାଇଥିବା ସମସ୍ତ ପ୍ରସ୍ତୁତି ଉପରେ ଜିଲ୍ଲାପାଳ, ସୁବର୍ଣ୍ଣପୁର ଡ଼ ନୃପରାଜ ସାହୁଙ୍କ ଦ୍ଵାରା ଉତ୍ସବ ପଡିଆ ଶ୍ରୀ ରାମେଶ୍ବର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ପ୍ରେସ ବିବୃତ୍ତି ଜାରି କରା ଯାଇଛି । ଏହି ସାମ୍ବାଦିକ  ସମ୍ମିଳନୀ ରେ ଜିଲ୍ଲାପାଳ,  ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଉତ୍ସବ ପାଳନ ପାଇଁ କରାଯାଉଥିବା ପ୍ରସ୍ତୁତି ଓ ଆୟୋଜନ, ଚଳିତ ବର୍ଷ ଜିଲ୍ଲା ଉତ୍ସବର ମଞ୍ଚ ନିର୍ମାଣର ଶୀର୍ଷକ ମହିମା ରଖାଯାଇଛି, ଯାହାକି ସନ୍ଥକବି ଭୀମଭୋଇଙ୍କ ଉପରେ ଆଧାରିତ ବୋଲି କହିଥିଲେ l ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ଷ୍ଟଲ ସହିତ ରାଜ୍ୟ ସ୍ତରୀୟ  ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ମିଶନ ଶକ୍ତି  ବିଭାଗ ଦ୍ଵାରା ପରିଚାଳିତ  ସୁବର୍ଣ୍ଣପୁର ଜିଲ୍ଲା ଓ ରାଜ୍ୟର ଅନ୍ୟ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରୟ ପାଇଁ ସର୍ବମୋଟ ୨୩୯ ଗୋଟି ଷ୍ଟଲ ନିର୍ମାଣ କରାଯାଇଥିବା ପ୍ରକାଶ କରିଥିଲେ। ଯାହାକି ଗତ ବର୍ଷ ଠାରୁ ଅଧିକ ଅଟେ।  ବିଗତ ବର୍ଷ ମାନଙ୍କରେ ଷ୍ଟାଡିୟମ୍  ବାହାରେ ରାସ୍ତା ପାର୍ଶ୍ୱରେ ଯେଉଁ ଗୁପଚୁପ ଦୋକାନୀ ମାନେ ଠେଲାରେ ଓ ବୁଲା ବିକାଳୀ ମାନେ ସେମାନଙ୍କ ସାମଗ୍ରୀ ଗୁଡ଼ିକ ରାସ୍ତା କଡ଼ରେ ବିକ୍ରୟ କରୁଥିଲେ, ଫଳରେ ଟ୍ରାଫିକ ସମସ୍ୟା ଦେଖା ଯାଉଥିଲା। ତେଣୁ, ସେମାନଙ୍କର ସୁବିଧା ପାଇଁ  ଇନ ଡୋର ଷ୍ଟାଡିୟମ୍ ପାର୍ଶ୍ୱରେ ଥିବା ଜାଗାରେ ସେମାନଙ୍କର ପସରା, ଦୋକାନ ଲଗାଇବା ବ୍ୟବସ୍ଥା କରା ଯାଇଛି l ଏହା ସହିତ ଶିଶୁ ମାନଙ୍କ ମନୋରଞ୍ଜନ ପାଇଁ କିଡ ଜୋନ ସହ ଖେଳ ସାମଗ୍ରୀ ପାଇଁ  ଜାଗା  ଚିହ୍ନଟ କରାଯାଇଛି ।  ଜନସାଧାରଣଙ୍କ ଆମୋଦ ପ୍ରମୋଦ ଓ ମନୋରଞ୍ଜନ ପାଇଁ ସର୍ବମୋଟ  ଜିଲ୍ଲା, ରାଜ୍ୟର ଅନ୍ୟ ଜିଲ୍ଲାର ଏବଂ ରାଜ୍ୟ ବାହାର  ତିନୋଟି ରାଜ୍ୟର ସାଂସ୍କୃତିକ ଦଳ ଗୁଡିକ ସମେତ ସର୍ବମୋଟ  ୫୯ ଗୋଟି ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବା ପାଇଁ ସମ୍ମତି ପ୍ରଦାନ କରିଛନ୍ତି। ଯେଉଁ କଳାକାର କି ଲୋକ ଗୀତ, ସଂସ୍କୃତି, ନୃତ୍ୟ ଓ  କଳା ନୈପୁଣ୍ୟ ପ୍ରଦର୍ଶନ କରି ପାଞ୍ଚ ଦିନ ଧରି ସୁବର୍ଣ୍ଣପୁର ଜିଲ୍ଲା  ଜନସାଧାରଣଙ୍କ  ମନୋରଞ୍ଜନ କରିବେ।  ଏହି ଉତ୍ସବରେ ଜନସାଧାରଣଙ୍କ ନିମନ୍ତେ ଫୁଡ୍ କୋର୍ଟ କରାଯାଇଛି, ଫଳରେ ଦର୍ଶକ ମାନେ ଉତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିବା ସହିତ ଜିଲ୍ଲା ତଥା ଜିଲ୍ଲା ବାହାର ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ଖାଦ୍ୟ ଖାଇବାର  ସୁଯୋଗ ପାଇପାରିବେ। ତେଣୁ, ଜିଲ୍ଲାପାଳ ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଯେ ଏହି ଜିଲ୍ଲା ଉତ୍ସବରେ ଯୋଗଦାନ କରି ସମସ୍ତ ପ୍ରକାରର ମଜା ନିଅନ୍ତୁ। ଏହି ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର, ଏହି ଜିଲ୍ଲା ଉତ୍ସବ ପାଳନ ସମୟରେ, ଜନସାଧାରଣ ସୁରକ୍ଷା, ଭିଡ ପରିଚାଳନା,  ଟ୍ରାଫିକ ପରିଚାଳନା ବିଷୟରେ ଅବଗତ କରାଇ କହିଥିଲେ ଯେ ସୁରେଶ୍ଵରୀ ମନ୍ଦିର ଛକ ଠାରୁ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ଉତ୍ସବ ପଡ଼ିଆରେ ଦୁଇଗୋଟି ପୋଲିସ ପୋଷ୍ଟ ରହିବ, ଗୋଟିଏ ରଙ୍ଗମଞ୍ଚ ବାମ ପାର୍ଶ୍ୱ ଷ୍ଟଲରେ ଓ ଦ୍ଵିତୀୟ ଡାହାଣ ପାର୍ଶ୍ଵ  ଇନ ଡୋର ପାର୍ଶ୍ୱରେ ଫଳରେ ସମଗ୍ର ଉତ୍ସବ ପଡିଆକୁ ପୋଲିସ ତଦାରଖ କରାଯାଇ ପାରିବ। ଦୁଇଚାକିଆ ଓ ଚାରି ଚକିଆ ଯାନ ପାର୍କିଂ ପାଇଁ  ରାମେଶ୍ବର ଷ୍ଟାଡିୟମ୍ ବାହାରେ  ସ୍ଥାନ ଚିହ୍ନଟ କରାଯାଉଛି। ତାହାର ଏକ ନକ୍ସା ପ୍ରସ୍ତୁତ କରି ସମସ୍ତଙ୍କୁ ଜଣାଇ ଦିଆଯିବ। ପୂର୍ବ ବର୍ଷ ମାନଙ୍କରେ ଗୋଟିଏ ଗେଟ୍ ବା ଦ୍ଵାର  ଦେଇ ଜନସାଧାରଣ ପ୍ରବେଶ ଓ ପ୍ରସ୍ଥାନ କରୁଥିଲେ, କିନ୍ତୁ ଚଳିତ ବର୍ଷ ଜନସାଧାରଣଙ୍କ ପ୍ରବେଶ ପ୍ରସ୍ଥାନ ପାଇଁ ରଙ୍ଗ ମଞ୍ଚ ବାମ ପାର୍ଶ୍ୱରେ ଥିବା ଦୁଇଗୋଟି ଗେଟ୍ ବା ଦ୍ଵାର  ବାମ ପାର୍ଶ୍ଵ  ବ୍ୟବହାର କରାଯିବ ଓ ରଙ୍ଗ ମଞ୍ଚ ଡାହାଣ ପାର୍ଶ୍ଵରେ ଥିବା ଦୁଇଗୋଟି  ଗେଟ୍ ବା ଦ୍ଵାର ସର୍କିଟ ହାଉସ ଓ ଇନ ଡୋର ଷ୍ଟାଡିୟମ୍  ପଟେ ଥିବା ଗେଟ୍ ଦେଇ ଉତ୍ସବ ର ଅତିଥି, ବିଶିଷ୍ଟ ବ୍ୟକ୍ତି ଓ ସାଂସ୍କୃତିକ ଦଳ ମାନଙ୍କର ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବହାର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ଆରକ୍ଷୀ ଅଧିକ୍ଷକ ଆହୁରି ପ୍ରକାଶ କଲେ ଯେ ଗାଡ଼ି ପାସ ତାଙ୍କ ବିଭାଗ ଦ୍ଵାରା ପ୍ରଦାନ କରାଯିବ । କୌଣସି ପରିସ୍ଥିତିରେ ଉତ୍ସବ ପଡିଆ ଭିତରକୁ ଜନ ସାଧାରଣ ଓ ବ୍ୟକ୍ତି ବିଶେଷଙ୍କ ଦୁଇ ଚକିଆ ବା ଚାରିଚକିଆ ଯାନ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ତିନିଶହରୁ ଅଧିକ ପୋଲିସ କର୍ମଚାରୀ ଜନ ସାଧାରଣଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଓ ଆଇନ ଶୃଙ୍ଖଳା ପରିଚାଳନା ପାଇଁ ନିୟୋଜିତ ହେବେ ବୋଲି ସୂଚନା ପ୍ରଦାନ କରିଥିଲେ। ଏଵଂ  ଉତ୍ସବ ରେ ଟ୍ରାଫିକ ନିୟମ ଉଲଙ୍ଘନ କାରୀ ଓ ନିଶା ସେବନ କାରୀ ଅସାମାଜିକ ଲୋକ ଙ୍କୁ ଚିହ୍ନଟ ଙ୍କୁ ଚିହ୍ନଟ କରି ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ସୂଚନା ଦେଇ ଛନ୍ତି l ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ, ସୁବର୍ଣ୍ଣପୁର ମହିମା ସୁବର୍ଣ୍ଣପୁର ଲୋକ ମହୋତ୍ସବ ଓ ରାଜ୍ୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ସଫଳ ଭାବେ ପରିଚାଳନା କରିବା ପାଇଁ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ।                       ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, , ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ, ସାଧାରଣ, , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ, , ସୁଶ୍ରୀ ଯମୁନା ପ୍ରଧାନ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଶ୍ରୀ ମଙ୍ଗଳ ପଧାନ, ଡେପୁଟି କାର୍ଯ୍ୟ ନିର୍ବାହୀ, ଡି.ଏସ.ଏମ.ଏସ., ଓ ଅର୍ ମା ଏସ, ଜିଲ୍ଲା ପରିଷଦ, ସମୀର ନାୟକ, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ସମେତ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସମ୍ବାଦ ପତ୍ର ସଂସ୍ଥା ର  ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   17-Oct-2026
  ଜିଲ୍ଲା  
ମଦ ବନ୍ଦ ପାଇଁ ତାତିଲେ ମହିଳା   17-Oct-2026
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026

You Might Also Like