-+91-9937148622 |
prerana_bgr@rediffmail.com |
Thursday 10th September 2026 |
R.N.I. Regd No. ODIODI/2010/46693
Breaking News
17-Nov-2025
- ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଆୟୋଜିତ ସୋନପୁର ବ୍ଲକ ସଭା ଗୃହ ଠାରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ର ସଧାରଣ ବୈଠକ ସହିତ ସଂଘ ର ପୁନର୍ଗଠନ କରା ଯାଇଛି l ସଭାପତି ଭାବେ କ୍ଷୀରୋଦ ଚନ୍ଦ୍ର ସାମନ୍ତରାୟ , ଉପ ସଭାପତି ଭାବେ ଆମ୍ବରିଶ ପାଣିଗ୍ରାହୀ, ଉପ ସଭାନେତ୍ରୀ ଭାବେ ରିତାଞ୍ଜଳି ପାଣିଗ୍ରାହୀ, ସମ୍ପାଦକ ଭାବରେ ସୁଶିଲ କୁମାର ମହାପାତ୍ର, ସହ ସମ୍ପାଦକ ଭାବରେ ଶିବ ରାମ ମିଶ୍ର, କୋଷାଧ୍ୟକ୍ଷ ଭାବେ ସଞ୍ଜୟ କୁମାର ପାଣିଗ୍ରାହୀ ମନୋନୀତ ହୋଇ ଥିବା ବେଳେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବରେ ବିଶେଶ୍ୱର ଦାଶ, ଦୁର୍ଯୋଧନ ମେହେର, କାର୍ତ୍ତିକ ଶତପଥୀ, ବଳରାମ ଥନାପତି ଙ୍କୁ ମନୋନୀତ କରା ଯାଇଛି l ଆଜି ର ଏହି ବୈଠକ ରେ ସଂଘ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ନୂତନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ଏ ବିଷୟ ରେ ଆଲୋଚନା କରିବାକୁ ପ୍ରସ୍ତାବ ହୋଇଛି l