-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
09-Dec-2025
ସିନାପାଲି (ଚିନ୍ତାମଣି ନେତାମ )
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିନାପାଲି ସହର ଠାରେ ଅବସ୍ଥିତ ରାଜଶ୍ରୀ ପବ୍ଲିକ ସ୍କୁଲ ଠାରେ ୧୪ ତମ ବିଜ୍ଞାନ କଳା ଓ ହସ୍ତକର୍ମ ପ୍ରଦର୍ଶନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ରାଜଶ୍ରୀ ପବ୍ଲିକ ସ୍କୁଲ ର ଚେୟାରମ୍ୟାନ ଶ୍ରୀଯୁକ୍ତ ରାଜେଶ କୁମାର ଅଗ୍ରୱାଲ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ଓଡିଶା ଆଦର୍ଶ ବିଦ୍ୟାଳୟ ଟିମନପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶିବୁକୁମାର ବିଶ୍ୱାଳ, ମୁଖ୍ୟ ବକ୍ତା ଭାବରେ ସରକାରୀ ଉ ପ୍ରା ବିଦ୍ୟାଳୟ ନୀଳଜିର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ସମ୍ମାନିତ ଅତିଥି ଭାବରେ ନୀଳଜୀ ଗ୍ରାମ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲକ୍ଷ୍ମଣ ପ୍ରଧାନ ଏବଂ ପ୍ରକଳ୍ପ ବିଚାରକ ଭାବରେ ଓଡିଶା ଆଦର୍ଶ ବିଦ୍ୟାଳୟ ର ପୋଷ୍ଟ ଗ୍ରେଜୁଏଟ ଶିକ୍ଷୟତ୍ରୀ ରୋଶନି ନାଏକ ଏବଂ ବିଜ୍ଞାନ ଶିକ୍ଷୟିତ୍ରୀ ହେମଲତା ଚନ୍ଦ୍ରକାନ୍ତ ଯୋଗଦାନ କରିଥିଲେ l ସ୍କୁଲର ଅଧକ୍ଷ ଭାଗ୍ୟବତୀ ପ୍ରଧାନ ଅତିଥି ଗଣଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଛାତ୍ରୀମାନେ ଅତିଥିଗଣ ଙ୍କୁ ଫୁଲ ଗୁଛ, ସିନ୍ଦୁର ଚନ୍ଦନ ଓ ବ୍ୟାଚ ଦେଇ ସମ୍ମର୍ଦ୍ଧିତ କରିଥିଲେ l ଛାତ୍ରୀମାନେ ହୃଦୟ ଛୁଆଁ ସ୍ୱାଗତ ସଂଗୀତ ଓ ନୃତ୍ୟ ପରିବେଷଣ କରିଥିଲେ l ତାପରେ ଅତିଥିଗଣ ବିଦ୍ୟାଦାତା ଶ୍ରୀଗଣେଶ ଭଗବାନ ଙ୍କ ପ୍ରତିମୂର୍ତ୍ତି ପାଖରେ ଫୁଲ ଚନ୍ଦନ, ଧୂପ,ଦୀପ, ନାରିକେଳ ଦେଇ ପୂଜା କରିବା ସହ ବିଦ୍ୟାଳୟ ର ମଙ୍ଗଳ କାମନା କରିଥିଲେ l ସ୍କୁଲ ଚେୟାରମ୍ୟାନ ଅତିସୁନ୍ଦର ଭାବରେ ସଭାକାର୍ଯ୍ୟ ପରିଚାଳନା କରିଥିଲେ l ଅତିଥିଗଣ ଛାତ୍ରଛାତ୍ରୀ ଗଣଙ୍କୁ ବୈଜ୍ଞାନିକ ମନୋବୃତି ପୋଷଣ କରି ଦୈନନ୍ଦିନ ଜୀବନର କର୍ମ ସମ୍ପାଦନା କରି ଭବିଷ୍ୟତ ରେ ବୈଜ୍ଞାନିକ ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ ତଥା ସୁନାଗରିକ ହୋଇ ଦେଶ ଗଠନ ଓ ବିଶ୍ୱଶାନ୍ତି ପାଇଁ ବିଜ୍ଞାନର ଉପଯୋଗ କରିବେ ବୋଲି ଉତ୍ସାହିତ କରିଥିଲେ l ଶେଷରେ ଅଧ୍ୟକ୍ଷା ଅତିଥିଗଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଗଣ ୩ ଟି ବିଭାଗରେ ମୋଟ ୧୧୦ ଟି ପ୍ରକଳ୍ପ ପ୍ରଦର୍ଶନ କରି ନିଜ ନିଜର ଜ୍ଞାନ, କୌଶଳ ଓ ସୃଜନ ଶିଳତା ପରିପ୍ରକାଶ କରିଥିଲେ l ଅପରାହ୍ନ ରେ ଉତ୍ତମ ପ୍ରକଳ୍ପ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l