-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
13-Dec-2025
ସେମି ଫାଇନାଲ ରାଉଣ୍ଡ ରେ ଖେଳାଯାଇଥିବା ସମସ୍ତ ମେଚ ବେଷ ସଂଘର୍ଷ ପୂର୍ଣ୍ଣ ଥିଲାପୁରୁଷ ବିଭାଗ ସିଙ୍ଗଲ ସେମି ଫାଇନାଲ ରେ ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ଯୁସୁଫ ନିଜ ଦେଶ ର ବିସ୍ମ ରାୟ ଅକଟୋରା ଙ୍କୁ 21-12,21-18 ପଏଣ୍ଟ ର ଦୁଇଟି ଗେମ ରେ ପରାସ୍ତ କରି ଫାଇନାଲ ରେ ପହଂଚି ଛନ୍ତି l
ସେହିପରି ଭାରତୀୟ ଖେଳାଳୀ ଦ୍ଵିତୀୟ ସିଡ କିରଣ ଜର୍ଜ ନିଜ ଦେଶର ରୋନକ ଚୌହାନ ଙ୍କୁ ସଂଘର୍ଷପୁର୍ଣ 21-19,8-21 ଓ 21-18 ର ତିନୋଟି ଗେମ ରେ ହରାଇ ଫାଇନାଲ ରେ ପହଂଚିଛନ୍ତି l
ମହିଳା ସେମି ଫାଇନାଲ ରେ ରେ ଟପ ସିଡ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ନିଜ ଦେଶ ର ତସନିମ ମିର ଙ୍କୁ 18-21,21-16,21-16 ପଏଣ୍ଟର ତିନୋଟି ଗେମ ରେ ହରାଇ ଫାଇନାଲ ରେ ପହଂଚି ଛନ୍ତି l ଅନ୍ୟ ସେମି ଫାଇନାଲ ରେ ଇସାରାଣୀ ବରୁଆ ତାନ୍ୟା ହେମନ୍ଥ ଙ୍କୁ 18-21,21-7 21-7ପଏଣ୍ଟ ର ତିନୋଟି ଗେମ ରେ ହରାଇ ଫାଇନାଲ ରେ ରେ ପହଂଚିଛନ୍ତି l
ମିକ୍ସଡ଼ ଡବଲସ ସେମି ଫାଇନାଲ ରେ ଇଣ୍ଡୋନେସିଆ ଯୋଡି ଡି. ଫେର୍ଡିନେନସି ଓ ବି. ୱାର୍ଡନା ଭାରତୀୟ ଯୋଡି ଏସ. କଣପୁରମ ଓ ସାଥି ଆର. ଉଥେୟସୂରୀୟାନ ଙ୍କୁ 21-16,21-19 ପଏଣ୍ଟ ରେ ହରାଇ ଫାଇନାଲ ରେ ପହଂଚିଛନ୍ତି l ଏହି ବିଭାଗ ର ଅନ୍ୟ ସେମି ରେ ଇଣ୍ଡୋନେସିଆ ଯୋଡି ଏମ. ଫାଜା ଓ ଏ. ପ୍ରଣତା ଥାଇଲାଣ୍ଡ ଯୋଡି ତଣ୍ଡନ ପଂପାନୀଚ ଓ ସାଥି ଫୁଙ୍ଗଫା. କେ ଙ୍କୁ 21-17,18-21ଓ 21-12ର ତିନୋଟି ଗେମ ରେ ପରାସ୍ତ କରି ଫାଇନାଲ ରେ ପହଞ୍ଚିଛନ୍ତି lମହିଳା ଡବଲସ ବିଭାଗ ରେ ଅନୁଷ୍ଠିତ ସେମି ଫାଇନାଲ ମେଚ ରେ ଟପ ସିଡ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫlନୀ ଷ୍ଟୋଭା ଇଣ୍ଡୋନେସିଆ ଯୋଡି ଇସ୍ୟାନା
ମେଇଡା ଓ ସାଥି ରିଂଜନୀ କ୍ଵିନ୍ନlରl ଙ୍କୁ 21-9,21-16 ପଏଣ୍ଟ ରେ ପରାସ୍ତ କରି ଫାଇନାଲ ରେ ପହଂଚିଥିବା ବେଳେ ଦ୍ଵିତୀୟ ସେମିରେ lମାଲେସିଆ ଯୋଡି ଅଙ୍ଗ ଜିନ ୟୀ ଓ ସାଥି କାର୍ମେନ ଟିଙ୍ଗ ଭାରତୀୟ ଯୋଡି ଅଶ୍ୱିନୀ ଭଟ୍ଟ ଓ ଶିଖା ଗୌତମ ଙ୍କୁ 21-13,21-16 ରେ ହରାଇ ଫାଇନାଲ ରେ ପହଞ୍ଚିଛନ୍ତି l
ପୁରୁଷ ଡବଲସ ସେମି ଫାଇନାଲ ରେ ମାଲେସିଆ ଯୋଡି କଂଗ ଖାଇ ଜିଙ୍ଗ ଓ ସାଥି ଏରୋନ ତାଇ ଥାଇଲାଣ୍ଡ ଯୋଡି ସି. ଚାରୋଙ୍କିତା ମର୍ଣ ଙ୍କୁ ସିଧା ସଳଖ 21-19,21-19 ପଏଣ୍ଟ ର ଦୁଇଟି ଗେମ ରେ ହରାଇ ଫାଇନାଲ ରେ
ପହଂଚି ଛନ୍ତି l ଦ୍ଵିତୀୟ ସେମି ଫାଇନାଲ ରେ ଇଣ୍ଡୋନେସିଆ ଅଲି ରେହନ ଓ ଦେଭିନ ଅର୍ଥା ୟାହୁଡି ତାଇପେଇ ଯୋଡି ସୁ ଚିଙ୍ଗ ହେଂଗ ଓ ବୁ ଗୁଆନ ଜୁନ ଙ୍କୁ 21-15,22-20 ପଏଣ୍ଟ ର ଦୁଇଟି ଗେମ ରେ ହରାଇ ଫାଇନାଲ ରେ ପହଂଚିଛନ୍ତି l
ଫାଇନାଲ ଖେଳ ଆଜି ମଧ୍ୟାହ୍ନ 1 ଘଣ୍ଟା ସମୟ ରୁ ଅନୁଷ୍ଠିତ ହେବ ବୋଲି ଆୟୋଜନ କମିଟୀ ସମ୍ପାଦକ ନିଲିନ କୁମାର ଜଣାଇଛନ୍ତି l