-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
17-Nov-2025
ତୁଷୁରା (ପଞ୍ଚାନନ ନାଏକ) ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ ତୋଷାଳୀ ସାମ୍ବାଦିକ ସଂଘ ଆନୁକୁଲ୍ୟରେ ତୁଷୁରା ଏନ୍ଏସି ସଭାଗୃହରେ ରବିବାର ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ଶମ୍ଭୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଆଇନଜୀବୀ ତଥା ବିଧାୟକ ପ୍ରାର୍ଥୀ ବୀରେନ୍ଦ୍ର ବାଗ ଯୋଗ ଦେଇ ସାମ୍ବାଦିକମାନଙ୍କ କର୍ତ୍ତବ୍ୟ ଉପରେ ଉଦ୍ବୋଧନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ଆଶୁକବି ଡ. ହେମନ୍ତ କୁମାର ଦାଶ ଯୋଗ ଦେଇ ଗଣତନ୍ତ୍ରର ଚାରୋଟି ସ୍ତମ୍ଭ ଏବଂ ଚତୁର୍ଥ ସ୍ତମ୍ଭର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଡ. ଦାଶ ସାମ୍ବାଦିକମାନଙ୍କୁ ସତ୍ଯଯୋଦ୍ଧା ବୋଲି ଅଭିହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଦେବବ୍ରତ ପାଣିଗ୍ରାହୀ ଯୋଗ ଦେଇ ସାମ୍ବାଦିକମାନେ ନିର୍ଭୀକତାର ସହ ସମ୍ବାଦ ପରିବେଷଣ କରନ୍ତୁ, ଜନତା ଆପଣଙ୍କ ସହ ସବୁବେଳେ ରହିବ ବୋଲି କହିଥିଲେ।
ସଭାରେ ମାରୱାଡ଼ି ମହିଳା ସମିତି ଓ ଜାଗୃତୀ ଶାଖାର ସଦସ୍ୟା ବୃନ୍ଦ, ଧାନଘରା ଏସ୍ଏଚ୍ଜି ଗୃପର ସଦସ୍ୟା ବୃନ୍ଦ, ୟୁଥ୍ ଏକସନ୍ କମିଟିର ସଦସ୍ୟ, ବଜରଙ୍ଗ ଦଳ ର ସଦସ୍ୟ ତଥା ଅଞ୍ଚଳର ସମସ୍ତ ସାମ୍ବାଦିକ ଓ ସମ୍ବାଦ ପତ୍ର ବିତରକ ଭାଇମାନେ ଉପସ୍ଥିତ ଥିଲେ। ସଂଘ ପକ୍ଷରୁ ମଞ୍ଚାସୀନ ଅତିଥି ବୃନ୍ଦ ତଥା ଉପସ୍ଥିତ ଅନୁଷ୍ଠାନ ଓ ନିଷ୍ଠାପର କର୍ତ୍ତବ୍ୟନିଷ୍ଠ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ଅରବିନ୍ଦ ବିଶ୍ୱାଳ, ପଞ୍ଚାନନ ନାଏକ, ଚୌଧୁରୀ ସାହୁ ହରଗୌରୀ ସାହୁ, ସୁଶାନ୍ତ ମେହେର, ରମେଶ ସାହୁ, ସୁନୀଲ ସାହୁ, ଉଦ୍ଧବ ବହିର, ତୁଷୁରରାଜ ଭୋଇ ଆଦି ଉପସ୍ଥିତ ଥିବା ବେଳେ ଶେଷରେ ସଂଘର ସଂପାଦକ ତଥା ଧରିତ୍ରୀ ଖବରକାଗଜର ବରିଷ୍ଠ ସାମ୍ବାଦିକ ମନୋଜ କୁମାର ଜୈନ ଧନ୍ୟବାଦ ଅର୍ପଣ କରିଥିଲେ।